ଜଣାଣ
ମାନଗୋବିନ୍ଦ ସ୍ବାଇଁ
ପ୍ରଭୁଙ୍କ ପ୍ରସାଦ ମୁହିଁ ପାଇଗଲି
ଦୁଃଖ ସବୁ ଭୁଲି ଗଲି
ଶୋଷ ଲାଗୁଥିଲା ତୋଟଙ୍କ ତୋରାଣି
ଢୋକେ ପାନ କରି ଦେଲି।
କାଳିଆ ପ୍ରେମରେ ପଡି ମୋ ସଂସାର
ଦୁଃଖ ତାଙ୍କୁ ଦେଇ ଦେଲି
ଏବେ ତ ବୁଝିବ ଜଗତ ସଂସାର
ସୁଖରେ କେମିତି ବୋଲି।
ଆପତ୍ତି କରିଲେ କିଛି ବୁଝି ନାହଁ
ଗୁହାରୀ ଶୁଣିଲ ନାହିଁ
ଅଥଳ ସାଗର ସଂସାର ଭାସୁଛି
ଉଦ୍ଧାର କର ଗୋସାଇଁ।
ତୁମେଯେ ବିପଦେ ଦୀନ ଦୁଃଖୀ ସଖା
ଅନାଥ ରକ୍ଷକ ମିତ୍ର
ଖାଲି ହାତେ ଧରି ଅନାଇଁ ରହିଛୁ
ଆହାର ପାଇଁ କି ପତ୍ର।
ଢାଳିଦେ କରୁଣା ପୂର୍ଣ୍ଣ ହେଉ ଥାଳ
ଏତିକି କରେ ମିନତୀ
ଭକତର ଆଶା କରିବ ପୂରଣ
ରଖୁଛି ପାଦେ ଭକତି।