ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ଜମୁନା ହରିଜନ ଙ୍କ ଦାୟିତ୍ୱ ଗ୍ରହଣ

କୋମନା ବ୍ଲକ୍ ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଜମୁନା ହରିଜନ ଆଜି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଦାୟିତ୍ୱ ଗ୍ରହଣ କରିବା ଅବସରରେ ସରପଞ୍ଚ ଶ୍ରୀମତୀ ଜମୁନା ହରିଜନ ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା, ନାଏବ ସରପଞ୍ଚ ଓ ଜନସାଧାରଣଙ୍କୁ ନିଜର କୃତଜ୍ଞତା ଅର୍ପଣ କରିବା ସହିତ ପଞ୍ଚାୟତର ବିକାଶ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପଞ୍ଚାୟତର ନବ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ପଞ୍ଚାୟତର ବିକାଶ ଦିଗରେ ସହଭାଗୀ ହେବେ ବୋଲି ନିଜ ମତ ପ୍ରକାଶ କରିଛନ୍ତୀ।ଏହି ଅବସରରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଙ୍କ ସୂ ପୁତ୍ର ଜୟ ଢୋଲକିଆ,ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଂଜନ ଯୋଶୀ, ମୁରଲୀ ଭୋଇ, ସମାଜ ସେବୀ ସାନ ମହାନନ୍ଦ,ସ୍ଥାନୀୟ ପୂର୍ବତନ ସରପଂଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମସିଂ ରାଉତ୍, ସେମିତି ସଭ୍ୟା ପ୍ରତିନିଧି ତୋଫାନସିଂ ଦଳପତି, ପ୍ରଦୀପ ଦଳପତି, ଭଗବାନ ତାଣ୍ଡି ତଥା ପଞ୍ଚାୟତ ର ସମସ୍ତ ଜନସାଧାରଣ ଙ୍କ ଉପସ୍ଥିତରେ ସରପଞ୍ଚ ଶ୍ରୀମତୀ ହରିଜନ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା।ପରେ ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ, ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତକୁ ଏକ ଆଦର୍ଶ ଗ୍ରାମ ପଞ୍ଚାୟତ ଭାବେ ଗଢି ତୋଳିବାକୁ ଚେଷ୍ଟା କରିବେ ବୋଲି କହିବା ସହିତ ପଞ୍ଚାୟତବାସୀଙ୍କ ସହଯୋଗ କାମନା କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ କୋମନା ବ୍ଲକ୍ କାର୍ଯ୍ୟାଳୟ ଠାରୁ ମାତ୍ର ୫କିମି ଦୂରରେ ଟିକ୍ରାପଡ଼ା ଗ୍ରାମପଞ୍ଚାୟତ ଅବସ୍ଥିତ।ଏହି ଗ୍ରାମ ପଞ୍ଚାୟତ ୧୧ ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ୧୯୭୧ ମସିହାରେ ରେ ଗ୍ରାମପଞ୍ଚାୟତ ସ୍ଥାପିତ ହୋଇଥିଲା।ଏହି ପଞ୍ଚାୟତକୁ ଅନେକ ସରପଞ୍ଚ ଆସିଛନ୍ତି ଯାଇଛନ୍ତି ହେଲେ ଚଳିତ ଥର ସରପଞ୍ଚ ପଦବୀ ପାଇଁ ଅଣସଂରକ୍ଷିତ ମହିଳା ଙ୍କ ପାଇଁ ସଂରକ୍ଷଣ ଥିବାରୁ ପଞ୍ଚାୟତବାସୀ, ଜେଠୁପାଳୀ ଗ୍ରାମର ଜଣେ ଯୁବ ସମାଜସେବୀ ପ୍ରସନ୍ନ ହରିଜନ ଙ୍କ ଧର୍ମପତ୍ନୀ ଜମୁନା ହରିଜନ ଙ୍କୁ ନିର୍ବାଚିତ କରିଛନ୍ତି।ତେଣୁ ଆଗକୁ ସେ ପଞ୍ଚାୟତର ବିକାଶ ଧାରାକୁ ଆଗେଇ ନେବେ ବୋଲି ପଞ୍ଚାୟତର ଜନ ସାଧାରଣ ଆଶା ପୋଷଣ କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଅଛି ଯଦି ତୁମେ ମନେ 

ତୁମୁରା ଠାରୁ ଦାଦନ ଯାଉଥିବା ଶ୍ରମିକ ଙ୍କୁ ଉଦ୍ଧାର କରି ପଠାଇଲେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ

Sunil Chandra Nayak

ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ

Leave a Comment

error: Content is protected !!