ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଠାରେ ଗୀତା ଆବୃତ ଜ୍ଞାନ ପ୍ରତିଯୋଗିତା

ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ଜି ଙ୍କ ପ୍ରେରଣା ରେ ଧର୍ମଗଡ ଶିଶୁ ମନ୍ଦିର ଠାରେ ଗୀତା ଆବୃତ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଗୀତା ଆବୃତ୍ତି ଜ୍ଞାନ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ପଣ୍ଡା ଙ୍କ ଦିଗଦର୍ଶନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମନୋଜ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ପରିଚାଳନା ହୋଇଥିବାବେଳେ ଆଚାର୍ଯ୍ୟ ବଟକୃଷ୍ଣ ପଣ୍ଡା,କୋକିଳ ମହାନନ୍ଦ,ସମେଶ୍ୱର ସୁନାନୀ,ଅଚିନ୍ୟୁ ନାରାୟଣ ହରପାଳ,ଭବାନୀ ଶଙ୍କର ଗୋପାଳ, ସ୍ମିତା ରାଣୀ ମୁଣ୍ଡ ବିଚାରକ ଭାବେ ନିୟୋଜିତ ରହିଥିଲେ।ଏଥିରେ “କ”ବିଭାଗରେ ୨୭ଜଣ “ଖ”ବିଭାଗ୧୩ଜଣ ଓ “ଗ” ବିଭାଗରେ ୧୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଉର୍ତ୍ତିର୍ଣ୍ଣ ହୋଇଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ଦିଆଯାଇଥିଲା।ସୂଚନା ଯେ ପ୍ରଜ୍ଞାନ ମିଶନ ଜଗତସିଂହପୁର କଟକ ଆନୁକୂଲ୍ୟରେ ଗିତା ର ପ୍ରଚାର ପ୍ରସାରଣ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି।ଗୀତା ଜ୍ଞାନ ପ୍ରାପ୍ତ ହେଲେ ନିଶ୍ଚିତ ଭାବେ ସତଭାବନା ଜାଗ୍ରତ ହେବା ସାଂଗେ ଆଧ୍ୟାତ୍ମିକ ଚେତନା ଲାଭ ପାଇବା ସାଂଗେ ଶାନ୍ତି ପୂର୍ଣ୍ଣ ଜୀବନ ଯାପନ ହୋଇ ପାରିବ ବୋଲି ଅଧ୍ୟକ୍ଷ ମତ ପ୍ରକାଶ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ପରିବାର ପକ୍ଷରୁ ନବବର୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!