ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ପୂଜାରିଣୀ

     ପୂଜାରିଣୀ

 

      ବେଣୁଧର ସୂତାର

 

ତୁମେ ମୋ ମନର ଦିବ୍ୟ ସୁରକାର

ପ୍ରଣବ ଓଁକାର ଧ୍ବନି

ମୁଁ ଯେ ମମତାର ମଧୁମତୀ ଧାରା

ତନ୍ମୟୀ ତପସ୍ବୀନୀ

ବ୍ୟାପ୍ତି ଓ ଦୀପ୍ତିର ଅନନ୍ତ ତୃପ୍ତିର

ଅନୁରାଗ ବନ୍ଦୀଶାଳା

ତୁମେ ମୋ ମନର ମଧୁ ସପନର

ଉତ୍ତାଳ ଉର୍ମିମାଳା ।।

ନିତ୍ୟ ସବୁଜ ଏ ଅନ୍ତର ତଳେ

ତୁମେ ପାରିଜାତ ହସ

ବିପୁଳ ଉପାସ୍ୟ ତପସ୍ୟା ବେଦୀର

ଅମୃତର ଅଭିଳାଷ ।।

ତୁମେ ପରା ଭରା ଗଙ୍ଗଶିଉଳିର

ବାସ୍ନା ବିଭୋର ମନ

ରେଶମୀ ରାତିର ସୁନେଲି ସ୍ବପ୍ନ

ମଧୁଝରା ରୂପା ଜହ୍ନ ।।

ସ୍ନେହ ସୋହାଗର ଅମିୟ ପସରା

ପ୍ରୀତିଭରା ଆତ୍ମୀୟତା

ଚିତ୍ରଭାନୁ ତୁମେ ଚଇତି ଚାନ୍ଦର

ତେଜୋଦୀପ୍ତ ତାରୁଣ୍ୟତା ।।

ତୁମେତ ବିଚିତ୍ର ସ୍ବପ୍ନ ଚାରୁଚିତ୍ର

ସୃଷ୍ଟି ସମଷ୍ଟିର ଧାରା

ତୁମରି ପ୍ରେମର ପୀୟୂଷ ପ୍ଳାବନେ

ମୁଁ ଯେ ଆଜି ଆତ୍ମହରା ।।

ମୁଁ ତପଶ୍ଚାରିଣୀ ତୁମ ପୂଜରିଣୀ

ଅୟୁତ ଅତନ୍ଦ୍ର ରାତି

ସମର୍ପି ଦେଇଛି ବଳକା ଆୟୁଷ

ପବିତ୍ର ପ୍ରେମରେ ବିତି ।।

ମୋ ଜୀବନଯଜ୍ଞ ସମାବର୍ତ୍ତେ ତୁମେ

ଯଜ୍ଞାନଳର ହବିଃ

ନିତ୍ୟ ପ୍ରେମମୟ ଭାବକଳ୍ପ ତୁମ

ଚିର ଚନ୍ମୟ ଛବି ।।

ସୁନ୍ଦର ତୁମେ ଶାଶ୍ବତ ତୁମେ

ମୃତ୍ୟୁଞ୍ଜୟ ଧରା ତଳେ

ତୁମରି ଚରଣ ଆଶ୍ରିତା ମୁଁ ଯେ

ପାବନ ପ୍ରଦୀପ ଜାଳେ ।।

କେଶଦୁରାପାଳ କେନ୍ଦୁଝର

 

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମାଟିର ସ୍ବର୍ଗ             

ଜନଜାତି ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଜିଲ୍ଲା ପରିଷଦ ସଭ୍ୟ

Sunil Chandra Nayak

ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରୀ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳିନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!