ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କିକିଆ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଦାୟିତ୍ବ ଗ୍ରହଣ

ଉତ୍କେଲା,୧୬/୦୩,ନିପ୍ର, କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀଯୁକ୍ତ କିଶୋର କୁମାର ପ୍ରଧାନ ବୁଧବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ଅବସରରେ ନୂତନ ସରପଞ୍ଚ ଶ୍ରୀଯୁକ୍ତ ପ୍ରଧାନ କିକିଆ ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଅର୍ପଣ କରିବା ସହ ଆଗାମୀ ଦିନରେ କିକିଆ ଗ୍ରାମ ପଞ୍ଚାୟତର ବିକାଶ ଧାରାକୁ ଆଗେଇ ନେବା ପାଇଁ ସମସ୍ତଙ୍କୁ ସହଯୋଗ କାମନା କରିଛନ୍ତି । ଜଣେ ଉଚ୍ଚ ଶିକ୍ଷିତ ସରପଞ୍ଚଙ୍କୁ ପାଇ ଅଞ୍ଚଳବାସୀ ଗ୍ରାମ ପଞ୍ଚାୟତର ବିକାଶ ଧାରାକୁ ଆଗେଇ ନେବେ ବୋଲି ଆଶା ପୋଷଣ କରିଛନ୍ତି । ଏହି ଅବସର ରେ ନବ ନିର୍ବାଚିତ ନାଏବ ସରପଞ୍ଚ ଶ୍ରୀମତୀ ଗୌରୀ ମାଝୀ ତଥା ସମସ୍ତ ୱାର୍ଡ ସଭ୍ୟ ସଭ୍ୟା , ପୂର୍ବତନ ସରପଞ୍ଚ ଗୌରୀ ରଣା, ପୂ୍ର୍ବତନ ନାଏବ ସରପଞ୍ଚ ବିକାଶ ପଧାନ,ପଞ୍ଚାୟତ ନିର୍ବାହ ଅଧିକାରୀ ଶ୍ରୀଯୁକ୍ତ ସହସ୍ରାଂଶୁ ମିଶ୍ର ଉପସ୍ଥିତ ଥିଲେ।

ଉତ୍କେଲାରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲା ଅଭିଭାବକ ସମ୍ମିଳନୀ

Sunil Chandra Nayak

ପୁଣ୍ୟାତ୍ମାଙ୍କ ପୁଣ୍ୟତିଥିରେ ଡାକ୍ତରଖାନାରେ ଫଳ ବଣ୍ଟନ

Sunil Chandra Nayak

ଗୁରୁ ଦିବସ ରେ ଉଦଘାଟନ ହେଲା ୟୁପିଏସସି ଓ ଓପିଏସସି କୋଚିଂଙ୍ଗ ସେଣ୍ଟର

Sunil Chandra Nayak

Leave a Comment

error: Content is protected !!