ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ପ୍ରଭୁଙ୍କ ପ୍ରସାଦ ମୁହିଁ ପାଇଗଲି

      ଦୁଃଖ ସବୁ ଭୁଲି ଗଲି

ଶୋଷ ଲାଗୁଥିଲା ତୋଟଙ୍କ ତୋରାଣି

    ଢୋକେ ପାନ କରି ଦେଲି।

କାଳିଆ ପ୍ରେମରେ ପଡି ମୋ ସଂସାର

   ଦୁଃଖ ତାଙ୍କୁ ଦେଇ ଦେଲି

ଏବେ ତ ବୁଝିବ ଜଗତ ସଂସାର

    ସୁଖରେ କେମିତି ବୋଲି।

ଆପତ୍ତି କରିଲେ କିଛି ବୁଝି ନାହଁ

    ଗୁହାରୀ ଶୁଣିଲ ନାହିଁ

ଅଥଳ ସାଗର ସଂସାର ଭାସୁଛି

   ଉଦ୍ଧାର କର ଗୋସାଇଁ।

ତୁମେଯେ ବିପଦେ ଦୀନ ଦୁଃଖୀ ସଖା

    ଅନାଥ ରକ୍ଷକ ମିତ୍ର

ଖାଲି ହାତେ ଧରି ଅନାଇଁ ରହିଛୁ

   ଆହାର ପାଇଁ କି ପତ୍ର।

ଢାଳିଦେ କରୁଣା ପୂର୍ଣ୍ଣ ହେଉ ଥାଳ

    ଏତିକି କରେ ମିନତୀ

ଭକତର ଆଶା କରିବ ପୂରଣ

    ରଖୁଛି ପାଦେ ଭକତି।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ମହାଭାରତ ଆୟୋଜନ ପାଇଁ କୁମ୍ଭାରୀ ଗ୍ରାମରେ ଭୂମି ପୂଜନ କାର୍ଯ୍ୟକ୍ରମ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସାଧନା ପଣ୍ଡା  ଙ୍କ କବିତା କେମିତି କୁହତ ଥରେ … !!

Sunil Chandra Nayak

Leave a Comment

error: Content is protected !!