କୋକସରା,୨ା୫- (ମ ନି ସ) ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ୫ଦିନ ଧରି ସ୍କୁଲ ଛୁଟି ରହିବା ପରେ ସୋମବାର ଠାରୁ ସକାଳୁଆ ସ୍କୁଲ ଖୋଲିଛି । ଏବେ ସକଳା ୬ଟା ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ମାନଙ୍କ ଅବହେଲା ଓ ନିଦ୍ଧାରିତ ସମୟରେ ସ୍କୁଲ ଆସି ନ ଥିବାରୁ ଛାତ୍ରଛାତ୍ରୀ ମାନେ ଦିର୍ଘ ୧ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ସୋମବାର ସ୍କୁଲ ସାମ୍ନାରେ ଶିକ୍ଷକ ଙ୍କୁ ଅପେକ୍ଷା କରି ରହିଥିଲେ । ପରେ ଜଣେ ଶିକ୍ଷକ ୭ଟା ସମୟରେ ପହଞ୍ଚି ସ୍କୁଲ ଖୋଲିଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଏହି ବିଦ୍ୟାଳୟ ର ଶିକ୍ଷକ ମାନେ ଠିକ୍ ସମୟରେ ସ୍କୁଲ ଆସୁ ନଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି । ତେବେ ଛାତ୍ରଛାତ୍ରୀ ମାନେ ସ୍କୁଲ କୁ ଆସି ଦିର୍ଘ ଘଣ୍ଟେ ରୁ ଉର୍ଦ୍ଧ ସମୟ ଶିକ୍ଷକ ମାନଙ୍କୁ ଅପେକ୍ଷା କରିଥିବା ଘଟଣା କୁ ଅଭିଭାବକ ଓ ଗ୍ରାମବାସୀ ନା’ ପସନ୍ଦ କରିବା ସହ କାର୍ଯ୍ୟରେ ଅବହେଲା କରୁଥିବା ଶିକ୍ଷକ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍କ ଶବରଙ୍କ ପ୍ରତିକ୍ରିୟା ନେବାରୁ ଦୂରରୁ ଆସୁଥିବାରୁ ୫/୧୦ ମିନିଟ୍ ବିଳମ୍ବ ହୋଇଛି, ଘଣ୍ଟେ ସମୟ ବିଲମ୍ବ ହୋଇଥିବା କଥା କୁ ଅସ୍ୱୀକାର ଥିଲେ । ସେହିପରି ସିଆର୍ସିସି ପ୍ରଶାନ୍ତ ଶବରଙ୍କ ପ୍ରତିକ୍ରିୟା ନେବାରୁ ବର୍ତ୍ତମାନ ସ୍କୁଲ ଖୋଲା ହୋଇ ସାରିଛି । ହେଲେ ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟରେ କିଛି ଅଭିଯୋଗ ଆସିଛି, ଆମେ ସମିକ୍ଷା ବୈଠକରେ ସେ ମାନଙ୍କୁ ତାଗିଦ ମଧ୍ୟ କରିଛୁ ବୋଲି କହିଛନ୍ତି । ଅନ୍ୟପଟେ କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ ରମାକାନ୍ତ ଦାସ କହିଛନ୍ତି ସର୍ଜମିନ ଦତନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦାସ କହିଛନ୍ତି ।