ଗୋଳାମୁଣ୍ଡା ତା ୧୬/୭/ମସିହା ନିଉଜ୍/ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ସାନଚେରଗାଁର କ୍ଷେତ୍ର ବାଗ(୨୮) ସର୍ପ ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ ତା୧୩/୭/ବୁଧବାର ଦିନ ରାତିରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ମୃତକ ଜଣକ ଦୀର୍ଘ ଛଅ ବର୍ଷଧରି ବଙ୍ଗୋମୁଣ୍ଡା ବାବାମଠରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ବାବା ମଠରେ ହିଁ ରାତ୍ରି ଯାପନ କରୁଥିଲେ ହେଲେ ଗତ ବୁଧବାର ତାଙ୍କ ପାଇଁ ସାଜିଥିଲା କାଲରାତ୍ରୀ । ରାତ୍ରିରେ ଶୋଇଥିବା ସମୟରେ ବାମ ହାତର ଆଙ୍ଗୁଠିରେ ସର୍ପଘାତ କରିଥିବାରୁ ତାଙ୍କୁ ନିକଟସ୍ଥ ବଙ୍ଗୋମୁଣ୍ଡା ଡାକ୍ତରଖାନାକୁ ନେଇ ଥିଲେ, ସେହିଠି ଭଲ ନ ହେବାରୁ ଗୁରୁବାର ଦିନ ବଲାଙ୍ଗୀର ଡାକ୍ତର ଖାନାକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ବଙ୍ଗୋମୁଣ୍ଡା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ବଙ୍ଗୋମୁଣ୍ଡା ପୋଲିସ ଅପମୃତୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଥିଲେ । ନିଜ ପରିବାର ଲୋକେ ଶବକୁ ନିଜଗାଁକୁ ଆଣି ଶବଦାହ କରିଥିବା ପରିବାର ପକ୍ଷରୁ ପ୍ରକାଶ ପାଇଛି । ସେ ପରିବାରର ବଡପୁଅ ହୋଇଥିବାରୁ ନିଜ ବାପା ମାଆଙ୍କୁ ପ୍ରତିପୋଷଣ କରୁଥିଲେ । ଏମିତି ଏକ ରୋଜଗାରିଆ ପୁଅ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆକସ୍ମିତ ଦୁର୍ଘଟଣାକୁ ନେଇ ସରକାରୀ ସ୍ତରରେ ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ କେଗାଁ ପଞ୍ଚାୟତ ସମିତି ସଭ୍ୟ ଲକ୍ଷ୍ମଣ ସାହୁ,ବାସୁଦେବ ବାଗ ସହ ଗ୍ରାମବାସୀ ପକ୍ଷରୁ ଦାବିହେଉଛି ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ରିପୋର୍ଟ,ମସିହା