ରାଇଘର ୧୧:୦୮:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଦେବାଗାଁ ପଞ୍ଚାୟତ ଅଧିନସ୍ଥ ଡୁମୁରିମୁଣ୍ଡା ଡିଏନକେ ଗ୍ରାମର ଜଣେ ଯୁବକର ନାନା ସମସ୍ୟା ଯୋଗୁଁ ପରିବାରବର୍ଗ ସମସ୍ୟାର ସମ୍ମୁଖିନ ହେଉଛନ୍ତି l ଚିକିସ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ପ୍ରଶାସନକୁ ଦାବୀ କରିଛନ୍ତି l ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତ ଡୁମରିମୁଣ୍ଡା ଡିଏନକେ ଗ୍ରାମର ସଞ୍ଜୀବ ତାପାଲିଙ୍କ ସାନ ପୁଅ ଆଶିଷ ତାପାଲି ବୟସ ୧୯ l ୧୨ ବର୍ଷ ବୟସ ଥିବା ସମୟରେ ହଠାତ୍ ଅସୁସ୍ଥ ହେବା ସହ ଗୁରୁତର ହୋଇ ପଡି ଥିଲେ l ପରିବାରବର୍ଗ ଆଶିଷକୁ ସ୍ଥାନୀୟ ମେଡିକାଲ୍ ଗୁଡିକରେ ନେଇ ଚିକିସ୍ସା କରିଥିଲେ କିନ୍ତୁ ଧିରେ ଧିରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା l ସପ୍ତମ ପଢୁଥିବା ସମୟରେ ସମସ୍ୟା ଦେଖା ଦେବା ପରେ ଆଉ ଶିକ୍ଷା ଗ୍ରହଣ ନ କରି ରହିଗଲା ଆଶିଷ l ବର୍ତମାନ ସାତ ବର୍ଷ ପରେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇ ପାରୁ ନାହିଁ ଫଳରେ ପରିବାରବର୍ଗ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି l ଅନ୍ୟପଟେ ଆଶିଷ କଥା କହି ପାରୁନି କି କାହାକୁ ଚିନ୍ହି ପାରୁନି l ଘରେ ଖୋଲା ଛାଡି ଦେଲେ ବିଭିନ୍ନ ଅଞ୍ଚଳକୁ ଚାଲି ଯାଉଛି ତେଣୁ ପରିବାର ଲୋକେ ଘର ଭିତରେ ବନ୍ଦୀ କରି ରଖୁଛନ୍ତି l ଆଶିଷର ବାପା ଜଣେ ଦିନ ମଜୁରିଆ ପରିବାର କହିଲେ ସ୍ତ୍ରୀ ସହ ତିନି ପୁଅ ସେଥି ମଧ୍ୟରୁ ଆଶିଷ ସାନ ଅଟେ l ଉକ୍ତ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ସହ ମାସକୁ ୩୫ କେଜି ଚାଉଳ ମିଳୁଛି l ଏଥି ସହ ବିଜୁ ସ୍ବାସ୍ଥ୍ୟ କାର୍ଡ ଥାଇ ମଧ୍ୟ ଚିକିସ୍ସା ପାଇବାରୁ ବଞ୍ଚିତ ହୋଇଛନ୍ତି l ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଇ ଆଶିଷ ର କିଭଳି ଚିକିସ୍ସା ହୋଇ ପାରିବ ସେଥି ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ପରିବାରବର୍ଗ ଗ୍ରାମବାସୀ ଦାବୀ କରିଛନ୍ତି l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ