ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଙ୍ଗଠନର ଜିଲ୍ଲାସ୍ତରୀୟ ମାନବିକତା ସଚେତନତା ସଭା

ରାଉରକେଲା/ ରାଉରକେଲା ସହରର ହନୁମାନ ବାଟିକା ପରିସରରେ ‘କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଙ୍ଗଠନ’ ପକ୍ଷରୁ ଜିଲ୍ଲାସ୍ତରୀୟ ମାନବିକତା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ସୁନ୍ଦରଗଡ଼ ଜିଲ୍ଲା ଆବାହିକା ଲଳିତା ଲାକ୍ରା ଓ ସହ ଆବାହକ ତଥା ସମାଜସେବୀ ରଣଧିର ଲେଙ୍କା ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ସଙ୍ଗଠନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଗଗନେଶ୍ୱର ଠାକୁର ଯୋଗଦେଇ ସଙ୍ଗଠନର କାର୍ଯ୍ୟପ୍ରଣାଳୀ ସହିତ ମାନବିକ ଅଧିକାର ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ। ବିଶେଷ କରି ମଣିଷର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ହେଉଛି ମାନବିକ ଅଧିକାରଜନିତ। ତେଣୁ ଆମେ ସମସ୍ତେ ନିଜ ନିଜର ଅଧିକାର ସମ୍ପର୍କରେ ପ୍ରଥମେ ସଚେତନ ହେବା ଓ ଏହି ଅଧିକାର ହାସଲ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ଠାକୁର ଆହ୍ୱାନ ଦେଇଥିଲେ। ଆସନ୍ତା ଅଳ୍ପ ଦିନ ମଧ୍ୟରେ ସଙ୍ଗଠନର ସର୍ବ ବୃହତ୍‌ ଆଞ୍ଚଳିକ କାର୍ଯ୍ୟାଳୟ ରାଉରକେଲାରେ ଖୋଲାଯିବ ବୋଲି ସେ ସୂଚନା ଦେଇଥିଲେ। ଏହି ଅବସରରେ ସଙ୍ଗଠନର ରାଷ୍ଟ୍ରୀୟ ସମ୍ପାଦକ ପ୍ରଫୁଲ୍ଲ ଲାକ୍ରା ଉପସ୍ଥିତ ରହି ସଙ୍ଗଠନର କାର୍ଯ୍ୟଧାରା ସମ୍ପର୍କରେ ବିବରଣୀ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାମଜସେବୀ ତଥା ସଙ୍ଗଠକ ଡା ଅକ୍ଷୟ ସାମଲ, ବରିଷ୍ଠ ସମାଜସେବୀ ତଥା ବିଜୁ ଫାଉଣ୍ଡେସନର ଅଧ୍ୟକ୍ଷ ହରିହର ରାଉତରାୟ, ପୂର୍ବତନ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିମନ୍ତି ଲୁଗୁନ ପ୍ରମୁଖ ଉପସ୍ଥିତ ରହି ମାନବିକ ଅଧିକାରର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଶିବିରରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଶତାଧିକ ଭିନ୍ନ ଭିନ୍ନ ବର୍ଗର ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ମତଦାନ ଶେଷ  

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ପ୍ରଭୁ ଜଗନ୍ନାଥଙ୍କୁ ମୋ ଚିଠି

Sunil Chandra Nayak

Leave a Comment

error: Content is protected !!