ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଆକାଂକ୍ଷାର ନୀଳସ୍ୱପ୍ନ 

  ଆକାଂକ୍ଷାର ନୀଳସ୍ୱପ୍ନ 

     ବେଣୁଧର ସୂତାର

 

ଆଶା ଅବସୋସ ଭରା ଏ ଜୀବନ

ଅତୃପ୍ତ ତୃଷ୍ଣାର ତଳେ କେତେ

                      ନିଃଶବ ଝଙ୍କାର

ଜନ୍ମ ଆଉମୃତ୍ୟୁର ଚକ୍ରବ୍ୟୁହକୋଳୁ

ପାରେ କିବା ତା ରହସ୍ୟ ଭେଦି

ତଥାପିତ ଆକାଂକ୍ଷାର ନୀଳସ୍ୱପ୍ନେ        

 ମଗ୍ନ ଏଇ ଅମାନିଆ ମନ

ଗାଉଥାଏ କାମନାର

             କୋମଳ କାମୋଦୀ ।।

 

ଅମାନିଆ ଅବୁଝା ଏ ମନ ବଡ

          ବିଶ୍ୱାସ ରେ ପୁଲକର ଝଡ

ବିଭୋର ଏ ମଗ୍ନ ମନ ତଳେ

    ସତେ ଅବା ମାୟାତୃଷ୍ଣା ଖେଳେ

ନିରିହ ନୟନର ଧାରେ ଧାରେ

     ନୀଳ ସ୍ୱପ୍ନ କେତେ ଉଙ୍କିମାରେ 

ଅନୁଭବେ ସାତ ରଙ୍ଗଭରେ

   ଜୀବନରଏଇ ମମତା ନିବିଡ଼ ।।

 

ଭାବନାର ପ୍ରତି ମୁହୂର୍ତ୍ତରେ

          ଭାବମୟ ହୃଦୟ ସ୍ପନ୍ଦନ 

ଭିନ୍ନଏକ ଆଶାର ନିନାଦ

        ବିଶ୍ୱାସ ର ବୋଧିଦୃମ ତଳେ

ଜୀବନପ୍ରାନ୍ତରେ ବୟସ ରୋମାଞ୍ଚେ

         ମୋହ ଆସେ ଅନ୍ତରାଳେ

ଆମୋଦିତ କରେ ମନପ୍ରାଣ

ଅଜଣା ଭାବରଏ ବିମୁଗ୍ଧ ବନ୍ଧନ।।

 

ସମୟ ପୃଷ୍ଠାରେ ଜୀବନର ମୋହ

       ଉଦାସ ଆଖିରେ ଭରେଲୁହ

ଘନନୀଳ ଶୂନ୍ୟତା ମଧ୍ୟରେ

        ଅବିଶ୍ରାନ୍ତ ଏ ଜୀବନର ପଥ

ମିଳାଇ ଯାଏ ଆଶା ଆକାଂକ୍ଷାର

      ପରିବ୍ୟାପ୍ତ ଯେତେ ମନୋରଥ   

କାମନାର ଶିଖର ସୋପାନେ

  ଅପେକ୍ଷା ଯେ ଲାଗେ ଦୁର୍ବିସହ ।।

 

ପ୍ରତୀକ୍ଷାର ଅସରା ସମୟେ

       ଆଶଙ୍କା ର ପ୍ରଲମ୍ବିତ ଦୁଃଖ

ନୈରାଶ୍ୟ ର ଯନ୍ତ୍ରଣା ସାଥିରେ

       କାମନାର ଏ ନଗ୍ନ ଅଭିସାର

ଏଆଶା ବଲ୍ଲରୀର ମିଠାସମ୍ମୋହନ

       ନିରାଶାର ଭଗ୍ନ ଅନ୍ତଃସ୍ୱର

ଅମିତ ଆକାଂକ୍ଷାର ଏ ମାୟାସ୍ୱପ୍ନ

ହରିନିଏ ଜୀବନର ଅବଶିଷ୍ଟ ସୁଖ। 

କେଶଦୁରାପାଳ କେନ୍ଦୁଝର

Related posts

ମଡେଲ ଡିଗ୍ରୀ କଲେଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୮୩ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

ଜାମଜୋର ରେ ଯୁବକ ଜଣକ ଫାଶି ଲଗାଇ ଆତ୍ମହତ୍ୟା

Sunil Chandra Nayak

କବିତା ସାହୁ  ଙ୍କ କବିତା ସବୁ ତ ତୁମରି ଦାନ

Sunil Chandra Nayak

Leave a Comment

error: Content is protected !!