କୃଶ ପରେ ଯୀଶୁ
ତୃପ୍ତି ରାଣୀ ପାତ୍ର
ନାହାଁନ୍ତି ଗଲଗଥା ପର୍ବତପରେ
ନାହାଁନ୍ତି ଆଉସେ ଯୀଶୁ କୃଶପରେ
ଝରୁନାହିଁ ରକ୍ତ ଆଉ କ୍ରୁଶପରେ
ନାହାଁନ୍ତି ପୁଣି ସେ କବର ଭିତରେ ।
ଚଢାଇଲେ କ୍ରୁଶେ ଦୋଷୀ ରୂପରେ
ନିଜ ପ୍ରାଣ ଦେଲେ ଯୀଶୁ କ୍ରୁଶପରେ
କହିଗଲେ ଧିରେ କ୍ଷମ ପାପୀ ନରେ
ବୁଝି ବି ବୁଝେନା ମଣିଷ ପଣରେ ।
ସର୍ବ ଶକ୍ତିମାନ ରହି ସହିତରେ
ଫେଡୁଛନ୍ତି କେତେ କଷଣ ମାନରେ
ସହିଲେ କିପରି ଯାତନା ଏତେରେ ଥିଲେ ପଥସତ୍ୟ ତ୍ରୀଭୁବନରେ ।
ସଶରୀରେ ନାହଁ ଏହି ଧରାପରେ
ଶିଖାଇ ଗଲ ନର ରୂପ ଧରିରେ
ସେ ମହତ୍ କର୍ମ ଆଚରି ପ୍ରଭୁହେ
ନିଅ ହେ ସଭିଙ୍କୁ ତୁମରି ମାର୍ଗରେ ।
ଶୁଣବାରେ ନିବେଦନ ଆମ୍ଭର ହେ
ଖୋଜୁଛୁ ସାନିଧ୍ୟ ତୁମରି ପ୍ରଭୁ ହେ
ଆତ୍ମା ରୂପେ ରହି ଚଳାଇ ନିଅହେ
ଘେନିଯାଅ ସତ୍ୟପଥେ ନିରନ୍ତରେ ।
ଦୟାକ୍ଷମା ସେବା ତ୍ୟାଗ ପ୍ରେମରେ
ଥିଲ ସତ୍ୟଜ୍ୟୋତି ଘନ ଅନ୍ଧାକାରେ
ଦିଅ ଦିବ୍ୟସତ୍ତା ଅନୁଭବ ପ୍ରାଣେ
ପ୍ରତି ହୃଦୟର ଚିନ୍ତା ଚେତନାରେ ।
ଅନୁତାପ ନୀରେ ଫେରି ସେ ପୟରେ
ବିପଥେ ନଯାଇ ଯିବା ସତ୍ପଥରେ
ଶୁଭ ଶୁକ୍ରବାର ମହା ଉଦ୍ଦେଶ୍ୟରେ
ପାଳିବା ନିଜର ମନ ଆତ୍ମାରେ ।
ଆହେ ଦୟାମୟ ପରମ ଈଶ୍ୱର
ଜଗତେ ଜନମି ମାନବ ରୂପରେ
ଦର୍ଶାଇଲ ପ୍ରୀତିଭରା ଆଚରଣେ
କରି ଆଶ୍ଚର୍ଯ୍ୟ ପୂଣ୍ୟ କରମରେ ।
କୃଶପରେ ରହି କ୍ଷମିଲ ଅପରେ
ଶିଖାଇଲ କ୍ଷମା ରହି ନୀରବରେ
କ୍ଷମା ଗୁଣ ଭରିଦିଅ ହୃଦୟରେ ପରିତ୍ରାଣ ପ୍ରାପ୍ତେ ଯିବା ସ୍ୱର୍ଗ ଧାମେ ।