ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଚିନ୍ତନ

         ଚିନ୍ତନ

 

         ରାଗ (ଆଷାଢ଼ ଶୁକ୍ଳ ବାଣୀ )

 

ମନରେ କରୁତୁ କେତେ ଚିନ୍ତନ

ପାଇବୁକି କେବେ ଦିବ୍ୟ ରତନ,

ଯେତେ ହେଜିଲେକି ମଣିକାଞ୍ଚନ

ଦେଖିକି ପାରିବ,ତୁମ୍ଭଲୋଚନ

      ସେଯେ ସାରଧନ

ଗହନମନର ଗଣ୍ଠି ରତନ |1|

 

ନୀରତ ଖୋଜିଲେ ଗୁପତ ଧନ

ଆପେ ଆସିଯିବ ମନକୁ ମନ,

ଯେତେ ଭାବିଚିନ୍ତି କଲେ ମନ୍ଥନ

ଧରାନ ଦେବରେ ସାର ସୁବର୍ଣ୍ଣ,

     ସେଯେ ଚାରୁ ଜହ୍ନ

ଜ୍ଞାନ ସାଗରର ମୋତି ରତନ |2|

 

ଦୁଧ ଗରମରେ ମିଳଇ ସର

ସରକୁ ବାଟିଲେ ଘିଅ ସୁନ୍ଦର

ସରକୁ ମନ୍ଥିଲେ ଲହୁଣୀ ମିଳେ

ଲହୁଣୀରୁ ଘୃତ ବାଟିଲେ ଶୀଳେ

         କ୍ଷିରୁ ଉତପନ୍ନ

ଲହୁଣୀରୁ ଘୃତ ହୁଏ ଜନମ |3

 

ଘୃତଜ ଦିନର କରେ ସେବନ

ମଣିଷର ହୁଏ ବଳବର୍ଦ୍ଧନ

ଦୁଗ୍ଧଜାତ ଦ୍ରବ୍ୟ କଲେ ମନ୍ଥନ

ବୀର୍ଯ୍ୟବାନ ହୁଏ ଦୁର୍ବଳ ଜନ

     କଲେ ଏହିପରି

ଦୁର୍ବଳା ପାଲଟେ ବିଶ୍ୱ ସୁନ୍ଦରୀ |4|

 

ଗୁଣୀ କରିଲେ ମାନସ ମନ୍ଥନ

ଜ୍ଞାନ ସାରତତ୍ତ୍ୱ ହୁଏ ଉତ୍ପନ୍ନ

ବୃଦ୍ଧିହୁଏ ବୁଦ୍ଧି ଜ୍ଞାନ ସମ୍ଭାର

ଚିନ୍ତନେ ସମ୍ଭୁତ ଗୁଣ ଅପାର

      ବିଭୁଦତ୍ତ ଜ୍ଞାନ

ଇଶ୍ୱର କରନ୍ତି ଅଜ୍ଞାନେ ଦାନ|5|

 

ଚିନ୍ତନ ପ୍ରଭାବେ ବିଭୂ ମହିମା

ଅବତରି ଆସେ ନାହିଁତା ସୀମା

ଅଜ୍ଞଲୋକ ଯାନ୍ତି ସୁପଥ ସୁଖେ

ସୁମନ ଚଳନ୍ତି ଦିବ୍ୟ ମୟୂଖେ

     ଚିନ୍ତନେ ମାନବ

ଜ୍ଞାନ ପାରାବାରୁ ପାଏ ବିଭବ |6|

 

ଚିନ୍ତନେ ମିଳଇ ଅସୀମ ଜ୍ଞାନ

ଜ୍ଞାନାଲୋକେ ବଢେ ଅଜ୍ଞ ସମ୍ମାନ

ଚିନ୍ତନେ ସୁଧୁରେ ନେତାଙ୍କ ଗୁଣ

ବିଜ୍ଞଙ୍କ ଜ୍ଞାନରହଇ ଅକ୍ଷୁର୍ଣ

    ସାରଜ୍ଞାନ ବଳେ

ଅଜ୍ଞଲୋକ ସୁରପୂରକୁ ଚଳେ |7|

 

ଚିନ୍ତନ ମନ୍ଥନ କରିଲେ ଜ୍ଞାନ

ମଣିଷ ପାଲଟେ ପ୍ରତିଭା ବାନ

ମଲ୍ଲିଫୁଲ ପରି ବାସନା ବାସେ

ତାହା ବଳେ ନର ରହେ ସୁବାସେ

     ଚିନ୍ତନେ ଯେ ଜ୍ଞାନ

ମଣିଷର ବଢେ ମାନ ସମ୍ମାନ |8|

ଶ୍ରୀ ବିଦ୍ୟାଧର ମହାନ୍ତ

 ତମ୍ବାହରା , କେନ୍ଦୁଝର, 

Related posts

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି.. ଜେଜେଏମ୍‌ ଯୋଜନାରେ ରାଜ୍ୟର ତିନୋଟି ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ପଥ

ଲକ୍ଷ୍ମୀନୃସିଂହ ୨୨ ତମ ଯାତ୍ରା ପାଇଁ ନୂତନ ପରିଚାଳନା କମିଟି କର୍ମକର୍ତ୍ତା ନିର୍ବାଚନ , ସଭାପତି ପାର୍ଥ ସମ୍ପାଦକ ମିଲନ                          

Sunil Chandra Nayak

Leave a Comment

error: Content is protected !!