ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂଗୀତକାର ମହେନ୍ଦ୍ର ଆଚାର୍ଯ୍ୟ ଓ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କୁ ମୂର୍ଚ୍ଚନା ସମ୍ମାନ-୨୦୨୨ ଓ ଆଜୀବନ ସାଧନା ପାଇଁ ଶ୍ରୀ ମନ୍ମଥ ମିଶ୍ରଙ୍କୁ ‘ଆଜୀବନ ସାଧନା ସମ୍ମାନ-୨୦୨୨’ ପ୍ରଦାନ

ଭୁବନେଶ୍ୱର, ୨୫/୯ ଓଡ଼ିଶାର ବିଶିଷ୍ଟ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ସଂଗୀତ, ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର, ନୃତ୍ୟ ଓ ନାଟକ ସାଂସ୍କୃତିକ ଅନୁଷ୍ଠାନ ‘ମୂର୍ଦ୍ଧନା’ର ୧୮ତମ ବାର୍ଷିକୋତ୍ସବ ଓ ସଂଗୀତ ଉତ୍ସବ ତା. ୨୫.୦୯.୨୦୨୨ ରବିବାର ଦିନ ଭୁବନେଶ୍ଵର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ସାଧନା ପାଇଁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମହେନ୍ଦ୍ର ଆଚାର୍ଯ୍ୟଙ୍କୁ ‘ସଂଗୀତକାର ସମ୍ମାନ-୨୦୨୨’ ଓ ବିଶିଷ୍ଟ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କୁ ‘ଗୀତିକାର ସମ୍ମାନ-୨୦୨୨’ ଓ ସଂଗୀତ, ସାହିତ୍ୟ କ୍ଷେତ୍ରରେ ଆଜୀବନ ସାଧନା ପାଇଁ ମନ୍ମଥ ମିଶ୍ରଙ୍କୁ ‘ଆଜୀବନ ସାଧନା ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ମୂର୍ଣନାର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଉଦ୍‌ବୋଧନ ଦେଇଥିଲେ । ମୂର୍ଣନାର ସଂପାଦକ ଅଜୟ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥ ଶ୍ରୀଯୁକ୍ତ ପ୍ରବୋଧ ରଥ ସଚିବ, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଭୁବନେଶ୍ଵର, ମୁଖ୍ୟ ବକ୍ତା ଶ୍ରୀସୌରଭ ରଥ, ସହାୟକ ମହା ପ୍ରବନ୍ଧକ (ସରକାରୀ କୋଷାଗାର ଶାଖା) ଭାରତୀୟ ଷ୍ଟେଟ ବ୍ୟାଙ୍କ,ଭୁବନେଶ୍ବର ନିଜ ନିଜ ବକ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହୋଇଥିବା ଓଡ଼ିଆ ଆଧୁନିକ ସଂଗୀତ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସ୍ୱରୂପ ନଗଦ ରାଶି, ଫଳକ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୂର୍ଜନାର ମୂଖପତ୍ର ‘ମୂହଁନା’ ଉନ୍ମୋଚିତ ହୋଇଥିଲା । ପରେ ପରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ, ଜୟଶ୍ରୀ ସାହୁ, ଅଜୟ ମହାନ୍ତି, ଚିତ୍ରଭାନୁ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ଶତରୂପା, ଅନ୍ଵେଷା ପାଢୀ ଓ ଆର୍ଯ୍ୟ ଆଚାର୍ଯ୍ୟ ପ୍ରମୁଖ ଓଡ଼ିଆ ଚଳଚିତ୍ରର ସୁମଧୁର ଗୀତ ସବୁକୁ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ଶେଷରେ ଉପସଭାପତି ଶ୍ରୀ ଗୋଲକ ଚରଣ ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ମୂର୍ଦ୍ଧନାର କର୍ମକର୍ତ୍ତା ହେମନ୍ତ ପରମଗୁରୁ, ରବିନ୍ଦ୍ର ମହାନ୍ତି, ତୁଷାରକାନ୍ତି ଚୌଧୁରୀ, ପ୍ରଣୟ ଜେଠୀ, ଦେବେନ୍ଦ୍ର ସାହୁ ଓ ପୁଷ୍ପମିତ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କମଲ୍ କିରଣ ସଂଚାଳନ କରିଥିଲେ ।

ଅମୃତ ନନ୍ଦ ଙ୍କ ରିପୋର୍ଟ 

 

Related posts

ଆମପାଣି ବୁଢାରଜା ମହାପ୍ରଭୁଙ୍କ ପ୍ରସିଦ୍ଧ ଦଶ୍‌ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳନ

Sunil Chandra Nayak

ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ କ୍ରିଡା ସମାରୋହରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କମାଲ 

Sunil Chandra Nayak

Leave a Comment

error: Content is protected !!