ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳାଦେବୀ ଙ୍କ କବିତା ଦର୍ପଣ

ଦର୍ପଣ

ଚନ୍ଦ୍ରକଳାଦେବୀ,କୋରାପୁଟ

 

ଦରପଣ ପ୍ରତିବିମ୍ବର ପ୍ରତୀକ

ସ୍ୱଚ୍ଛ ଆଉ ନିରିମଳ,

ସଦାସତ୍ୟ କୁହେ ମିଛକୁହେ ନାହିଁ

ଭରେ ସ୍ନେହ ଅନାବିଳ ||

 

ଦର୍ପଣ ମଧ୍ୟରେ ଆମେ ଦେଖିଥାଉ

ଅବିକଳ ପ୍ରତିମୂର୍ତ୍ତି,

କାଚରେ ଗଢ଼ାମୋ ଶରୀର ଅଟଇ

ଦିଅଇ ସଭିଙ୍କୁ ଶାନ୍ତି ||

 

ମୋଦୁଃଖରେ ଦୁଃଖୀ ମୋସୁଖରେ ସୁଖୀ

ସଦା ହୁଏ ଦରପଣ,

ତେଣୁ ମୋର ସିଏ ଭଲ ବନ୍ଧୁ ଟିଏ

ଦେଖି ପୁଲକିତ ମନ ||

 

ମନକୁ ଆମର ଦରପଣ ତୁଲ୍ୟ

ସଦା ସ୍ୱଚ୍ଛ ରଖିଥିବା,

କୁଭାବନା କେବେ ମନେ ନଆଣିବା

ସତ୍ୟପଥ ଯାତ୍ରୀ ହେବା ||

 

ଦର୍ପଣ ଭାଙ୍ଗିଲେ ହୁଏ ଚୂନା ଚୂନା

ଆଉତ ଯୋଡି ହୁଏନା,

ହୃଦୟଟା ଯଦି ଥରେ ଭାଙ୍ଗିଯାଏ

ଭରେ ଅନେକ ଯାତନା ||

 

ମୋ ମନ ଦର୍ପଣେ ତୁମେ ରହିଅଛ

ହେ ପ୍ରଭୁ ଜଗତ ପତି,

ଆପଦ ବିପଦେ ସଦା ସାହା ହୁଅ

ତୁମେ ଅଗତିର ଗତି ||

 

ଦର୍ପଣ ଆମକୁ ଶିକ୍ଷା ଦେଇଥାଏ

ରୁହ ସ୍ୱଚ୍ଛ ନିରିମଳ,

ତୁମେ ଯଦି ସ୍ୱଚ୍ଛ ନିର୍ମଳ ରହିବ

ପୃଥିବୀ ହେବ ସୁନ୍ଦର ||

 

Related posts

ଔପଦା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ପୂର୍ବତନ ମନ୍ତ୍ରୀ 

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ ବହର୍‌ କଥାପଦେ

Sunil Chandra Nayak

ଦରଦାମ ବୃଦ୍ଧି କୁ ନେଇ ସଦର ବ୍ଲକ ମାଣିଙ୍ଗ ହାଟ ରେ କଂଗ୍ରେସ ର ହଲ୍ଲାବୋଲ 

Sunil Chandra Nayak

Leave a Comment

error: Content is protected !!