ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗୁରୁ ଦକ୍ଷିଣା

ନର୍ଲା (ମନିସ) ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରୁପ୍ରାରୋଡ ଶାଖା ପକ୍ଷରୁ ସରସ୍ଵତୀ ଶିଶୁ ମନ୍ଦିର, ରୁପ୍ରାରୋଡ ପରିସରରେ ସଂଘର ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଖଣ୍ଡ କାର୍ଯ୍ୟବାହ ତଥା ସରସ୍ୱତୀ ଶିଶୁ ମନ୍ଦିର, ନର୍ଲାର ପ୍ରଧାନାଚାର୍ଯ୍ୟ ବୁଦ୍ଧଦେବ ନାଏକ ଉପସ୍ଥିତ ରହି ଗୁରୁ ଦକ୍ଷିଣାର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପ୍ରଥମେ ଗୁରୁର ପ୍ରତୀକ ଗୈରିକ ଧ୍ୱଜ ସ୍ଵୟଂ ସେବକ ଜୟଶଙ୍କର ରାଉତ ସ୍ଥାପନ କରିଥିଲେ। ଏହା ପରେ ଉପସ୍ଥିତ ସ୍ବୟଂ ସେବକଗଣ ଧ୍ୱଜ ପ୍ରଣାମ ସହ ଗୁରୁ ପୂଜନ ପରମ୍ପରା ଅନୁଯାୟୀ ତନ,ମନ, ଧନ ଅର୍ପଣ ପୂର୍ବକ ଦକ୍ଷିଣା ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ଵୟଂ ସେବକ ଡୋଳାମଣି ସାହୁ, ମୋହନ ପୁଟେଲ, ଅଶୋକ ଅଗ୍ରୱାଲ, ଅନୀଲ ଅଗ୍ରୱାଲ, ହେମନ୍ତ କୁମାର ଭୋଇ, ରମେଶ ତ୍ରିପାଠୀ ସହ ଆଚାର୍ଯ୍ୟ ସମୂହ ଓ ବାଳ ସ୍ବୟଂ ସେବକଗଣ ଯୋଗଦାନ କରିଥିଲେ। ପବିତ୍ର ମୋହନ ଛୁରିଆ ଅତିଥି ପରିଚୟ ରଖିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନବ ନିର୍ବାଚିତ ସରପଂଚ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସ୍ଵାମୀ ଶ୍ୟାମ ଚରଣ ମୁର୍ମୁ ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ

Sunil Chandra Nayak

ମହା ଆଡମ୍ବର ରେ ପାଳିତ ହେଲା ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ପର୍ବ

Sunil Chandra Nayak

Leave a Comment

error: Content is protected !!