ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା କାଶତଣ୍ଡୀ ଏବେ ହସିଲାଣି

  କାଶତଣ୍ଡୀ ଏବେ ହସିଲାଣି

     

       ଅପର୍ତ୍ତି ସେଠୀ

ବରଷା‌ ବିଦାୟ ନେବା ନେବା ହୁଏ
      ଶରତ ଆସିବ କହିଲାଣି‌,
ଭୋଦୁଅଦାଣ୍ଡରେ କାଦୁଅ‌ ତ ନାହିଁ
      ଅଶୀଣ‌ ମୁରୁକି ହସିଲାଣି।
ନ‌ଈ ପୋଖରୀର ଜଳରାଶି ଏବେ
      କାଚ କେନ୍ଦୁ ପରି ଦିଶିଲାଣି,
ମେଘ ବାଳା ଏବେ ବାଦଲ ଫାଙ୍କରୁ
      ବସି ମନ ମାରି ରୁଷିଲାଣି।
ଶ୍ରାବଣୀ ଫେରିବ ନିଜ ଅଗଣାକୁ
       ଚୁପି‌ ଚୁପି କାନେ କହିଲାଣି‌,
ଚଷା ପୁଅ ତାର ହଳ ଲଙ୍ଗଳକୁ 
     କେବେଠାରୁ ଧୋଇଥୋଇଲାଣି।
ହଳଦୀ ରଙ୍ଗର ଜହ୍ନିଫୁଲଗୁଡା
       ରଞ୍ଜାରୁ ମ‌ଉଳି ସାରିଲେଣି,
କାଗଜ ଡଙ୍ଗାଟି ଆଉ ଭାସିବନି
       ଗଡିବନି ପୁଣି ଚାଳପାଣି‌।
ଖଣ୍ଡ ଖଣ୍ଡ ମେଘ ହୋଇ ଡାକ ହାକ
       ବିଦାୟ ନେବାକୁ ବସିଲେଣି,
ପରିବେଶ ଏବେ ଶାନ୍ତ ଲାଗିଲାଣି
       ଆକାଶ ନିର୍ମଳ ଦିଶିଲାଣି।
ଶରତ ଆସୁଛି ପ୍ରକୃତି ହସୁଛି
       ଧାନକ୍ଷେତ ଶୋଭା ବଢିଲାଣି‌,
ସବୁଜ ବେଢାଣ‌ ବେଢେଇ‌ ଧରିତ୍ରୀ
       କି ସୁନ୍ଦର ଆହା ଦିଶିଲାଣି।
ଶୁଭ୍ର ବସ୍ତ୍ର ପରିଧାନେ କାଶତଣ୍ଡୀ
       ନିଜକୁ ସଜେଇ ହୋଇଲାଣି‌,
ଚାମର ହଲେଇ ମାଆ ଦୁରୁଗାଙ୍କୁ
       ସରାଗେ ସ୍ଵାଗତ କରିଲାଣି।
ନ‌ଈପଠା ବିଲେ ମେଲଣ ଲାଗିଛି
       କାଶତଣ୍ଡୀ ପ୍ରେମେ‌ ଝୁଲିଲାଣି,
ରୂପାଜହ୍ନ ଖୋଜି ଗାଆଁ ପୋଖରୀରେ
       କ‌ଇଁ ପ୍ରୀତି ଗୀତ ଗାଇଲାଣି‌।
ଝଡିଯିବା‌ ଆଗୁଁ ଝରା‌ ଶେଫାଳୀଟି
       ଚେଇଁ ଚେଇଁ ସ୍ଵପ୍ନ ଦେଖିଲାଣି‌,
ପବନ ସାଥୀରେ ନିଜକୁ ହଜେଇ‌
        ସୁଗନ୍ଧର‌ ବାସ ବୁଣିଲାଣି‌।
ନାଲିଟୁକୁଟୁକୁ‌ ସାଧବ ବୋହୂଟି
        ସବାରୀରେ‌ ବସି ସାରିଲାଣି,
ତା’ହୃଦ କୋଠୀରୁ‌ ବିରହ ସଙ୍ଗୀତ
       ଆଉ କାହା ମନ ଦହିଲାଣି।
ଶରତ ଆଗମେ‌ ପୂଜା ମଣ୍ଡପରେ
       ଦୁର୍ଗାଆସି ଉଭା ହୋଇଲେଣି,
ଶୀତ ସକାଳଟା ଆଗକୁ ଆସିବ
       ତାହା ମଧ୍ୟ ଜଣା ପଡିଲାଣି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

ଉଦଯାପିତ ହେଲା ଖଣ୍ଡୁଆଳ ମାଳି ପର୍ବ ୨୦୨୨

Sunil Chandra Nayak

କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦେଲେ ମତଦାନ

Sunil Chandra Nayak

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

Sunil Chandra Nayak

Leave a Comment

error: Content is protected !!