ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ରେ କାଳବୈଶାଖୀ ବର୍ଷା , ଉପୁଡ଼ିଲା ଗଛ ଭାଙ୍ଗିଲା ବିଜୁଳି ଖୁଣ୍ଟ

ଖୁଣ୍ଟ ଭାଙ୍ଗି ବିଦ୍ୟୁତ ସରବରାହ ବିଚ୍ଛିନ୍ନ

ଧର୍ମଗଡ/ବେହେରା:୫/୬/୨୨: ଆଜି ରବିବାର ଅପରାହ୍ନ ରେ କାଳବୈଶାଖୀ ବର୍ଷା ଯୋଗୁଁ ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମ ରେ ରାସ୍ତା କଡ ଗଛ ସବୁ ଉପୁଡ଼ି ପଡ଼ିଥିବା ବେଳେ ଗଛ ପଡ଼ି ବିଦ୍ୟୁତ ତାର ଛିଣ୍ଡି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଇଛି । ଗତ କିଛି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଞ୍ଚଳ ରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁ ଥିବା ବେଳେ ଲୋକେ ଗରମ ରେ ହନ୍ତ ସନ୍ତ ହେଉଥିଲେ । ଆଜି ଅପରାହ୍ନ ରେ କାଳ ବୈଶାଖୀ ବର୍ଷା ଯୋଗୁଁ ପାଗ ପରିବର୍ତ୍ତନ ହେବା ପରେ ଲୋକେ ସାମାନ୍ୟ ଆସ୍ଵସ୍ଥ ହୋଇ ଥିଲେ । ପ୍ରବଳ ବର୍ଷା ଓ ପବନ ଯୋଗୁ ବେହେରା ମୂଖ୍ୟ ଛକ ଓ ଗୋରୁ ବଜାର ନିକଟ ରେ ଗଛ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡି ଯାଇଛି । ଫଳ ରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଖବର ଲେଖା ହେବା ସୁଦ୍ଧା ବିଦ୍ୟୁତ ବିଭାଗ ପକ୍ଷରୁ ଉପୁଡ଼ି ପଡ଼ିଥିବା ଗଛ କଟା ଜାରି ରହିଥିବା ବେଳେ ବିଦ୍ୟୁତ ସରବରାହ ସ୍ଵାଭାବିକ ପ୍ରକ୍ରିୟା କୁ ଆସି ପାରି ନାହିଁ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଭିଜିଲାନ୍ସ ରେଡ ୨୮ ହଜାର ଜବତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଗିରଫ

Sunil Chandra Nayak

କଂଗ୍ରେସ ପକ୍ଷରୁ ଗୁଡ଼ାରୀ ବିଜ୍ଞାପତ ଅଂଚଳ ନିର୍ବାଚନ ପାଇଁ ଜୋରଦାର ପ୍ରଚାର

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନମୋ ନମଃ ଶ୍ରୀ ଗଣେଶ

Sunil Chandra Nayak

Leave a Comment

error: Content is protected !!