ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଙ୍କ ଡେପୁଟେଶନ ନେଇ ତାତିଲେ ଗ୍ରାମବାସୀ, ଘେରିଲେ ବିଇଓ ଅଫିସ୍

ବେହେରାଗୁଡା ପ୍ରଥମିକ ବିଦ୍ୟାଳୟ , ୪୦୬ ଛାତ୍ର ଛାତ୍ରୀ ଙ୍କ ପାଇଁ ୬ ଶିକ୍ଷକ

ଧର୍ମଗଡ:୫/୬/୨୨: ସଭିଏ ପଢ଼ିବେ ସଭିଏ ବଢ଼ିବେ । ସ୍ମାର୍ଟ୍ ସ୍କୁଲ ର ସ୍ମାର୍ଟ କ୍ଲାସ ରୁମ ରେ ପିଲା ପଢ଼ିବେ । ବିଶ୍ବ ସ୍ତରୀୟ ଶିକ୍ଷା ୟତନ ପାଈ ୫ଟି ଉପକ୍ରମ ରେ ସ୍କୁଲ ରୂପାନ୍ତରଣ ଚାଲିଛି । କିନ୍ତୁ ପ୍ରାଥମିକ ଶିକ୍ଷକ ଅଭାବ ରୁ ପ୍ରାଥମିକ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇ ପଡୁଛି । ମନ ଇଛା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଡେପୁଟେଶନ ରେ ଏ ସ୍କୁଲ ରୁ ସେ ସ୍କୁଲ କୁ ପଠା ଯାଊଛି ଯାହାକୁ ନେଇ ସ୍କୁଲ୍ ପରିଚାଳନା କମିଟି ସଦସ୍ୟ ସମେତ ଗ୍ରାମ ବାସୀ ବିରୋଧ କରୁଛନ୍ତି ।ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରାଗୁଡା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନଥିବା ବେଳେ ସ୍କୁଲ କମିଟି ର ବିନା ପରାମର୍ଶ ରେ ଏଠାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ଅନ୍ୟ ସ୍କୁଲ କୁ ଡେପୁଟେଶନ ରେ ପଠା ଯାଉଥିବା ରୁ ସ୍କୁଲ କମିଟି ଓ ଅଭିଭାବକ ଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ଅସନ୍ତୁଷ୍ଟ ଗ୍ରାମ ବାସୀ ଧର୍ମଗଡ ବିଇଓ କାର୍ଯ୍ୟଳୟ ଘେରିଥିଲେ । ଡେପୁଟେଶନ ରେ ଯାଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ତୁରନ୍ତ ଫେରାଇବା ସହ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ଯୋଗାଇବା ପାଇଁ ଏକ ଦାବୀ ପତ୍ର ବିଇଓ ନବ ସାହୁ ଙ୍କୁ ପ୍ରଦାନ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ବେହେରା ଗୁଡା ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ମୋଟ ୪୦୬ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି । ପ୍ରଥମ ରୁ ପଞ୍ଚମ ପ୍ରାଥମିକ ବିଭାଗ ରେ ମୋଟ ୨୩୩ ଜଣ ଏବଂ ଷଷ୍ଠ ରୁ ଅଷ୍ଟମ ଉଚ୍ଚ ପ୍ରଥମିକ ବିଭାଗ ରେ ୧୭୩ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି । ଛାତ୍ର ଛାତ୍ରୀ ଓ ଶିକ୍ଷକ ଅନୁପାତ କୁ ଦେଖିଲେ ଏଠାରେ ୧୨ ଜଣ ଶିକ୍ଷକ ଙ୍କ ଆବଶ୍ୟକତା ରହିଛି । କିନ୍ତୁ ଏଠାରେ ପ୍ରଥମେ ୯ ଜଣ ଶିକ୍ଷକ ଥିଲେ ପରେ ଜଣେ ଶିକ୍ଷକଙ୍କୁ ଧଅରପୁର ସ୍କୁଲ କୁ ଦେପୁଟେସନ୍ ରେ ପଠା ଯାଇଥିଲା ବେଳେ ପୁଣି ଜଣେ ଶିକ୍ଷୟତ୍ରୀ ଙ୍କୁ ବ୍ରାହ୍ମଣଛେଣ୍ଡିଆ ସ୍କୁଲ କୁ ଡେପୁଟେଶନ ରେ ପଠାଗଲା ଖାଲି ସେତିକି ନୁହେ ଗତ ୧ ତାରିଖ ପୁଣି ଜଣେ ଶିକ୍ଷୟତ୍ରୀ ଙ୍କୁ ବାଗବାହାଲି ସ୍କୁଲ କୁ ଡେପୂଟେଶନ ର ପଠା ଯାଇଥିଲା । ଗୋଟିଏ ପରେ ଗୋଟିଏ ୩ ଜଣ ଶିକ୍ଷକ ଙ୍କୁ ଡେପୁଟେଶନ ରେ ଅନ୍ୟସ୍କୁଲକୁ ପଠାଇବା ଯୋଗୁ ସ୍କୁଲର ଶିକ୍ଷକ ସଂଖ୍ୟା କମି ୬ ରେ ପହଞ୍ଚି ଥିଲା । ଫଳରେ ସ୍କୁଲ କମିଟି ସମେତ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରି ଶନିବାର ବିଇଓ କାର୍ଯ୍ୟାଳୟ ଘେରିଥିଲେ । ସ୍କୁଲ ୬ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହୁଥିବାରୁ ୧୭ ତାରିଖ ସୁଦ୍ଧା ସମସ୍ତ ଡେପୂଟେଶନ ରେ ଯାଇଥିବା ଶିକ୍ଷକ ଙ୍କୁ ସ୍କୁଲ କୁ ଫେରାଇବା ସହ ଆବଶ୍ୟକତା ଥିବା ଅଧିକା ଶିକ୍ଷକ ଯୋଗାଇ ଦେବାକୁ ଏଥିରେ ଦାବୀ କରାଯାଇଛି । ଏହା ନ ହେଲେ ସ୍କୁଲ ରେ ତାଲା ବନ୍ଦ ଆନ୍ଦୋଳନ କରାଯିବ ବୋଲି ସ୍କୁଲ କମିଟି ରୁ ଶୋଭିତ ଗାନ୍ଧୀ, ଅନ୍ତ ରାମ ପୋଡ଼, ଗଗନେଶ୍ୱର ବେମାଲ, ସିମାଞ୍ଚଳ ବାରିକ, କମିଟି ସଭପତି ହେମନାଥ ବାରିକ, ମହେଶର ବେମାଲ ପରମା ନାଏକ ଚଉବନ ପୋଡ଼ ତ୍ରିନାଥ ପାଣିଗ୍ରାହୀ ନୀଳକଣ୍ଠ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି ।

ତ୍ୱରିତ ପ୍ରକ୍ରିୟା ରେ ବାତିଲ ହେଲା ଶିକ୍ଷୟତ୍ରୀ ଙ୍କଡେପୁଟେଶନ

ବେହେରା ଗୁଡା ପ୍ରାଥମିକ ବିଦ୍ୟାଳୟ ରୁ ନିୟମିତ ବ୍ୟବଧାନ ରେ ଶିକ୍ଷକ ଙ୍କୁ ଡେପୁ ଟେଶନ ରେ ଅନ୍ୟ ସ୍କୁଲ କୁ ପଠାଇବା ନେଇ ଆଜି ଗ୍ରାମବାସୀ ବିଇଓ ଙ୍କ କାର୍ଯ୍ୟାଳୟ ଘେରି ଥିବା ସହ ତୁରନ୍ତ ଶିକ୍ଷକ ଙ୍କ ଡେପୁଟେସନ ବାତିଲ ଦାବୀ କରିଥିଲେ । ଗ୍ରାମବାସୀ ଙ୍କ ଦାବୀ କୁ ସମର୍ଥନ କରି ଭାଜପା ଜିଲ୍ଲା ସମ୍ପାଦକ ସୁଧୀର ପଟଯୋଷୀ, ଯୁବ ନେତା ହିମାଂଶୁ ପଣ୍ଡା ଏଥିରେ ସାମିଲ ହୋଇଥିଲେ । ସ୍କୁଲ କମିଟି ର ଇଚ୍ଛା ବିରୁଦ୍ଧ ରେ ଯାଇ ବେନିୟମ ଭାବେ ବ୍ଲକ ଶିକ୍ଷାଧିକାରୀ ମନ ଇଛା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଡେପୁଟେସନ ରେ ଅନ୍ୟ ସ୍କୁଲ କୁ ପଠାଉଥିବାରୁ ଶିକ୍ଷାଦାନ ରେ ଅସୁବିଧା ହେଉଥିବା ନେଇ ବର୍ଷିଥିଲେ । ଏ ସଂପର୍କ ରେ ଘେରାଉ ସ୍ଥଳ ରୁ ସାଂସଦ ବସନ୍ତ ପଣ୍ଡା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଂସଦ ଙ୍କ ହସ୍ତକ୍ଷେପ ପରେ ତୁରନ୍ତ ଗତ ୧ ତାରିଖ ରେ ବାଗବାହାଲି ସ୍କୁଲ କୁ ଡେପୁଟେସନ ରେ ଯାଇଥିବା ଶିକ୍ଷୟତ୍ରୀ ଙ୍କ ଡେପୁ ଟେସନ କୁ ଡିଇଓ ଅଫିସ ଅର୍ଡର୍ ନଂ-୩୮୭୮/ ତା.୪/୬/୨୨ ଯୋଗ ବାତିଲ କରା ଯାଇଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଟ୍ରେନ ଯାତ୍ରୀଙ୍କ ପାଇଁ ସୂଚନା – ଟ୍ରେନ୍‌ରେ ଅଧିକ ଲଗେଜ୍ ନେଲେ ଜରିମାନା

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗୁରୁ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଉର୍ମିଳାଙ୍କ ତ୍ୟାଗ

Sunil Chandra Nayak

Leave a Comment

error: Content is protected !!