ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମଭୋଇ ଭିନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଚନ୍ଦାହାଣ୍ଡି-22/9(ମ ନି ସ)  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ,ଜୋନ-1 ଜିଲ୍ଲା ପରିଷଦ ବର୍ଷାରାଣୀ ପଟେଲ,ଜୋନ-2 ଜିଲ୍ଲାପରିଷଦ କେତକୀମଲି ଗୌଡ଼, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦେଇଥିଲେ l ଶିବିରକୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀମାଝୀଙ୍କ ସହ ସମସ୍ତ ଅତିଥିଙ୍କ ଦ୍ୱାରା ଶୁଭ ଉଦଘାଟନ କରାଯାଇ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାର୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ବିଧାୟକ ଶ୍ରୀମାଝୀ ଏବଂ ସାଂସଦଙ୍କ ପ୍ରତିନିଧି ଶ୍ରୀପାଢ଼ୀ ନିଜ ବକ୍ତବ୍ୟରେ ପରିବାର ମଙ୍ଗଳ ଯୋଜନାରେ ପରିବାର ମୁଖ୍ୟଙ୍କ ନିଧନରେ ବିପିଏଲ କାର୍ଡ ହିତାଧିକାରୀ ଉପକୃତ ହେଉଥିବା ବେଳେ ବିପିଏଲ କାର୍ଡ ନଥିବା ହିତାଧିକାରୀ ମଧ୍ୟ ବାର୍ଷିକ ଆୟ ଷାଠିଏ ହଜାରରେ ସୀମିତ ଥିବା ପରିବାର ଏହି ସୁବିଧା ପାଇପାରିବେ ବୋଲି କହିବା ସହ କିଛି ଉପଯୁକ୍ତ ହିତାଧିକାରୀ ଆଧାର ଓ ଭୋଟର ପରିଚୟ ପତ୍ରରେ ବୟସ ତ୍ରୁଟି ଯୋଗୁଁ ପେନସନ ପାଇବାରୁ ବଞ୍ଚିତ ହେଉଥିବାରୁ ସଂଶୋଧନ କରି ଆବେଦନ କରି ସରକାରୀ ସୁବିଧାର ଲାଭ ଉଠେଇବାକୁ, ବିଏସକେୱାଇ କାର୍ଡ ନଥିଲେ ରାସନ କାର୍ଡରୁ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ l ଏହି ଶିବିରରେ 14 ଗୋଟି ପଂଚାୟତର ଭିନ୍ନକ୍ଷମ ମାନେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରେଇଥିଲେ l ଚନ୍ଦାହାଣ୍ଡି ଗୋଷ୍ଠୀ ଉନୟନ ଅଧିକାରୀ ଧର୍ମରାଜ ମାଝୀଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଭିନ୍ନକ୍ଷମ ଓ ପୁନର୍ବାସ ଅଧିକାରୀ ଓ ସହଯୋଗୀ ଜ୍ୟୋତିର୍ମୟ ବେହେରା ଓ ଜଳେଶ୍ୱର ପାତ୍ର ଉପସ୍ଥିତ ରହି ଭିନ୍ନକ୍ଷମଙ୍କ ସମସ୍ୟା ବୁଝିବା ସହ ଶିବିରର ତଦାରଖ କରିଥିଲେ l ଶିବିରରେ ମୋଟ 516 ଜଣ ପଞ୍ଜିକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ 415 ଜଣ ଙ୍କୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ,13 ଜଣ ଙ୍କୁ ଟ୍ରାଇ ସାଇକେଲ,32 ଜଣ ଙ୍କୁ ହ୍ୱିଲ ଚେୟାର, 142 ଜଣ ଙ୍କୁ ଶ୍ରବଣ ଯନ୍ତ୍ର, ଦୁଇ ଜଣଙ୍କୁ ଆଶା ବାଡି ଦିଆଯାଇଥିବାବେଳେ, ପେନସନ ପାଇଁ 18 ଜଣ, ବାଣିଶ୍ରୀ ସ୍କୁଲlର ସିପ ପାଇଁ 62 ଜଣ, ବସ ପାସ ପାଇଁ17 ଜଣ ଙ୍କୁ ଚିହ୍ନଟ କରାଯାଇଥିଲା l ଶିଶୁରୋଗ ବିଶେଷଜ୍ଞ ଡl.ସନ୍ତୋଷ ପଣ୍ଡା,ଭେଷଜ ବିଶେଷଜ୍ଞ ଡl. ସୁନୀଲ କୁମାର ଭତ୍ରା,ଚକ୍ଷୁରୋଗ ବିଶେଷଜ୍ଞ ଡl. ଦେବାଶିଷ,ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼l.ଅଶୋକ ମହାପାତ୍ର, ଡା. ସୁକାନ୍ତ ଷଡ଼ଙ୍ଗୀ,ଡା.ବିଭୁଦତ୍ତ ସେଠି,ଡା.ଶିବ ପ୍ରସାଦ ଷଡ଼ଙ୍ଗୀ, ଡା. ନବଘନ ଏବଂ ଡା.ଘନଶ୍ୟାମ ବେହେରା,ବାକ ଓ ଶ୍ରବଣ ବିଭାଗ ଡା ସଲାମ ମଲିକ ପ୍ରମୁଖ ଡାକ୍ତର ସମସ୍ତ ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ବିଏସଏସଓ ପ୍ରକାଶ ଚନ୍ଦ୍ର ଢ଼ାଲି, ଜିପିଈଓ ସୂର୍ଯ୍ୟ ଭତ୍ରା,ଡା ସନ୍ଦୀପ ଶତପଥୀ, ସିଡିପିଓ ସୈରେନ୍ଦ୍ରି ମହାନନ୍ଦ, ଏବିଇଓ ପ୍ରେମଚାନ୍ଦ ସିଂ ଧୂରୁଆ,ସହକାରୀ ଯନ୍ତ୍ରୀ ଥୟ କୁମାର ପଟେଲ ବିପିସି ଗଣେଶ ଚୌଧୁରୀ,କର୍ମଚାରୀଙ୍କ ସମେତ ସମିତିସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସୋରି, ସନ୍ତୋଷ ପଟନାୟକ, ଟେକରାମ ମାଝୀ, କ୍ଷୀରଦେଇ ଚଣ୍ଡୀ, ଗୌରୀ ନେଙ୍ଗୀ, ସରପଞ୍ଚ ଜଳନ୍ଧର ମାଝୀ, ଦୁର୍ଲଭ ପୂଜାରୀ, କୃଷ୍ଣ ଜାନି ପ୍ରମୁଖଙ୍କ ସହ ସମସ୍ତ ସରପଞ୍ଚ, ସମସ୍ତ ସମିତିସଭ୍ୟ ଉପସ୍ଥିତ ରହିଥିଲେ l ବ୍ଲକର ସମସ୍ତ ପିଇଓ, ସମସ୍ତ କନିଷ୍ଠ ଯନ୍ତ୍ରୀ, ବିଏଫଟି,ଜିଆରଏସ, ସମସ୍ତ ଯୋଗାଣ ସହାୟକ ଏବଂ ଲାବଣ୍ୟ ମାଝୀ ଯୁବକ ସଙ୍ଘର କର୍ମକର୍ତ୍ତା ଙ୍କ ସହ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ସହଯୋଗ କରିଥିବା ବେଳେ ପୋଲିସ କର୍ମଚାରୀ ଶାନ୍ତି ଶୃଙ୍ଖଳା ରକ୍ଷl କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପର୍ଯ୍ୟଟକ ମାନଙ୍କ ପାଇଁ ଖବର, ଚିଲିକା ଜଳଯାତ୍ରା କରିବ ହାଉସ୍ ବୋଟ୍ ଗରୁଡ଼

ବିଜେପିର ମଣ୍ଡଳ ସ୍ଥରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ଯବସ୍ଥାକୁ ନେଇ ଏକ ପରାମର୍ଶ ଶିବିର

Sunil Chandra Nayak

Leave a Comment

error: Content is protected !!