ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଆମ୍ବଗଡିଆ ବିକାଶମଞ୍ଚ ପକ୍ଷରୁ ବୃକ୍ଷରୋପଣ ସମ୍ବର୍ଦ୍ଧନା ସଭା

ବାଲେଶ୍ବର– ବାଲେଶ୍ବର ଜିଲ୍ଲା ରୂପସା ଆମ୍ବଗଡିଆ ଭଗବାନପୁର ବିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ସଭା ଓ ବୃକ୍ଷରୋପଣ କାର୍ଯ୍ଯକ୍ରମ ବିଶ୍ବ ପରିବେଶ ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମଞ୍ଚର ପ୍ରତିଷ୍ଠାତା ଭଗବାନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଭଗବାନପୁର ବୈଠକ ବଙ୍ଗଳା ସଭାଗୃହରେ ଏକ ବନ୍ଯାଢ୍ଯ ପରିବେଶରେ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ପରିଷଦର ସ୍ଥାୟୀ ସଭାପତି ଅର୍ନ୍ତଯ୍ଯାମି ମହାପାତ୍ର କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ଅବସରପ୍ରାପ୍ତ ଅଧ୍ଯାପକ ଜଗଦିଶ ଚନ୍ଦ୍ର ପଟ୍ଟନାୟକ ସଭାପତିତ୍ବ କରିଥିଲେ । ମଞ୍ଚ ପରି ଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସମୟଚକ୍ର ସମ୍ପାଦକ ସର୍ବେଶ୍ବର ଜେନା । ମୁଖ୍ଯ ଅତିଥିଭାବେ ବେତନଟି ବିଦ୍ଯୁତ ବିଭାଗର କନିଷ୍ଠଯନ୍ତ୍ରୀ ଅଶ୍ବନୀ କୁମାର ସାହୁ, ମୁଖ୍ଯବକ୍ତା ନିଳମଣି ମହାବିଦ୍ଯାଳୟର ଓଡିଆ ଅଧ୍ଯାପକ ତପନ କୁମାର ବେହେରା, ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଭୂୟାଁ, ଅଧ୍ଯାପକ ଗୌରାଙ୍ଗ ପଣ୍ତା, ଅବସର ଏବିଡିଓ ଜୟନ୍ତ ପାଣିଗ୍ରାହୀ, ସମାଜସେବୀ ସୁମନ୍ତ କୁମାର ଜେନାଙ୍କ ସମେତ ସାମ୍ବାଦିକ ସଞ୍ଜୟ ସାମଲ, ସୁଶାନ୍ତ ପ୍ରଧାନ, ଜଗତ କୁମାର ଗିରି, ସାନ୍ତନୁ ପାତ୍ର, ମନୋରଞ୍ଜନ ବେହେରା, ଦିବ୍ଯରଞ୍ଜନ ପ୍ରଧାନ. ମନୋରଞ୍ଜନ ପ୍ରଧାନ, ସୁଚିରାମ ମୁର୍ମୁ, ସତ୍ଯନାରାୟଣ ପ୍ରଧାନ, କୁଡା ହେମ୍ବ୍ରମ ଏବଂ ବିକାଶ ପରିଷଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତିରେ ବିଭିନ୍ନ ପ୍ରଜାତିର ବୃକ୍ଷ ଅତିଥିମାନେ ରୋପଣ କରିଥିଲେ ।ଅତିଥିମାନେ ଜଗନ୍ନାଥଙ୍କ ନିକଟରେ ଧୂପଦୀପ ପ୍ରଜ୍ବଳନ କରିଥିଲେ । ଚକ୍ରଧର ଆଚାର୍ଯ୍ଯ ବେଦପାଠ କରିଥିଲେ ।ଶିକ୍ଷୟତ୍ରୀ ଭକ୍ତିରାଣୀ ମହାନ୍ତି ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର ଅଧିକାରୀ ଓ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ଦେଇ ବିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶିକ୍ଷକ ବିଶ୍ବନାଥ ପ୍ରଧାନଙ୍କ ଧନ୍ଯବାଦ ଅର୍ପଣ ପରେ କାର୍ଯ୍ଯକ୍ରମ ଶେଷ ହୋଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଲଣା ଗୁଳିକାଣ୍ଡ ଘଟଣା , କଂଗ୍ରେସ ଦଳର ପ୍ରତିନିଧି ମଣ୍ଡଳ  

Sunil Chandra Nayak

ଶ୍ରମିକ କାର୍ଡରେ ମିଳୁ ନାହିଁ ସରକାରୀ ସହାୟତା ! ଦୁଇ ବର୍ଷ ହେଲା ବିଛଣାରେ ଶ୍ରମିକ

Sunil Chandra Nayak

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେଧାତାଲିକା ରେ ମଡେଲଡିଗ୍ରୀ କଲେଜର ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!