ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘର କାନ୍ଥ ଭୁସୁଡିଲା , ଅଳ୍ପକେ ବର୍ତିଲେ ମା ସହ ତିନି ପୁଅ ଝିଅ 

ରାଇଘର (ମ ନି ସ )୧୩/୦୯ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ଠାକୁରାଣୀ ସାହିରେ ଗତକାଲି ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ପରିବାର ସଦସ୍ୟ l ରାଇଘର ସଦର ମହକୁମା ସ୍ଥିତ ୧୧ ନମ୍ବର୍ ୱାର୍ଡର ଠାକୁରାଣୀ ସାହିର ସ୍ବର୍ଗତ କମଳ ନାଗଙ୍କ ସ୍ତ୍ରୀ ଅମିତା ଧୋବା ଦୁଇ ଝିଅ ଓ ଗୋଟିଏ ପୁଅ ସହ ରହି ଆସୁଥିବା ବେଳେ ନିଜର ଆବାସ ଗୃହ କାର୍ଯ୍ୟ ଜାରୀ ରହିଥିବା ଯୋଗୁଁ ଭାଇ ର ଏକ ଘରେ ରହୁଥିଲେ l ଗତକାଲି ବିଳମ୍ବିତ ରାତିରେ ଉକ୍ତ ଘରର କାନ୍ଥ ସମ୍ପୁର୍ଣ ଭାଙ୍ଗି ପଡି ଯାଇଥିବା ବେଳେ ପୁରା ପରିବାର ସେହି କୋଠରୀରେ ରହିଥିଲେ ମଧ୍ୟ ସମସ୍ତେ ଅଳ୍ପକେ ବର୍ତି ଯାଇଛନ୍ତି l ସମସ୍ତେ ଘର ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାପଡିଛି l ଅନ୍ୟ ପଟେ ସ୍ଵାମୀ ର ମୃତ୍ୟୁ ପରେ ଅମିତା ତିନି ପୁଅ ଝିଅ ମଧ୍ୟରେ ଦୁଇ ଭିନ୍ନକ୍ଷମ ପୁଅ ଝିଅ ଅଟନ୍ତି l ସମସ୍ତଙ୍କୁ ନେଇ ପେଟ ପାଟଣା ସମ୍ଭାଳି ଆସୁଥିବା ବେଳେ ଅମିତାକୁ ବିଧବା ଭତ୍ତା ମିଳୁଛି ସେହି ଭଳି ଦୁଇ ଭିନ୍ନକ୍ଷମ ପୁଅ ଝିଅ କୁ ମଧ୍ୟ ଭତ୍ତା ମିଳୁ ଥିବା ବେଳେ କିଛି ମାସ ହେବ ପୁଅ କେସନାଥ କୁ ଭତ୍ତା ମିଳୁ ନ ଥିବା ଜଣାପଡିଛି l ତେବେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଅଘଟଣ ସମ୍ପର୍କରେ ସମସ୍ତେ ଭୟଭୀତ ହୋଇ ରହିଥିବା ବେଳେ ସୌଭାଗ୍ୟ ବସତ ସମସ୍ତେ ଅଳ୍ପକେ ବର୍ତି ଯାଇଛନ୍ତି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

ଏନ୍ଆଇଟିକୁ ବିଜୁ ପଟ୍ଟନାୟଙ୍କ ନାମରେ ନାମିତ କରାଯାଉ

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା ବାପୁ ତୁମେ ଚାଲିଗଲା ପରେ 

Sunil Chandra Nayak

ବାବା ବଳିଆ ଯୁବ ଅନୁଷ୍ଠାନ ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!