ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମ ଭୋଇ ସାମର୍ଥ୍ୟ ଶିବିର ୨୧୫ ଜଣଙ୍କୁ ଶାରୀରିକ ଅକ୍ଷମ ପ୍ରମାଣ ପତ୍ର ପ୍ରଦାନ

ଗୋଲାମୁଣ୍ଡା ତା ୧୧/୭( ମସିହା ନିଉଜ୍ ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପରିସରରେ ଆଜି ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ସ୍ନିଗ୍ଧା ରାଣୀ ପ୍ରଧାନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା , ସସ୍ମିତା ହୋତା ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ଏହି କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରି ୨୮ ଜଣ ଦିବ୍ୟାଙ୍ଗଙ୍କୁ ବସ ଓ ଟ୍ରେନ୍ ପାସ ପ୍ରଦାନ କରିଥିଲେ । ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତରୁ ୨୫୪ ଜଣ ପଞ୍ଜିକରଣ କରିଥିବା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଯାଇ ସେଥିମଧ୍ୟରୁ ୨୧୫ ଜଣଙ୍କୁ ଶାରିରୀକ ଅକ୍ଷମ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରୁ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ପାଢୀ , ମାନସିକ ଚିକିତ୍ସକ ଡାକ୍ତର ପ୍ରତାପ କୁମାର ପଟ୍ଟନାୟକ , ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିବେଦିତା ସାହୁ , କଣ୍ଠ , ଗଳା ଓ ନାସା ଚିକିତ୍ସକ ଡାକ୍ତର ପ୍ରଦ୍ୟୁମ୍ନ କିଶୋର ପଣ୍ଡା , ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଶୁଭାଶିଷ ମହାନ୍ତି , ବରିଷ୍ଠ ଶ୍ରବଣ ବିତ ବାଦଲ କୁମାର , ଚଳନ ପ୍ରଶିକ୍ଷକ ନିବାସ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧୂକାରୀ ତ୍ରିଲୋଚନ ନାଏକ , ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରମିତ ପ୍ରଧାନ ପରିଚାଳନା କରିଥିବା ବେଳେ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ , ସମିତିସଭ୍ୟ , ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ,ଏଭଳି କାର୍ଯ୍ୟକ୍ରମ କୁ ନେଇ ଅଞ୍ଚଳରେ ବ୍ଲକ ଅଧ୍ୟକ୍ଷ କୁ ଭୁରି ଭୁରି ପ୍ରଶଂସା କରିଥିଲେ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ପ୍ରତିନିଧି,

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତ୍ରି ଗୋ! ତୁମେ

Sunil Chandra Nayak

ମମତା ସାହୁ ଙ୍କ କବିତା ମେଘ ମହ୍ଲାର

Sunil Chandra Nayak

ନିଆଁ ଲାଗି ଦଶ ଏକର ଜମି ପୋଡି ପାଉଁଶ

Sunil Chandra Nayak

Leave a Comment

error: Content is protected !!