ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ପଥ

ପଥ

କାଙ୍ଗାଳୀ ଚରଣ ସେଠୀ

 

ପ୍ରଣୟ ନଦୀର ପଥେ ଦେଖୁଛି ମୁଁ

    କାହା ଚିହ୍ନା ପାଦ ଚିହ୍ନ

ନୀଳ ନିଳୟର ଅଳିନ୍ଦ ବାହାରେ

   ଶୁଭେ କା ନୂପୁର ସ୍ଵନ ।

ପାନ୍ଥଶାଳା କାନ୍ଥେ କାର ଲେଖା ଅଛି

   ଅଙ୍ଗାର ଚିହ୍ନରେ ନାଆଁ

କିଏସେ ତନ୍ମୟୀ କେଉଁ ସ୍ବପ୍ନ ଦ୍ଵୀପେ

   ଉଙ୍କିମାରେ ତାର ଗାଆଁ ?

ତା “ପଥକୁ “ଚାହିଁଛି ମୁଁ ଚୁପି ଚୁପି

ଗୋରା ଜହ୍ନ ଆଲୁଅରେ

ଲତା ପତ୍ରେ ଲୁଚିଛି କି ଲାଜକୁଳି

    କେଉଁ ଅଜଣା ସାଥିରେ?

ଅନେକ ଋତୁର ଚକ୍ରେ କରୁଥିବି

    ଏକା ଅପେକ୍ଷା ତାହାରେ

ଅନେକ ଆଲୋକ ବର୍ଷ ବିତିଯିବ

     ଖାସ୍ ତାର ପ୍ରତୀକ୍ଷାରେ ।

ଅନେକ ଅନେକ ରାତି ଉଜାଗରେ

    ବିତାଇବି ତାର ପାଇଁ

ତଥାପି ଅପେକ୍ଷା ମୋର ଅନନ୍ୟା ସେ

    ଥରେ ଦେଖିବାର ପାଇଁ।

ଯାଜପୁର

Related posts

ମେହେର ସମାଜ ର ମହାସଭା ଏବଂ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବରଷା ରାଣୀ

Sunil Chandra Nayak

ଜିଲ୍ଲା ଡ଼୍ରାଇଭର ମହାସଂଘ ତରଫରୁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳ ଙ୍କୁ ଦେଲେ ଦାବୀପତ୍ର

Sunil Chandra Nayak

Leave a Comment

error: Content is protected !!