ଚିନ୍ତନ
ରାଗ (ଆଷାଢ଼ ଶୁକ୍ଳ ବାଣୀ )
ମନରେ କରୁତୁ କେତେ ଚିନ୍ତନ
ପାଇବୁକି କେବେ ଦିବ୍ୟ ରତନ,
ଯେତେ ହେଜିଲେକି ମଣିକାଞ୍ଚନ
ଦେଖିକି ପାରିବ,ତୁମ୍ଭଲୋଚନ
ସେଯେ ସାରଧନ
ଗହନମନର ଗଣ୍ଠି ରତନ |1|
ନୀରତ ଖୋଜିଲେ ଗୁପତ ଧନ
ଆପେ ଆସିଯିବ ମନକୁ ମନ,
ଯେତେ ଭାବିଚିନ୍ତି କଲେ ମନ୍ଥନ
ଧରାନ ଦେବରେ ସାର ସୁବର୍ଣ୍ଣ,
ସେଯେ ଚାରୁ ଜହ୍ନ
ଜ୍ଞାନ ସାଗରର ମୋତି ରତନ |2|
ଦୁଧ ଗରମରେ ମିଳଇ ସର
ସରକୁ ବାଟିଲେ ଘିଅ ସୁନ୍ଦର
ସରକୁ ମନ୍ଥିଲେ ଲହୁଣୀ ମିଳେ
ଲହୁଣୀରୁ ଘୃତ ବାଟିଲେ ଶୀଳେ
କ୍ଷିରୁ ଉତପନ୍ନ
ଲହୁଣୀରୁ ଘୃତ ହୁଏ ଜନମ |3
ଘୃତଜ ଦିନର କରେ ସେବନ
ମଣିଷର ହୁଏ ବଳବର୍ଦ୍ଧନ
ଦୁଗ୍ଧଜାତ ଦ୍ରବ୍ୟ କଲେ ମନ୍ଥନ
ବୀର୍ଯ୍ୟବାନ ହୁଏ ଦୁର୍ବଳ ଜନ
କଲେ ଏହିପରି
ଦୁର୍ବଳା ପାଲଟେ ବିଶ୍ୱ ସୁନ୍ଦରୀ |4|
ଗୁଣୀ କରିଲେ ମାନସ ମନ୍ଥନ
ଜ୍ଞାନ ସାରତତ୍ତ୍ୱ ହୁଏ ଉତ୍ପନ୍ନ
ବୃଦ୍ଧିହୁଏ ବୁଦ୍ଧି ଜ୍ଞାନ ସମ୍ଭାର
ଚିନ୍ତନେ ସମ୍ଭୁତ ଗୁଣ ଅପାର
ବିଭୁଦତ୍ତ ଜ୍ଞାନ
ଇଶ୍ୱର କରନ୍ତି ଅଜ୍ଞାନେ ଦାନ|5|
ଚିନ୍ତନ ପ୍ରଭାବେ ବିଭୂ ମହିମା
ଅବତରି ଆସେ ନାହିଁତା ସୀମା
ଅଜ୍ଞଲୋକ ଯାନ୍ତି ସୁପଥ ସୁଖେ
ସୁମନ ଚଳନ୍ତି ଦିବ୍ୟ ମୟୂଖେ
ଚିନ୍ତନେ ମାନବ
ଜ୍ଞାନ ପାରାବାରୁ ପାଏ ବିଭବ |6|
ଚିନ୍ତନେ ମିଳଇ ଅସୀମ ଜ୍ଞାନ
ଜ୍ଞାନାଲୋକେ ବଢେ ଅଜ୍ଞ ସମ୍ମାନ
ଚିନ୍ତନେ ସୁଧୁରେ ନେତାଙ୍କ ଗୁଣ
ବିଜ୍ଞଙ୍କ ଜ୍ଞାନରହଇ ଅକ୍ଷୁର୍ଣ
ସାରଜ୍ଞାନ ବଳେ
ଅଜ୍ଞଲୋକ ସୁରପୂରକୁ ଚଳେ |7|
ଚିନ୍ତନ ମନ୍ଥନ କରିଲେ ଜ୍ଞାନ
ମଣିଷ ପାଲଟେ ପ୍ରତିଭା ବାନ
ମଲ୍ଲିଫୁଲ ପରି ବାସନା ବାସେ
ତାହା ବଳେ ନର ରହେ ସୁବାସେ
ଚିନ୍ତନେ ଯେ ଜ୍ଞାନ
ମଣିଷର ବଢେ ମାନ ସମ୍ମାନ |8|