କେବେ ସରିବ ଦଣ୍ଡପାଟର ଦାଦନ ର ଦୁଃଖ କେବେ ବନ୍ଦ ହେବ ଦଣ୍ଡପାଟ ର ଦାଦନ ଶ୍ରମିକ ର ମୃତ୍ୟୁ l କିଛିଦିନ ତଳେ କୋକସରା ବ୍ଲକ ର ପିପଲଝାପର ର ନାବାଳକ ହାଇଦ୍ରାବାଦ କୁ ଦାଦନ ଖଟି ବାକୁ ଯାଇ ମୃତ୍ୟୁ ହୋଇ ଥିଲା ହେଲେ କିଛି ଦିନ ନ ହେଉଣୁ ବର୍ତମାନ ଦାଦନ ଶ୍ରମିକ ଶବ ହୋଇ ଫେରିଛନ୍ତି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋକସରା ବ୍ଲକ ଅନ୍ତର୍ଗତ ମୂଷାପାଲି ପଞ୍ଚାୟତ ର ଖପରମାଲ ଗ୍ରାମର ର ଏକୋଇସ ବର୍ଷର ପୁଅ ଗଜିନ୍ଦ୍ର ନାଏକ l ଗାଜିନ୍ଦ୍ର ପରବାରର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ବଙ୍ଗୋଲୋର କୁ ଯାଇଥିଲେ l ହେଲେ ହଠାତ ସେଠାରେ ତାଙ୍କ ଦେହ ଅସୁସ୍ଥ ହେଲା ପାରେ ତାଙ୍କୁ ଡାକ୍ତରଖାନା କୁ ନେଇଯାଇଥିଲେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା l ବର୍ତମାନ ମରଶରୀର ନିଜ ଗାଁ ଖପରାମାଳ ରେ ପହଞ୍ଚିଲା ପରେ ଗାଁରେ ଶୋକରଛାୟା ଖେଳିଯାଇଛି l ବର୍ତ୍ତମାନ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ରାକ୍ଷସ ରୁପ ନେବାବେଳେ ଏହାକୁ ରୋକିବାକୁ କଳାହାଣ୍ଡି ପ୍ରଶାସନ କିଛି ପଦକ୍ଷେପ ନନେବା କଲାହାଣ୍ଡି ରେ ଚର୍ଚ୍ଚାର ବିଷୟ ପାଲଟିଛି , ତେବେ ଦେଖିବାକୁ ବାକିରହିଲା ପ୍ରଶାସନ ବର୍ତମାନ କି ଭଳି ପଦକ୍ଷେପ ନେବ l ଶବ ପହଞ୍ଚିଲା ପରେ ମୂଷାପାଲି ସରପଞ୍ଚ ଅକ୍ଷୟ କୁମାର ନାଏକ ସମେତ ସମାଜସେବୀ ବିନ୍ଦୁସାର ବିଶି, ମହେଶ୍ୱର ବାଗ,ନିହାର ରଞ୍ଜନ ପାଣିଗ୍ରାହୀ, ସୁରେଶ ପଟେଲ, ରାଜକୁମର ନାଏକ, ମଙ୍ଗଳୁ ଚଲାନ,ବିଶେଶ୍ୱର ଚଲାନ ତଥା ପ୍ରମୁଖ ଉପସ୍ଥିତ ରହି ପରିବାର କୁ ସାନ୍ତ୍ୱନା ଦେଇଥିଲେ l
ବେହେରା ରୁ କାମେଶ ନାଗ ଙ୍କ ରିପୋର୍ଟ।