ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାର୍ବତ୍ୟାଞ୍ଚଳ ସମାଡପଦର ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା, ସରପଞ୍ଚଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣିମୁଣ୍ଡା ପଞ୍ଚାୟତର ପାର୍ବତ୍ୟାଞ୍ଚଳ ସମାଡପଦର ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏନେଇ ଆଜି ଗ୍ରାମବାସୀ ରାଣିମୁଣ୍ଡା ଗ୍ରାମକୁ ଯାଇ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ | ସରପଞ୍ଚ ତୁକାରାମ ହିଆର ତୁରନ୍ତ ଅଭିଯୋଗ ଶୁଣି ସମାଡପଦର ଗ୍ରାମକୁ ଯାଇ ଏକ ଜେସିବି ସାହାର୍ଯ୍ୟରେ ଗ୍ରାମରେ ଏକ କୂଅ ଖୋଲି ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି । ସରପଞ୍ଚଙ୍କ ଏତାଦୃଶ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସମୁଦ୍ର ପତ୍ତନ ଠାରୁ ୧ ହଜାରରୁ ଅଧିକ ଫୁଟ ଉଚ୍ଚତାରେ ରହୁଥିବା ଏହି ଗ୍ରାମରେ ବିଶେଷ କରି ଖରା ମାସରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖା ଦେଇଥାଏ । ବର୍ତ୍ତମାନ ଗ୍ରାମରେ କିଛି ମାତ୍ରାରେ ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ୱାର୍ଡସଭ୍ୟ ପ୍ରସନ୍ନ ମାଝୀ ପ୍ରକାଶ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଦାନ ଙ୍କ ରିପୋର୍ଟ

Related posts

ଦୁଇ ମହିଳାଙ୍କ ବେକରୁ ହାର ଲୁଟି ନେଲେ କଳା ପଲସର ଲୁଟେରା

Sunil Chandra Nayak

ଗଛ ରୁ ପଡି ବୃଦ୍ଧ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଅବ୍ୟକ୍ତ ବେଦନା

Sunil Chandra Nayak

Leave a Comment

error: Content is protected !!