ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ବାଟ ମଙ୍ଗଳା ପଞ୍ଚମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଅନୁଷ୍ଠିତ

ରାଉରକେଲା/ ଜୟଦେବ କଳା ବିକାଶ କେନ୍ଦ୍ର ଓ ଜଗଦା ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ମା ବାଟ ମଙ୍ଗଳା ପଞ୍ଚମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଜଗଦା ସ୍ଥିତ ମା ବାଟ ମଙ୍ଗଳା ଶକ୍ତିପୀଠର ଶକ୍ତିଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଉପଦେଷ୍ଟା ସଂଜୀବ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା ସଭାପତି କାଶୀନାଥ ପଣ୍ଡା ଓ ସଂପାଦକ ପ୍ରଦୀପ କୁମାର ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲାର ୫୦ଜଣ, ରାଜ୍ୟର ୧୬ ଜଣ ଓ ବିଭିନ୍ନ ରାଜ୍ୟର ୧୬ଜଣ କଳାକାର ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ କରିଥିଲେ । ଗୁରୁ ସୁଶାନ୍ତ କୁମାର ପାଣି ଙ୍କ ସଂଯୋଜନାରେ ସଂଧ୍ୟା ୬ ରୁ ଆରମ୍ଭ ହୋଇ ତା ପରଦିନ ଭୋର ୬ ଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଗୁରୁ ସର୍ବଶ୍ରୀ କେଶବ ଚନ୍ଦ୍ର ରାଉତ, ସଚ୍ଚିଦାନନ୍ଦ ଦାସ,ଡଃ ତାପସ ପଲ,ଡଃ ଅତିନ୍ଦ୍ର ସର୍ବାଧିକର,ଡଃ ସନ୍ଦିପ ରାଉତ,ସଂଗୀତା ରାଉତ, ନିମକାନ୍ତ ରାଉତରାୟ, ଭାଗ୍ୟଶ୍ରୀ ମହାନ୍ତି,ଜୋୟତା ଚୌଧୁରୀ, ଅବିର ମୁଖାର୍ଜୀ, ଦିବାକର ପରିଡା,ଶୁଧେନ୍ଦୁ ହାଲଦାର,ବୁଦ୍ଧନାଥ ସ୍ବାଇଁ,ରାଜେନ୍ଦ୍ର ବେହେରା, ରାଜକିଶୋର ପାଢ଼ୀ,ଅରୁପ ଦାସ,ମୁରଲିଧର ସ୍ବାଇଁ, ରାମଚନ୍ଦ୍ର ବେହେରା, ରୁଦ୍ରପ୍ରସାଦ ପରିଡା, ମନବୋଧ ମିଶ୍ର,ବୀଣାପାଣି ରଥ,ଡଃ ସଂଚିତା ଚୌଧୁରୀ , ସୁଶ୍ରୀ ବିଷ୍ଣୁପ୍ରିୟା ସାହୁ, ପ୍ରଦୀପ କୁମାର ପଣ୍ଡା,ରଜତ କୁମାର ପଣ୍ଡା,ମୀରା ମିଶ୍ର,ପ୍ରଫୁଲ୍ଲ ମଙ୍ଗଳ, ଗଜରାଜ ମୋହିନୀ,ଡା ସୁଶାନ୍ତ କୁମାର ପାଣି ପ୍ରମୁଖ ଗୁରୁ ମାନେ ସଂଗୀତ ଓ ବାଦ୍ୟ ପରିବେଷଣ କରିଥିଲେ । ଏହା ସହ ରାଉରକେଲା ର ନୂତନ ପ୍ରତିଭା ଭାବେ ସ୍ମିତା ମିଶ୍ର,ଗୀତାରାଣୀ ବେହେରା, ରାଘବେନ୍ଦ୍ର, ଶ୍ରୀତିକା,ରିଧିଶ୍ରୀ,ଅଭିଷେକ,ଦେବାଂଶୁ,ଆକାଂକ୍ଷା, ସ୍ମୃତି ସ୍ମରଣିକା,ସୀତାଂଶୀ,ଶୋଭନ,ଅର୍ଣ୍ଣବ,ଆର୍ଯ୍ୟନ,ଅଶ୍ମିତା,ଅରମାନ,ଆୟାନ, ନିରୁପମା, ସୌମ୍ଯଶୁଭମ,ଗୌରାଙ୍ଗ,ପଦ୍ମନାଭ,ଶ୍ରୀଜା,ସୌମୀ, ବିତିଶ ବରଣ,କୋଏଲ, ଅସୀମ, ସୁସ୍ମିତା,ବିନିତା,ବିରେନ୍ଦ୍ର,ଭରତ,ଦିଲ୍ଲୀପ,ବିନାୟକ,ଲକ୍ଷ୍ମୀଧର, ପୁଷ୍ପାଞ୍ଜଳୀ,ମୀନା,ମଞ୍ଜୁରାଣୀ,ସିଲୁ,ଶୁଭଲକ୍ଷ୍ମୀ,ରଶ୍ମିତା, ଲୀନା,ଶ୍ରୀୟା,ପ୍ରତିଭା, ସୌମ୍ଯରଂଜନ, ସୁଧୀପ୍ତ,ବାଘରାଇ,ରାଜଶ୍ରୀ,ଅନୁଷ୍କା, ଶୁଭାଶିଷ, ସୁବାସିନୀ,କୁମୁଦୁନୀ, ମୀନତି,ବୁଦୁଜ ପ୍ରମୁଖ ସଂଗୀତ ଓ ବାଦ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ୟୁ ସି ଜେନା, ଲତିକା ପଟ୍ଟନାୟକ, ବି ବୁଦ୍ଧପ୍ରସାଦ ରାଓ, ଭାସ୍କର ଚନ୍ଦ୍ର ମହାପାତ୍ର,ସୁନିଲ୍ କୟାଲ, ବିମଳ କୁମାର ବିଶି, ବେଣୁଧର ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇ ରହିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ଏହି ଭଳି କାର୍ଯ୍ୟକ୍ରମକୁ କିପରି ଅଧିକ ବ୍ୟାପକ କରାଯାଇ ପାରିବ ସେ ଦିଗରେ ଚେଷ୍ଟା କରିବେ ବୋଲି କହିଥିଲେ ଓ ଏହା ସହ ସମସ୍ତ ଗୁରୁ ଓ ପ୍ରତିଭା ନାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ସର୍ବଶ୍ରୀ ପ୍ରଭାତ ମହାନ୍ତି, ପିତାମ୍ବର ଲେଙ୍କା, ଲକ୍ଷ୍ମୀଧର ନାୟକ, ପରଭେଜ ଅରୋରା, ଡି ଏନ ପୃଷ୍ଟି, କ୍ରୀଷ୍ଣା ସିଂହ, ହୃଷିକେଶ ନାୟକ, ବିମ୍ବାଧର ଶତପଥୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପଣ୍ଡିତ ଦିନଦୟାଲଙ୍କ ଜୟନ୍ତୀ ପାଳିତ

Sunil Chandra Nayak

କେଶବ ର ଚିକିତ୍ସା ପାଇଁ ସରକାରୀ ସହାୟତା ମିଳିବ ! ନା ସରକାର ଙ୍କ ନୂତନ ଦିବ୍ୟାଙ୍ଗ ତାଲିକାରୁ ଜଣେ ହୋଇ ରହିଯିବ ?

Sunil Chandra Nayak

ଜିଲା ପ୍ରାଥମିକ ଶିକ୍ଷକ ଏକ୍ସ- କ୍ୟାଡର ଏବଂ ଗଣଶିକ୍ଷକ ସଂଘର ଜିଲା ସ୍ତରୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!