ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ ଏନ୍ ଏ ସି କାଉନ୍ସିଲ୍ ଦ୍ଵିତୀୟ ବୈଠକ , ଉନ୍ନୟନ୍ନ ମୂଳକ କାର୍ଯ୍ୟକୁ ଅଗ୍ରାଧିକାର

ଜୁନାଗଡ଼,୬/୬(ମ ନି ସ) ଏନ୍ଏସି ର ଦ୍ଵିତୀୟ କାଉନ୍ସିଲ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସଫେଇ, ପାନୀୟ ଜଳ ଯୋଗାଣ ଓ ରାସ୍ତା ଘାଟ ପରି ବିଭିନ୍ନ ମୌଳିକ କାର୍ଯ୍ୟ କୁ ଅଗ୍ରାଧିକାର ଦିଆଯାଇଥିଲା l ନଗରପାଳ  ମୁକେଶ୍ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର, ଉପନଗରପାଳ ହିମାଦ୍ରୀ ନାୟକ ଓ ସମସ୍ତ କାଉନ୍ସିଲ୍ ର ଉପସ୍ଥିତ ରହି ସହର ର ବିକାଶ ଉପରେ ଆଲୋଚନା କରାଯାଇଥିଲା l ଏଥିରେ ଦଳ ମତ ନିର୍ବିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି ଅଫିସ କର୍ମଚାରୀ ଏବ୍ଂ ଜନସାଧାରଣ ଙ୍କ ମିଳିତ ଉଦ୍ୟଦମ ରେ ସହରର ପ୍ରତେକ କ୍ଷେତ୍ର ରେ ଉନ୍ନତି କରିବା ପାଇଁ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ନଗରପାଳ ଆହ୍ଵାନ କରିଥିଲେ l ସହରର ରାସ୍ତାଘାଟ ନିର୍ମାଣ ପାନୀୟ ଜଳ, ପରିମଳ,ଅlବସ ଗୃହ, ନୂତନ ବସ ଷ୍ଟାଣ୍ଡ ମଧ୍ୟରେ ଦୋକାନ ଗୃହ ନିର୍ମାଣ କରି ଉଠା ଦୋକାନୀ ଙ୍କୁ ଥଇଥାନ ଏବ୍ଂ ନୂତନ ଏନ୍ ଏ ସି ଅଫିସ ଗୃହ ନିର୍ମାଣ ,ସହର୍ ର ସୌନ୍ଦର୍ଯ୍ୟ କରଣ, ପିଡିଏସ ଚାଉଲ ଲୋକେ ସହଜ ରେ ପାଇ ପାରିବେ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଏବଂଏହି କାର୍ଯ୍ୟ ଗୁଡିକୁ ତ୍ୱରାନିତ କରିବାପାଇଁ ପ୍ରସ୍ତାବ ଆଗତ ହୋଇଥିଲା l ଏହି ବୈଠକରେ ସଂସାଦ ପ୍ରତିନିଧି କାଳନ୍ଦି ପାଣିଗ୍ରାହୀ ଓ ବିଧାୟକ ପ୍ରତିନିଧି ସତୀଶ ପ୍ରଧାନ ଏବ୍ଂ କନିଷ୍ଠ ଯନ୍ତ୍ରୀ ଅରୁଣ ବେହେରା ଓ ପରିଷଦ ଗୋପlଲ ଚନ୍ଦନ, ସଚିନ ଆନନ୍ଦlନି, କାହ୍ନୁ ବଇଠାରୁ, ହିଁମାଦ୍ରୀ ସିନ୍ଦୁର, ପୁଷ୍ପାଞ୍ଜଳି ଦଣ୍ଡସେନା, ମାଧବୀ ବାଗ, ମଞ୍ଜୁ ଲତା ସେଠି, କୁନି ଶବର, ଭୂପେନ୍ଦ୍ର ଦଣ୍ଡସେନା, ମୀନତି ମାଝୀ, ଚକ୍ର ବାଗ ପ୍ରମୂଖ ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ପରଲୋକ

Sunil Chandra Nayak

ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଇଭେଣ୍ଟ ଅର୍ଗନାଇଜର କାର୍ଯ୍ୟଳୟର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!