ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ ଆକ୍ରମଣ ରେ ୩ ମୃତ ୨ ଗୁରୁତର

ମୃତକ ପରିବାର ଙ୍କୁ ମିଳିବ ୪ ଲକ୍ଷ ଲେଖାଏ ସହାୟତା

ନୂଆପଡା ଜିଲ୍ଲାର ଲଖନା ଥାନା ଅନ୍ତର୍ଗତ ସମର ସିଂ ଗାଁ ରେ ଭାଲୁ ଆକ୍ରମଣ ରେ ୩ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅବସ୍ଥା ରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ଭାଲୁ ଟି କୁ ଗ୍ରାମବାସୀ ମିଶି ଜଙ୍ଗଲ ନିକଟରେ ମାରିଦେଇଥିବା ବେଳେ ଘଟଣା ସ୍ଥଳ ରେ ବନବିଭାଗ ର ଏକ ଟିମ ପହଂଚିଛି ତଦନ୍ତ କରିବା ପାଇଁ । ଏହି ଘଟଣା ରେ ମୃତ୍ୟୁ ବରଣ କରିଥିବା ୩ ଜଣ ଙ୍କ ପରିବାର କୁ ୪ ଲକ୍ଷ ଟଙ୍କା ଲେଖାଏ ବନବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି । ସେହିପରି ଗୁରୁତର ଆହତ ହୋଇଥିବା ଦୁଇ ଜଣ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶହ ଡାକ୍ତରୀ ରିପୋର୍ଟ କୁ ନେଇ ସେମାନଙ୍କୁ ସହଯୋଗ ମିଳିବ ବୋଲି ପ୍ରକାଶ କରିଛନ୍ତି । ସମରସିଙ୍ଗ ଗାଁ ର ରତନ ମାଝୀ କାଲି ଦିନ ୧୦ ଘଣ୍ଟା ସମୟରେ ଜଙ୍ଗଲ କୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ସଂପର୍କୀୟ ନକୁଳ ମାଝୀ ଶହ ବାଦଲ ମାଝୀ , ଶଙ୍କର ମାଝୀ , ନୂଆଧର ମାଝୀ , କୁନା ମାଝୀ ଓ ପରମେଶ୍ୱର ମାଝୀ , ରତନ ମାଝୀ ଙ୍କୁ ଜଙ୍ଗଲ କୁ ଖୋଜିବାକୁ ଯାଇଥିଲେ । ଏ ସମୟରେ ଜଙ୍ଗଲ ରେ ଥିବା ଭାଲୁଟି ପରମେଶ୍ୱର ମାଝୀ ଙ୍କୁ ଆକ୍ରମଣ କରିଥିଲା କିନ୍ତୁ ପରମେଶ୍ୱର ଗଛ ଉପରକୁ ଚଢି ଯାଇଥିଲେ । ପରେ ଭାଲୁ ଟି ନକୁଳ ମାଝୀ ଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିବା ପରେ କୁନା ମାଝୀ ଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଏହି ସମୟ ରେ କୁନାମଝି ଓ ବାଦଲ ମାଝୀ ଶଙ୍କର ମାଝୀ ଓ ନୂଆଧର ମାଝୀ ଭାଲୁ ମୁହଁରୁ କୌଶଳ ରେ ବାହାରି ଗାଁ କୁ ଯାଇଥିଲେ।ଜଙ୍ଗଲ ରେ ରତନ ମାଝୀ କୁ ଭାଲୁ ମରିଦେଇଥିବା ଓ ନକୁକ ମାଝୀ ଙ୍କୁ ରକ୍ତାକ୍ତ କରିଥିବା ଓ ପରମେଶ୍ୱର ମାଝୀ ଗଛରେ ଚଡି ରହିଥିବା କହିବା ପରେ ଗ୍ରାମବାସୀ ଏକଜୁଟ ହୋଇ ଜଙ୍ଗଲ କୁ ଯାଇଥିଲେ।ଏହି ସମୟରେ ପୁଣି ଭାଲୁଟି ରବିରଣା କୁ ଆକ୍ରମଣ କରିଥିଲା।ଫଳରେ ଗ୍ରାମବାସୀ ମିଳିତ ଭାବେ ଭାଲୁ କୁ ମାରିଦେଇଥିଲେ । ଭାଲୁ ର ଆକ୍ରମଣ ରେ ରତନ ମାଝୀ , ନକୁଳ ମଝି ଓ ରବି ରଣା ମୃତ୍ୟୁ ବରଣ କରିଥିବା ବେଳେ।ଗୁରୁତର ପରମେଶ୍ୱର ମାଝୀ ଓ କୁନା ମାଝୀ ଙ୍କୁ ନୂଆପଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଛାଲିଛି।ଏହି ଘଟଣା କୁ ନେଇ ବନବିଭାଗ ଘଟଣା ର ତଦନ୍ତ କରି ଫେରିଛି।ଭାଲୁ ଓ ମଣିଷ ମଧ୍ୟ ରେ ହୋଇଥିବା ସଂଘର୍ଷ ରେ ନିଜ ଜୀବନ ବଞ୍ଚାଇବା ବେଳେ ଭାଲୁ ର ମୃତ୍ୟୁ ବରଣ ହୋଇଛି ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସହରର ବିଭିନ୍ନ ଅନୁଷ୍ଠାନ ରେ ଗୁରୁଦିବସ ପାଳନ

Sunil Chandra Nayak

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ,  ଆୟତ୍ତ କଲା ଅଗ୍ନିଶମ ବିଭାଗ

Sunil Chandra Nayak

କନକ ନିଆଲ ମୃତ୍ୟୁ ମାମଲା,ଜଣେ କୋର୍ଟ ଚାଲାଣ ,ଜାମିନ ନାମଞ୍ଜୁର 

Sunil Chandra Nayak

Leave a Comment

error: Content is protected !!