ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଟି ଗାଁ ପ୍ରେମୀୟର ଲିଗ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ତରଂଜା ଚାମ୍ପିଅନ

 ଚିଲିଗୁଡା( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଟିଗାଁ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଉଦଯାପିତ ଦିବସ ମାଟି ଗାଁ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ।ଉଦଯାପିତ ଦିବସର ଫାଇନାଲ ଖେଳ ରଣ ମାଲ ଏବଂ ତରଂଜା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ତରଂଜା ଦଳ ଟସ ଜିଣି ବ୍ୟ।ଟିଙ୍ଗ କରିଥିଲେ ।ନିର୍ଦ୍ଧାରିତ ୧୦ ଓଭରରେ ତରଂଜା ଦଳ ୮୩ ରନ କରିଥିବା ବେଳେ ରଣମାଲ ଦଳ ମଧ୍ୟ ୧୦ ଓଭରରେ ୭୮ ରନ କରି ପରାଜିତ ହୋଇଥିଲା ।ଏଥିରେ ତରଂଜା ଦଳ ଚାମ୍ପିଅନ ହୋଇ ଥିଲା । ଏହି ଖେଳକୁ ହରେକୃଷ୍ଣ ଦଣ୍ଡସେନା ଏବଂ ତ୍ରିନାଥ ମେହେର ପରି ଚାଳନା କରିଥିଲେ ।ଏହି ପ୍ରତିଯୋଗୀତା ୯ ଦିନ ଧରି ଚାଲିଥିବା ବେଳେ ଏଥିରେ ପ୍ରାୟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ଭଗବାନ ଦଳପତି ,ସମ୍ପାଦକ ଦିନେଶ ବାଣୁଆ ,କୋଷ।ଧକ୍ଷ ଶିବ ନ।ଏକ ଏବଂ ସିନ୍ଦୁର ରାମ ଗୁରୁ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ତାରା ଶଙ୍କର ରାୟଗୁରୁ ଯୋଗଦାନ କରିଥିଲେ ।ସମନ୍ୱିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ। ଶ୍ରୀମତୀ ସଂଗୀତା ଖର୍ସେଲ ,ତଲମଲା ସରପଞ୍ଚ ବ୍ରଜ ମୋହନ ହୀରା ,ଯୁବ ନେତା ରୋହିତ ସୁନାନି ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ରାକେଶ ବେମାଲ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ର ମହତ୍ଵ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ବିଜେତା ,ଉପ ବିଜେତା ଏବଂ ମେନ ଅଫ ଦ ମ୍ୟାତ ବିଜେତା ଙ୍କୁ ପୁରସ୍କୃତ କରିଥିଲେ ।ଏହି ଖେଳରେ ବେଣୁଧର ବାଗ ,ରୁଦ୍ର ପ୍ରସାଦ ଗୁରୁ ,ଜଗ ମୋହନ ପ୍ରଧାନୀ ଧାରା ବିବରଣୀ ପ୍ରଦାନ କରି ଥିବା ବେଳେ ସିନ୍ଦୁର ରାମ ଗୁରୁ ମଞ୍ଚ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ରେ ଫିରୋଜ ଦଳପତି ,ବିରେନ୍ଦ୍ର ପାଣ୍ଡେ ,ସୁରଜ ପ୍ରଧାନୀ ,ରୁଦ୍ର ପ୍ରସାଦ ଗୁରୁ ,ଦିନେଶ ବାଣୁଆ ,ଜୟ ପ୍ରକାଶ ଖମାରି ,ଶିବ ନ।ଏକ ,ହେମ ର।ଜ ପ୍ରଧାନୀ ,ହେମନ୍ତ ମାଝି ଏବଂ ବିନ୍ଦାସ ମେଲୋଡି ଦଳ ସହଯୋଗ କରିଥିଲେ ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସିନ୍ଦୁର ରାମ ଗୁରୁ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଦାୟିତ୍ବ ପକଳ୍ପ ର ନା ସରକାରର ? 

Sunil Chandra Nayak

ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଦୋଳଯାତ୍ରା ଅବସରରେ ପୁରାଣ ପାଠ ଓ ନାମଯଗ୍ୟଁ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!