ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କବିତା ,ବନିତା ,ଲତା

କବିତା ,ବନିତା ,ଲତା

 

ଉପେନ୍ଦ୍ର କୁମାର ବସ୍ତିଆ

    

 କବିତା ••••

କବିତା ସୁନ୍ଦରୀ ଅତି ସୁକୁମାରୀ 
    ଭାବାବେଗ ସୃଷ୍ଟି କରେ 
ଅତି ଯତନରେ ସାଇତି ରଖିଛି 
    ମୋ ହୃଦ ମନ ମନ୍ଦିରେ ।
ଅତି ଅଲିଅଳି ଭାରି ଲାଜକୁଳୀ 
    ଚୂପିଚୂପି କଥା କୁହେ 
ତା କୁହା କଥାକୁ ଲେଖି ଚାଲେ ମୁହିଁ 
    ଯତନେ କାଗଜ ଦେହେ ।

 ବନିତା ••••

ବନିତାଟି ମୋର ଗୁଣ୍ଠୁଣି ହାତୀଟି 
    ଢଳି ଢଳି ବାଟ ଚାଲେ 
ମନ ଜାଣି ସିଏ କାମ କରୁଥାଏ 
    କଥା କୁହେ ଧୀରେ ଧୀରେ ।
ପାଇଟି କରଇ ଘରଟି ଯାକର 
    ଥକାପଣ କେବେ ନାହିଁ 
ଘର ସାରା ବୁଲେ ଲୋଟଣି ପାରା ସେ 
    ଅଳସ କରଇ ନାହିଁ ।

 ଲତା ••••

ଲତିକାଟି ମୋର ଅତି ଆପଣାର 
    ଖାଲି ପ୍ରୀତି ଖୋଜୁ ଥାଏ 
ଲଟେଇ ଯାଅଇ ଦେହସାରା ମୋର 
    ମାଳତୀ ଲତିକା ପ୍ରାଏ ।
ମୋ ପାଖକୁ ନୀତି ଫୋନ କରୁ ଥାଏ 
    ତା ଘରକୁ ଯିବା ପାଇଁ 
ଭାବେ ଯିବାପାଇଁ ଯାଇ ପାରେ ନାହିଁ 
    କି ସମନ୍ଧ୍ ଯିବି ନେଇ ।
କବିତା ,ବନିତା ଲତିକା ପାଇଁ ମୋ 
    ଅସହାୟ ମଣେ ନାହିଁ 
ଏ ତିନିଙ୍କ ପାଇଁ ଲେଖନୀ ଚାଳନା 
    ନୀତିପ୍ରତି କରୁଥାଇ ।

     ରାଉରକେଲା

Related posts

ବାସନ୍ତୀ ଲତା ଜେନା ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

ଭବାନୀପାଟଣା ମ୍ଯୁନିସିପାଲିଟି ଅଧ୍ଯକ୍ଷା ଭାବରେ ସଂଯୁକ୍ତା ବେହେରା ବିଜୟୀ

Sunil Chandra Nayak

ଦକ୍ଷିଣ -ପୂର୍ବ ରେଲଓ୍ବେ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!