ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ପରୀକ୍ଷାର ଫଳ, କାଢୁଅଛି ଝାଳ

ପରୀକ୍ଷାର ଫଳ, କାଢୁଅଛି ଝାଳ

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

ପରୀକ୍ଷାର ଫଳ, କାଢୁଅଛି ଝାଳ 

ମନରେ ଭୟର ଭିଡ଼, 

ଅନେକ ଭାବନା, ବୁଦ୍ଧି ହୁଏ ବଣା 

ଭାଳି, କଳାକାଠ ମଢ଼ ll

ବହି ଧରିନାହିଁ, ଦିନଟିଏ ପାଇଁ 

ସାଥି ସଙ୍ଗେ ବୁଲାବୁଲି, 

ମୋବାଇଲ ଖେଳ,କ୍ରିକେଟରେ ଭୋଳ

କାଢ଼ିଲି ଷ୍ଟାଇଲ ଖାଲି ll

ବେଶ ଓ ବିନ୍ୟାସ, ହାସ ପରିହାସ 

ଯଉବନ ଦାସ ହୋଇ, 

ନବ ଯଉବନ, ଉନ୍ମାଦନା ମନ 

ବହେ ଖରସ୍ରୋତା ହୋଇ ll

ଗୁରୁ ଉପଦେଶ, ପିତାମାତା ଭାଷ

ଅରୁଚି ଅପ୍ରିୟ ହେଲା, 

ଏକାନରେ ଶୁଣି, ସେ କାନରୁ ଟାଣି 

ଅଵିଵେକୀ ଫିଙ୍ଗୁ ଥିଲା ll

ମିଛର ବାହାନା,ଠକର ସେ, ଦାନା 

ବୋଉକୁ ଭରସା କରି, 

ନନାଙ୍କ ବିରୋଧ, ପ୍ରଚଣ୍ଡ ର କ୍ରୋଧ 

ବିପଦ ଗଣ୍ଡରୁ ପାରି ll

ଜେଜେ, ବୁଢ଼ୀମାଆ, ସଦା ଆହା, ରାହା 

କରି ଓକିଲାତି କେତେ, 

ବଡ଼ ବାପା ମୋର, ପାଶେ ନିରନ୍ତର 

ନେଲେ ଆଲ୍ହାଦର ପଥେ ll

ଟିଉସନ ପଢ଼ା ,ବାହାନାରେ ଛିଡା 

ଛାଡି , ବୁଲାବୁଲି କେତେ, 

ଦେଖି ନବଯୁବା, ଦେଖାଇ ମୋ ଆଭା 

କମେଣ୍ଟ ମାରିଲି ପଥେ ll

କିଏ ସେ ହସିଲା, କିଏ ସେ ରସିଲା 

ମୁହିଁକୁ ମୋଡିଲା କିଏ, 

କହିଲା ଛତରା, ଅଭଦ୍ରଟି ପରା 

ଜୋତା ଦେଖାଇଲା କିଏ ll

ମାଡ ମୁଁ ଖାଇଛି, ଘୋଷାରି ହୋଇଛି 

ଶ୍ରୀକୃଷ୍ଣଙ୍କ ଜନ୍ମ ସ୍ଥାନ, 

ଜନମ ପ୍ରକୃତି, ହେଉନି ସେ ଇତି 

ଲାଗେ କର୍ପୁର ଚନ୍ଦନ ll

ପାଠ ପଢିବାଟି, ମଉଜର ଭେଟି 

ଗୁଲି ଖଟି ମୋର ପାଇଁ, 

ଭବିଷ୍ୟତ କଥା, ନଥିଲାଟି ଚିନ୍ତା 

ଦିନେ ମୁହିଁ ଭାବିନାହିଁ ll

ବୟସ ମୋ ସାନ, ବହୁତ ଫେସନ 

ରଙ୍ଗ, ରସ କାରବାର, 

ପାନରୁ ପୁଡିଆ, ସିଗାରେଟ, ଗଞ୍ଜାଇ 

ସୁରା ସାଥେ କାରବାର ll

ପ୍ରାଣ ହାରିବାର, ଧମକର ସ୍ୱର 

ଦେଉଥିଲା ନିଧି କେତେ,  

ସବୁ ସ୍ନେହ ପ୍ରେମ, ହେଉଥିଲା ଭ୍ରମ

ଭୁଆକୁ ବୁଲାଇ ଯେତେ ll

ଆଶା ଓ ଭରସା, ସେତ ଲୋକ ହସା 

ନିରାଶାର ଚୋରା ବାଲି, 

ମୋତେ ଚାହିଁ, ଚାହିଁ,ହତାଶରେ ବାଇ 

ନନା, ବୋଉ ହାଲିଆ ଖାଲି ll

ବିଶ୍ୱାସରେ ବିଷ, ଦେଇ ମୁହିଁ ନିଶ

ମୋଡି ବୁଲୁଥିଲି ଦାଣ୍ଡେ, 

ପରୀକ୍ଷାର ଫଳ, ଘୋଷଣାର ବେଳ 

ବଜ୍ରଟି ପଡିଲା ମୁଣ୍ଡେ ll

ଜୟ କୁମାର ମିଶ୍ର,

ଗ୍ରାମ-ବୁଦୁରା ଡାକ-ଗୋରିବନ୍ଧା,ମାଧ୍ୟମ-କାଶୀନଗର,
ଜିଲ୍ଲା -ଗଜପତି, ଓଡିଶା, 761206, 

Related posts

ଜନ ମଙ୍ଗଳ,ରାସୋଳ ତରଫରୁ ତ୍ରିରଙ୍ଗା ପଦଯାତ୍ରା

Sunil Chandra Nayak

ଅସମ୍ପୂର୍ଣ୍ଣ ବୈଠକ କୁ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଲ୍ ଙ୍କୁ ଭେଟିଲେ ବିଜେଡି ପlରିଷଦ

Sunil Chandra Nayak

ତରକାସୁର ବଧ

Leave a Comment

error: Content is protected !!