ଧନ୍ଯ ହେଲି ପ୍ରଭୂ
କବିତା ସାହୁ
କଳାଚାନ୍ଦ କଳା ମାଣିକ
ଧନ୍ଯ ହେଲି ଦେଖି ତୁମ ସ୍ବରୂପ।
ପବିତ୍ର ହୋଇଲା ଅନ୍ତର ବାହାର
କୃପା କରୁଥିବ ଜୀବନ ଯାକ।
କଳାଚାନ୍ଦ କଳା ମାଣିକ। ୧
ଦେଖି ତୁମ ନାନା ସୁବେଶ
ଚର୍ମ ନେତ୍ର ହେଲା ପବିତ୍ର।
ଶୁଣି ତୁମ ନାମ କୀର୍ତ୍ତନ
ପବିତ୍ର ହୋଇଲା ମୋର କର୍ଣ୍ଣ ।
କଳାଚାନ୍ଦ କଳା ମାଣିକ। ୨
ଧରି ତୁମ ନାମ ତୁଣ୍ଡ ମୋ ପବିତ୍ର
କର ତାଳି ମାରି ହାତ ପବିତ୍ର।
ବଡ଼ଦାଣ୍ଡ ଛୁଇଁ ଧନ୍ଯ ପାଦ ଦୁଇ
ନାଚି ହୋଇଲା ସେତ ପବିତ୍ର ।
କଳାଚାନ୍ଦ କଳା ମାଣିକ। ୩
ମନ ବୁଦ୍ଧି ଚିତ୍ତ ହୋଇଲା ପବିତ୍ର
ମହାପ୍ରସାଦ ତୁମ ଖାଇ ତ।
ମନରୁ କଳୁଷ ନାଶ ହୋଇ ଗଲା
ପଡି ଗଲା ତୁମ କୃପା ଦୃଷ୍ଟି ତ।
କଳାଚାନ୍ଦ କଳା ମାଣିକ। ୪
ଧନ୍ଯ ହେଲି ଦେଖି ତୁମ ସ୍ବରୂପ।