ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଅକୁ ନେଇ ଚିନ୍ତାରେ ପରିବାର , ଚିକିସ୍ସା  ସୁବିଧା ଯୋଗାଇ ଦେବା ନିମନ୍ତେ ପରିବାରବର୍ଗଙ୍କ ଦାବୀ 

ରାଇଘର ୧୧:୦୮:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଦେବାଗାଁ ପଞ୍ଚାୟତ ଅଧିନସ୍ଥ ଡୁମୁରିମୁଣ୍ଡା ଡିଏନକେ ଗ୍ରାମର ଜଣେ ଯୁବକର ନାନା ସମସ୍ୟା ଯୋଗୁଁ ପରିବାରବର୍ଗ  ସମସ୍ୟାର ସମ୍ମୁଖିନ ହେଉଛନ୍ତି l ଚିକିସ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ପ୍ରଶାସନକୁ ଦାବୀ କରିଛନ୍ତି l ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତ ଡୁମରିମୁଣ୍ଡା ଡିଏନକେ ଗ୍ରାମର ସଞ୍ଜୀବ ତାପାଲିଙ୍କ ସାନ ପୁଅ ଆଶିଷ ତାପାଲି ବୟସ ୧୯  l ୧୨ ବର୍ଷ ବୟସ ଥିବା ସମୟରେ ହଠାତ୍ ଅସୁସ୍ଥ ହେବା ସହ ଗୁରୁତର ହୋଇ ପଡି ଥିଲେ l ପରିବାରବର୍ଗ ଆଶିଷକୁ ସ୍ଥାନୀୟ ମେଡିକାଲ୍ ଗୁଡିକରେ ନେଇ ଚିକିସ୍ସା କରିଥିଲେ କିନ୍ତୁ ଧିରେ ଧିରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା l ସପ୍ତମ ପଢୁଥିବା ସମୟରେ ସମସ୍ୟା ଦେଖା ଦେବା ପରେ ଆଉ ଶିକ୍ଷା ଗ୍ରହଣ ନ କରି ରହିଗଲା ଆଶିଷ l ବର୍ତମାନ ସାତ ବର୍ଷ ପରେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇ ପାରୁ ନାହିଁ ଫଳରେ ପରିବାରବର୍ଗ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି l ଅନ୍ୟପଟେ ଆଶିଷ କଥା କହି ପାରୁନି କି କାହାକୁ ଚିନ୍ହି ପାରୁନି l ଘରେ ଖୋଲା ଛାଡି ଦେଲେ ବିଭିନ୍ନ ଅଞ୍ଚଳକୁ ଚାଲି ଯାଉଛି ତେଣୁ ପରିବାର ଲୋକେ ଘର ଭିତରେ ବନ୍ଦୀ କରି ରଖୁଛନ୍ତି l ଆଶିଷର ବାପା ଜଣେ ଦିନ ମଜୁରିଆ ପରିବାର କହିଲେ ସ୍ତ୍ରୀ ସହ ତିନି ପୁଅ ସେଥି ମଧ୍ୟରୁ ଆଶିଷ ସାନ ଅଟେ l ଉକ୍ତ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ସହ ମାସକୁ ୩୫ କେଜି ଚାଉଳ ମିଳୁଛି l ଏଥି ସହ ବିଜୁ ସ୍ବାସ୍ଥ୍ୟ କାର୍ଡ ଥାଇ ମଧ୍ୟ ଚିକିସ୍ସା ପାଇବାରୁ ବଞ୍ଚିତ ହୋଇଛନ୍ତି l ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଇ ଆଶିଷ ର କିଭଳି ଚିକିସ୍ସା ହୋଇ ପାରିବ ସେଥି ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ପରିବାରବର୍ଗ ଗ୍ରାମବାସୀ ଦାବୀ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ରୁପ୍ରା ରୋଡ ଠାରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

Sunil Chandra Nayak

ଜୀବନ ବିଦ୍ୟାଳୟର ରୂପାନ୍ତରିତ ବିକାଶ ପ୍ରକ୍ରିୟା କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା  ପାଇଁ ସୁଯୋଗ

Sunil Chandra Nayak

Leave a Comment

error: Content is protected !!