ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଣ୍ଡପାଟ କୁ ପୁଣି ଫେରିଲା ଦାଦନ ଶ୍ରମିକର ମୃତ ଦେହ

କେବେ ସରିବ ଦଣ୍ଡପାଟର ଦାଦନ ର ଦୁଃଖ କେବେ ବନ୍ଦ ହେବ ଦଣ୍ଡପାଟ ର ଦାଦନ ଶ୍ରମିକ ର ମୃତ୍ୟୁ l କିଛିଦିନ ତଳେ କୋକସରା ବ୍ଲକ ର ପିପଲଝାପର ର ନାବାଳକ ହାଇଦ୍ରାବାଦ କୁ ଦାଦନ ଖଟି ବାକୁ ଯାଇ ମୃତ୍ୟୁ ହୋଇ ଥିଲା ହେଲେ କିଛି ଦିନ ନ ହେଉଣୁ ବର୍ତମାନ ଦାଦନ ଶ୍ରମିକ ଶବ ହୋଇ ଫେରିଛନ୍ତି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋକସରା ବ୍ଲକ ଅନ୍ତର୍ଗତ ମୂଷାପାଲି ପଞ୍ଚାୟତ ର ଖପରମାଲ ଗ୍ରାମର ର ଏକୋଇସ ବର୍ଷର ପୁଅ ଗଜିନ୍ଦ୍ର ନାଏକ l ଗାଜିନ୍ଦ୍ର ପରବାରର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ବଙ୍ଗୋଲୋର କୁ ଯାଇଥିଲେ l ହେଲେ ହଠାତ ସେଠାରେ ତାଙ୍କ ଦେହ ଅସୁସ୍ଥ ହେଲା ପାରେ ତାଙ୍କୁ ଡାକ୍ତରଖାନା କୁ ନେଇଯାଇଥିଲେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା l ବର୍ତମାନ ମରଶରୀର ନିଜ ଗାଁ ଖପରାମାଳ ରେ ପହଞ୍ଚିଲା ପରେ ଗାଁରେ ଶୋକରଛାୟା ଖେଳିଯାଇଛି l ବର୍ତ୍ତମାନ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ରାକ୍ଷସ ରୁପ ନେବାବେଳେ ଏହାକୁ ରୋକିବାକୁ କଳାହାଣ୍ଡି ପ୍ରଶାସନ କିଛି ପଦକ୍ଷେପ ନନେବା କଲାହାଣ୍ଡି ରେ ଚର୍ଚ୍ଚାର ବିଷୟ ପାଲଟିଛି , ତେବେ ଦେଖିବାକୁ ବାକିରହିଲା ପ୍ରଶାସନ ବର୍ତମାନ କି ଭଳି ପଦକ୍ଷେପ ନେବ l ଶବ ପହଞ୍ଚିଲା ପରେ       ମୂଷାପାଲି ସରପଞ୍ଚ ଅକ୍ଷୟ କୁମାର ନାଏକ ସମେତ ସମାଜସେବୀ ବିନ୍ଦୁସାର ବିଶି, ମହେଶ୍ୱର ବାଗ,ନିହାର ରଞ୍ଜନ ପାଣିଗ୍ରାହୀ, ସୁରେଶ ପଟେଲ, ରାଜକୁମର ନାଏକ, ମଙ୍ଗଳୁ ଚଲାନ,ବିଶେଶ୍ୱର ଚଲାନ ତଥା ପ୍ରମୁଖ ଉପସ୍ଥିତ ରହି ପରିବାର କୁ ସାନ୍ତ୍ୱନା ଦେଇଥିଲେ l

ବେହେରା ରୁ କାମେଶ ନାଗ ଙ୍କ ରିପୋର୍ଟ।

Related posts

ବିଦ୍ୟାଳୟରେ ହେଉଥିବା ଦୁର୍ନୀତି ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ 

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ଦୀପାବଳୀ

Sunil Chandra Nayak

ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ନିଆରା ଢଙ୍ଗରେ ରଜ ପର୍ବ ପାଳିତ 

Sunil Chandra Nayak

Leave a Comment

error: Content is protected !!