ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମିକା କୁ ଦୁଷ୍କର୍ମ କରି ପଥର ଛେଚି ହତ୍ୟା କରିଥିବା ପ୍ରେମିକ କୁ ଗିରଫ କଲା ପୋଲିସ

 ମହଙ୍ଗା ପଡିଲା ମୋବାଇଲ ପ୍ରେମ

ଫୁଲବାଣୀ -: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଡଡିଙ୍ଗିଆ କଲୋନୀ ସାହି ମୁଖ୍ୟ ରାସ୍ତା ନିକଟସ୍ଥ ଖୋଲା ପଡ଼ିଆର ଏକ ଖାଲରେ ରକ୍ତଜୁଡୁ ବୁଡୁ ଅବସ୍ଥାରେ ତା ୧୫/୭/୨୨ ରିଖ ଦିନ ଏକ ଯୁବତୀ ର ପଡିଥିବା ମୃତ ଦେହ ରାଇକିଆ ଥାନା ପୋଲିସ ଉଦ୍ଧାର କରି ଘଟଣାର ସତ୍ୟତା ଜାଣିବା ଏବଂ ଅଭିଯୁକ୍ତ କୁ ଅତିଶୀଘ୍ର ଗିରଫ କରିବା ନିମନ୍ତେ ତଦନ୍ତ ଜାରୀ ରଖିଥିଲେ ରାଇକିଆ ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ। ତଦନ୍ତ ରେ ପୋଲିସ ମୃତା ଯୁବତୀ ଜଣକ ଡଡିଙ୍ଗିଆ ଗ୍ରାପ ପଞ୍ଚାୟତ ଅଧିନସ୍ଥ ବୁଦ୍ଧିଆପାଙ୍ଗା ଗ୍ରାମର ସେହି ପଞ୍ଚାୟତ ର ୬ ନଂ ୱାର୍ଡ ମେମ୍ବର କିଶୋର ପ୍ରଧାନ ଙ୍କର ଝିଅ ଅଞ୍ଜୁତା ପ୍ରଧାନ ୨୨ ବୋଲି ପୋଲିସ ଶବ ଚିହ୍ନଟ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିଲା। ଝିଅର ବାପା କିଶୋର ପ୍ରଧାନ ମୋ ଝିଅ ୧୪ ତାରିଖ ଦିନ ଫୁଲବାଣୀ କୌଣସି କାମ ରେ ଯାଇଛି ମୁଁ ୩ ଟା ବେଳେ ଫେରିବି ବୋଲି କହି ଘରକୁ ଫୋନ କରିଥିଲା । ମୋ ଝିଅର ନିର୍ବନ୍ଧ ଟିଆଙ୍ଗିଆ ଗ୍ରାମର ଏକ ଯୁବକ ସହିତ ସରିଥିଲା ବେଳେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ବୋଲି ପୋଲିସ କୁ କହିଥିଲେ। ରାଇକିଆ ପୋଲିସ ସେହିଦିନ ଠାରୁ ତଦନ୍ତ ଜାରୀ ରଖିଥିଲା । ଅଞ୍ଜୁତା କୁ ଦୁଷ୍କର୍ମ କରି ପଥର ଛେଚି ହତ୍ୟା କରି ରାସ୍ତା କଡରେ ଫିଙ୍ଗିଦେଇଥିବା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପର ଦଣ୍ଡିକିଆ ଡଲାବାଲୀ ଗ୍ରାମର ମାଧବ ଦିଗାଲ ର ପୁଅ ପଙ୍କଜ ଦିଗାଲ ୨୯ ଅଭିଯୁକ୍ତ କୁ ତାଙ୍କ ଗ୍ରାମରୁ ଗତକାଲି ୩.୩୦ ମିନିଟ ସମୟରେ ପୋଲିସ ଗିରଫ କରି ରାଇକିଆ ଥାନା କେସ ନଂ ୭୩/୨୦୨୨ ଦଫା ୩୦୨ ରୁଜୁ କରି କୋର୍ଟ ଚାଲାଣ କରିଥିବା ରାଇକିଆ ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଅଭିଯୁକ୍ତ ପଙ୍କଜ ଓ ମୃତ ଅଞ୍ଜୁତା ଙ୍କ ମଧ୍ୟରେ ଫୋନ ମାଧ୍ୟମରେ ପ୍ରେମ ସମ୍ପର୍କ ଗଡି ଉଠିଥିଲା। ଉଭୟ ଉଭୟ କୁ ଭଲ ପାଉଥିଲେ । ପଙ୍କଜ ଅଞ୍ଜୁତା ର ନିର୍ବନ୍ଧ ହୋଇଥିବା କଥା ଜାଣିପାରି ୧୪ ତାରିଖ ଦିନ ବୁଲିଯିବା ନିମନ୍ତେ ମୋବାଇଲ ରେ ଅଞ୍ଜୁତା କୁ କହିଥିଲା। ୧୪ ତାରିଖ ଗୁରୁବାର ଦିନ ଅଞ୍ଜୁତା ଓ ପଙ୍କଜ ଦାରିଙ୍ଗବାଡି ମଣ୍ଡାସୁର ବୁଲିବାକୁ ଯାଇଥିଲେ , ଅଞ୍ଜୁତା ବାପାଙ୍କୁ ଫେରିବା ବିଳମ୍ବ ହେବ କହି ମୋବାଇଲ ସୁଇଚ ଅପ କରିଦେଇଥିଲା। ତା ପରେ ପଙ୍କଜ ଅଞ୍ଜୁତା କୁ ଆଣି ଡଡିଙ୍ଗିଆ ନିକଟରେ ଦୁଷ୍କର୍ମ କରି ପଥର ଛେଚି ହତ୍ୟା କରି ଖାଲରେ ଫିଙ୍ଗିଦେଇଥିବା ପୋଲିସ କୁ ଚାଞ୍ଚଲ୍ୟକର ଵୟାନ ଦେଇ ଥିବା ବେଳେ ଅଞ୍ଜୁତା ର ହତ୍ୟା କାରୀ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ଜି. ଉଦୟଗିରି ଏସ ଡି ପି ଓ ଡ଼ ତିରୁପତି ରାଓ ପଟ୍ଟନାୟକ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ବିଶ୍ଵ ହିନ୍ଦୁ ପରିଷଦ, ଦୂର୍ଗା ବାହିନୀ ର ନାରୀ ସଶକ୍ତିକରଣ ପଦଯାତ୍ରା

Sunil Chandra Nayak

ରାଉରକେଲା – ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବିଶ୍ବ ପରିବେଶ ଦିବସ ପାଳନ

ଯୁବ ସମାଜସେବୀ ଅମର କୁମାର ପାଳଙ୍କୁ ମିଳିଲା ପୁରସ୍କାର 

Sunil Chandra Nayak

Leave a Comment

error: Content is protected !!