ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡ଼ାରେ ନାବାଳକ ମୃତ

ଡାବଗାଁ, 31/10 (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ବ୍ରାହ୍ମଣ ଗୁଡା ଗ୍ରାମ ଠାରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ନାବାଳକ ସୋମବାର ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ:- ବ୍ରାହ୍ମଣଗୁଡା ଗ୍ରାମର ପିତାମ୍ବର ଜାନୀ ଙ୍କ ପୁଅ ଡ଼ମୁ ଜାନୀ (୧୪) ନିଜ ମକା ଜମିରେ କାର୍ୟ୍ଯ କରୁଥିବା ସମୟରେ ସୋମବାର ଅପରାହ୍ନ ସମୟରେ ଏକ ବିଷାକ୍ତ ସାପ ଡମୁ ଙ୍କ ଗୋଡ଼ କୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମୃତ ନାବାଳକ ପିତା ପିତାମ୍ବର ଜାନି ଡାବୁଗାଁ ଥାନାରେ ଏତଲା ଦେଇଥିଲେ l ଉକ୍ତ ଏତଲାକୁ ଭିତ୍ତିକରି ଡାବୁଗାଁ ଥାନା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଥାନା କେଶ ନଂ. 26/22 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଭାଗ୍ୟବାନ ବାଗ ହେଲେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି

Sunil Chandra Nayak

ଆଦିବାସୀ ସଂଘ ପକ୍ଷରୁ ଖଡ଼ିଆଳ ବ୍ଳକ ଘେରାଓ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକଳ ଘଟେ ନାରାୟଣ

Sunil Chandra Nayak

Leave a Comment

error: Content is protected !!