ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ଥାନାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ,(ମନିସ)-  ନର୍ଲା ଥାନା ଅଭ୍ୟର୍ଥନା ପ୍ରକୋଷ୍ଠରେ ଆଜି ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନର୍ଲା ଓ ଲାଞ୍ଜିଗଡ ବ୍ଲକର ପଚାଶରୁ ଅଧିକ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ରାଜନେତା, ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ବିଭିନ୍ନ ଗଠନମୂଳକ ଆଲୋଚନାରେ ଭାଗ ନେଇଥିଲେ । ଏହି ଅବସରରେ ନର୍ଲା ଥାନାଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ହ୍ରାସ କରିବା, ବେଆଇନ ମଦ କାରବାର ରୋକିବା, ପେଟ୍ରୋଲିଂକୁ କଡାକଡି କରିବା, ମହିଳା ଓ ଶିଶୁ ନିର୍ଯାତନା ସହିତ, ସାଇବର କ୍ରାଇମ୍ ରୋକିବା ଦିଗରେ ଉଭୟ ପୁଲିସ ଓ ଜନସାଧାରଣଙ୍କ ସହଭାଗିତା ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ନର୍ଲା ବ୍ଲକ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ସେରଗଡ ସରପଞ୍ଚ ରାହୁଲ ସାହୁ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବରିଷ୍ଠ ନାଗରିକ ହରିଶ୍ଚନ୍ଦ୍ର ବୁଦ୍ଧିଆ, କାମରାଜ ନାଏକ, ପ୍ରସନ୍ନ ପରିଡା, ସୁବନ ଭୋଇ, ହମେଶ ଜୈନ, ପ୍ରଦୀପ ଛତ୍ରିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୌତୁକ ଖମାରୀ, ଯୁବ ସାମ୍ବାଦିକ ତଥା ସମାଜସେବୀ ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ନୀଲେଶ କୁମାର ନାଗ, ସନ୍ତୋଷ ପାତ୍ର, ଚିନ୍ତାମଣି ନାଏକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ । ସେହିପରି ନର୍ଲା ପୁଲିସ ପକ୍ଷରୁ ଏସ୍‌ଆଇ ଦେବେନ୍ଦ୍ର ମାଝୀ, ଏଏସ୍‌ଆଇ ଆର୍ ଏନ୍ ନିଶିକା, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଶିକ୍ଷା ହିଁ ଆଲୋକ,ଆତ୍ମନିର୍ଭରଶୀଳ ନହେଲେ ଭାଷା ବଂଚାଇବା ଅସମ୍ଭବ

Leave a Comment

error: Content is protected !!