ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା – …..

ବ୍ୟାଙ୍କ ଲକର’ ପାଇଁ ବ୍ୟାଙ୍କଗୁଡିକ କେତେ ଚାର୍ଜ ନିଅନ୍ତି…

ବ୍ୟାଙ୍କ ଲକରରେ ଅଧିକାଂଶ ଲୋକ ସୁରକ୍ଷା ପାଇଁ ଅଳଙ୍କାର, ମୂଲ୍ୟବାନ ସାମଗ୍ରୀ ଏବଂ ଆବଶ୍ୟକୀୟ ଦଲିଲ ଇତ୍ୟାଦି ରଖନ୍ତି । ଏହି ସର୍ଭିସ ପାଇଁ ଲକରର ଆକାର ଅନୁଯାୟୀ ବ୍ୟାଙ୍କ ଶୁଳ୍କ ଆଦାୟ କରିଥାଏ । କିଛି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ଆଧାର କରି ଗ୍ରାହକଙ୍କୁ ଲକର ଅଫର କରନ୍ତି । ବିଭିନ୍ନ ବ୍ୟାଙ୍କର ଲକର ଅନୁଯାୟୀ ସେମାନଙ୍କ କେତେ ଚାର୍ଜ….

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ….

ଆକାର ଏବଂ ସହର ଆଧାରରେ ଏସବିଆଇ ଲକରଗୁଡିକ ୫୦୦ ରୁ ୩୦୦୦ ଟଙ୍କା ଭିତରେ ମିଳିଯାଏ । ଛୋଟ, ମଧ୍ୟମ ଆକାର ଏବଂ ଆକାରର ବଡ଼ ଲକରଗୁଡିକ ପାଇଁ ମେଟ୍ରୋ ଏବଂ ସହରାଞ୍ଚଳରେ ଯଥାକ୍ରମେ ୨ ହଜାର, ୪ ହଜାର, ୮ ହଜାର ଏବଂ ୧୨ ହଜାରର ଶୁଳ୍କ ଆଦାୟ କରାଯାଏ । ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଛୋଟ, ମଧ୍ୟମ ଆକାର, ବଡ଼ ଏବଂ ଅତିରିକ୍ତ ବଡ଼ ଲକର ପାଇଁ ବ୍ୟାଙ୍କ ଯଥାକ୍ରମେ ୧୫୦୦, ୩୦୦୦, ୬୦୦୦ ଏବଂ ୯୦୦୦ ଟଙ୍କା ଚାର୍ଜ କରାଯାଏ ।

ଆଇସିଆଇସିଆଇ ବ୍ୟାଙ୍କ….

ଆଇସିଆଇସିଆଇ ବ୍ୟାଙ୍କ ଏକ ବର୍ଷର ଲକର ଭଡା ଆଡଭାନ୍ସ ନେଇଥାଏ । ଆଇସିଆଇସିଆଇରେ ଏକ ଲକର ଖୋଲିବାକୁ ବେଳେ ଆପଣଙ୍କ ପାଖରେ ଏକ ବ୍ୟାଙ୍କ ଆକାଉଣ୍ଟ୍ ରହିବା ଜରୁରୀ । ବ୍ୟାଙ୍କରେ ଏକ ଛୋଟ ସାଇଜ୍ ଲକର ପାଇଁ ଆପଣଙ୍କୁ ୧,୨୦୦ ରୁ ୫୦୦୦ ଟଙ୍କା ଦେବାକୁ ପଡିବ । ସେହିପରି ବଡ଼ ସାଇଜ୍ ପାଇଁ ୧୦ ହଜାରରୁ ୨୨ ହଜାର ଟଙ୍କା ଚାର୍ଜ ରହିଛି । ଏହି ଚାର୍ଜରେ ଜିଏସ୍ଟି ଅଲଗା ରହିଛି ।

ପଞ୍ଜାବ ନେସେନାଲ ବ୍ୟାଙ୍କ…

ପିଏନବିରେ ଯଦି ଆପଣ ଲକର ନିଅନ୍ତି, ତେବେ ଆପଣ ଗୋଟିଏ ବର୍ଷରେ ୧୨ ଥର ମାଗଣାରେ ପରିଦର୍ଶନ କରିପାରିବେ । ଅତିରିକ୍ତ ପରିଦର୍ଶନ ପାଇଁ ଆପଣଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ । ଗ୍ରାମାଞ୍ଚଳରେ ଲକରର ବାର୍ଷିକ ଭଡା ୧୨୫୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ । ସହରାଞ୍ଚଳ ଏବଂ ମେଟ୍ରୋ ସହରଗୁଡିକ ପାଇଁ ଏହି ଚାର୍ଜ ୨ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ରହିଛି ।

ଏକ୍ସସିସ ବ୍ୟାଙ୍କ….

ଆପଣ ଆକ୍ସିସ୍ ବ୍ୟାଙ୍କରେ ଏକ ମାସରେ ତିନୋଟି ମାଗଣା ଭିଜିଟ୍ କରିପାରିବେ । ମେଟ୍ରୋ କିମ୍ବା ସହରାଞ୍ଚଳ ଶାଖାରେ ଲକର ଚାର୍ଜ ୨,୭୦୦ ରୁ ଆରମ୍ଭ ହୋଇଥାଏ । ମିଡ୍ ସାଇଜ୍ ଲକର ପାଇଁ ଏହି ଫି ୬,୦୦୦ ଟଙ୍କା ହୋଇଥିବାବେଳେ ବଡ଼ ଆକାର ଲକର ପାଇ ଶୁଳ୍କ ୧୦,୮୦୦ ରୁ ୧୨,୯୬୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଵିଦ୍ୟାଧର ସାହୁଙ୍କ ସଂଗୃହୀତ ତଥ୍ୟ…..

Related posts

ପଦ୍ମପୁର ବିଧାନସଭା ଆସନରେ ବିଜେଡି ଦଳର ବିପୁଳ ବିଜୟ ନେଇ ଡାବୁଗାଁ ବ୍ଲକ ସଦର ମହକୁମାରେ ବିଜୟ ଉଚ୍ଛବ ପାଳିତ

Sunil Chandra Nayak

ଡାକ୍ତରଖାନା କିରାଣୀ ଦୀର୍ଘ ଦିନ ହେବ ଗାଏବ ହଇରାଣ ରେ କର୍ମଚାରୀ

Sunil Chandra Nayak

ଗଛ ମଣିଷ ଘନଶ୍ଯାମଙ୍କ ପରଲୋକ,ବିଭିନ୍ନ ମହଲରେ ଶୋକ

Sunil Chandra Nayak

Leave a Comment

error: Content is protected !!