ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳାଦେବୀ ଙ୍କ କବିତା ଦର୍ପଣ

ଦର୍ପଣ

ଚନ୍ଦ୍ରକଳାଦେବୀ,କୋରାପୁଟ

 

ଦରପଣ ପ୍ରତିବିମ୍ବର ପ୍ରତୀକ

ସ୍ୱଚ୍ଛ ଆଉ ନିରିମଳ,

ସଦାସତ୍ୟ କୁହେ ମିଛକୁହେ ନାହିଁ

ଭରେ ସ୍ନେହ ଅନାବିଳ ||

 

ଦର୍ପଣ ମଧ୍ୟରେ ଆମେ ଦେଖିଥାଉ

ଅବିକଳ ପ୍ରତିମୂର୍ତ୍ତି,

କାଚରେ ଗଢ଼ାମୋ ଶରୀର ଅଟଇ

ଦିଅଇ ସଭିଙ୍କୁ ଶାନ୍ତି ||

 

ମୋଦୁଃଖରେ ଦୁଃଖୀ ମୋସୁଖରେ ସୁଖୀ

ସଦା ହୁଏ ଦରପଣ,

ତେଣୁ ମୋର ସିଏ ଭଲ ବନ୍ଧୁ ଟିଏ

ଦେଖି ପୁଲକିତ ମନ ||

 

ମନକୁ ଆମର ଦରପଣ ତୁଲ୍ୟ

ସଦା ସ୍ୱଚ୍ଛ ରଖିଥିବା,

କୁଭାବନା କେବେ ମନେ ନଆଣିବା

ସତ୍ୟପଥ ଯାତ୍ରୀ ହେବା ||

 

ଦର୍ପଣ ଭାଙ୍ଗିଲେ ହୁଏ ଚୂନା ଚୂନା

ଆଉତ ଯୋଡି ହୁଏନା,

ହୃଦୟଟା ଯଦି ଥରେ ଭାଙ୍ଗିଯାଏ

ଭରେ ଅନେକ ଯାତନା ||

 

ମୋ ମନ ଦର୍ପଣେ ତୁମେ ରହିଅଛ

ହେ ପ୍ରଭୁ ଜଗତ ପତି,

ଆପଦ ବିପଦେ ସଦା ସାହା ହୁଅ

ତୁମେ ଅଗତିର ଗତି ||

 

ଦର୍ପଣ ଆମକୁ ଶିକ୍ଷା ଦେଇଥାଏ

ରୁହ ସ୍ୱଚ୍ଛ ନିରିମଳ,

ତୁମେ ଯଦି ସ୍ୱଚ୍ଛ ନିର୍ମଳ ରହିବ

ପୃଥିବୀ ହେବ ସୁନ୍ଦର ||

 

Related posts

ଧର୍ମଗଡ଼ରେ ସଡ଼କ ସୁରକ୍ଷା “ରକ୍ଷକ” ତାଲିମ୍ କାର୍ଯ୍ୟକ୍ରମ

Sunil Chandra Nayak

କରଚଲା ଠାରେ ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ବିଶ୍ଵକର୍ମାଙ୍କ ଭଷାଣୀ ଉତ୍ସବରେ ସାହି ଝିଅ ବୋହୁ ନାଚିଲେ

Sunil Chandra Nayak

Leave a Comment

error: Content is protected !!