ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ‌ନୀତି,ନିୟମ ,ଅନୁଶାସନ

‌ନୀତି,ନିୟମ ,ଅନୁଶାସନ

ନଳିନୀ ପ୍ରଭା ମିଶ୍ର
ନୀତି

ନୀତି ବଳେ ଆମ ସମାଜର

  ଧାରା ନୀତି ଆଚରଣ ଶୁଦ୍ଧ

ଅନ୍ୟାୟକୁ ଆମେ ଦେଵାନି ପ୍ରଶ୍ରୟ

 ‌ କରିବା ତାକୁ ବିରୋଧ।

ଦୁର୍ନୀତି, ଦୁଷ୍କର୍ମ ମୂଳ ଉତ୍ପାଟନ

   ସାଧୁତା ମାର୍ଗକୁ ଧରି

ରଖିବା ବଜାୟ ଗଣତନ୍ତ୍ର ନୀତି

  ଅନାଦର୍ଶ ପରିହରି।

ଅ‌‌ହିଂସା ପରୋମଧର୍ମ କୁ ପାଳିବା

   ସଂସ୍କାର ସଂସ୍କୃତି ନେଇ

ପୂର୍ବ ପୁରୁଷ ଙ୍କ ନୀତି ବାକ୍ୟ ମାନ

    ମନୁ ଭୂଲି ଯିବା ନାହିଁ।

ନିୟମ

ନିୟମ ବ୍ୟବସ୍ଥା କଡାକଡି

  ହେଲେ ସାମାଜିକ ନିରାପତ୍ତା

ରହିବନି ଭୟ ଜୀବନର ପ୍ରତି

   ରୋକିବ ଅସାମାଜିକ ତା।

ଆମ ପାଇଁ ଯେତେ ରହିଛି ବ୍ୟବସ୍ଥା

   ଗଣତନ୍ତ୍ର ଅଧିକାର

ସମାଜ ସୁରକ୍ଷା ଜୀବନର ରକ୍ଷା

  କରିବା ବାର୍ତ୍ତା ପ୍ରଚାର।

କାର୍ଯ୍ୟାଳୟ ପୁଣି ରାଜ ରାସ୍ତା

   ପରେ ନିୟମର ବିନିଯୋଗ

ନାଗରିକ ଆମେ କଥାରେ କାର୍ଯ୍ୟରେ

   କରିବା ପାଳନ ସର୍ବ।

ନିୟମରେ ବନ୍ଧା ଏ ସାରା ଜଗତ

  ଚନ୍ଦ୍ର, ସୂର୍ଯ୍ୟ ଆତଯାତ

ଦିବସ ,ରଜନୀ ସୃଷ୍ଟି ସର୍ଜନା

  ଵାୟୁ ହୁଏ ପ୍ରବାହିତ।

ନିୟମକୁ ନେଇ ଆମରି ଚଳଣି

   ଦୈନନ୍ଦିନ ଜୀବନରେ

ନିୟମକୁ ହୁଡି ଆମ ଗତି କେବେ

  ନ ହେଉ ଅସତ୍ ମାର୍ଗରେ।

ଅନୁଶାସନ

ଯୁଗ ଯୁଗ ଧରି ରହି

  ଆସିଅଛି ଅନୁଶାସନ ର ଧାରା

ମୁନି,ଋଷିଙ୍କର ତତ୍ତ୍ଵ ଉପଦେଶ

  ମୁକ୍ତ କରେ ଅନ୍ଧ କାରା।

ଜୈନ ଓ ବୋୖଦ୍ଧ ଧର୍ମରେ ନିହିତ

  ସେ ଯେଉଁ ‌ଅନୁ ଶାସନ

ସମାଜକୁ ଦିଏ ନୂତନ‌ ଆଲୋକ

 ‌ ହୃଦୟ ରେ ଦିବ୍ୟ ଜ୍ଞାନ।

ପୁରାଣ ଓ ରାମାୟଣ ରେ ରହିଛି

  ସେ ଯେଉଁ ବିଧି ବ୍ୟବସ୍ଥା

ଶପଥ ପାଳନ ବାନ ପ୍ରସ୍ଥ ଧର୍ମ

  ବଢାଏ ପରମ ଆସ୍ଥା।

ଗୁରୁ ଆଜ୍ଞା ମାନି ଶିଷ୍ୟ ର ‌ଚଳଣି

   ବିଦ୍ୟା ଅଧ୍ୟୟନେ‌ ମତି

ଉତ୍ତମ ଚରିତ୍ର ଉପଯୋଗେ ସଦା

   ଜଗତେ ଲଭ ଇ ଖ୍ୟାତି।

ନିଯୋଗେ ନିଯୋଗୀ ହୋଇ କର୍ମ 

  ଯୋଗୀ ପରମ ପଦକୁ ଧ୍ୟାୟି

ମୁକ୍ତି ପଥରେ ଆତ୍ମା ଉପ ଲକ୍ଷ୍ୟ

   ଦିବ୍ୟ ଗତି କୁ ଲଭ ଇ।

ନୀତି ଓ ନିୟମ , ଅନୁଶାସନ ର

 ‌ ତ୍ରିବିଧ ର ଉପଯୋଗ

ଜଗତର ସ୍ଥିତି ସାମାଜିକ ଗତି

  ବଢାଏ ତା’ର ଗୋୖରବ।

 

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ତ୍ରିଲୋଚନ ପାଢୀ ଙ୍କ କବିତା ଲୁହରେ ଲେଖୁଛି ଚିଠି

Sunil Chandra Nayak

ଟ୍ୟାଙ୍କର ପିଟିଲା ବାଈକ କୁ ଦୁଇ ଗୁରୁତର ଆହତ

Sunil Chandra Nayak

ଜୋଙ୍କ ପୋଲିସ ଦ୍ୱାରା ୩୪ ଜଣ ଦାଦନ ଶ୍ରମିକ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!