ଖୁଣ୍ଟ ଭାଙ୍ଗି ବିଦ୍ୟୁତ ସରବରାହ ବିଚ୍ଛିନ୍ନ
ଧର୍ମଗଡ/ବେହେରା:୫/୬/୨୨: ଆଜି ରବିବାର ଅପରାହ୍ନ ରେ କାଳବୈଶାଖୀ ବର୍ଷା ଯୋଗୁଁ ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମ ରେ ରାସ୍ତା କଡ ଗଛ ସବୁ ଉପୁଡ଼ି ପଡ଼ିଥିବା ବେଳେ ଗଛ ପଡ଼ି ବିଦ୍ୟୁତ ତାର ଛିଣ୍ଡି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଇଛି । ଗତ କିଛି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଞ୍ଚଳ ରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁ ଥିବା ବେଳେ ଲୋକେ ଗରମ ରେ ହନ୍ତ ସନ୍ତ ହେଉଥିଲେ । ଆଜି ଅପରାହ୍ନ ରେ କାଳ ବୈଶାଖୀ ବର୍ଷା ଯୋଗୁଁ ପାଗ ପରିବର୍ତ୍ତନ ହେବା ପରେ ଲୋକେ ସାମାନ୍ୟ ଆସ୍ଵସ୍ଥ ହୋଇ ଥିଲେ । ପ୍ରବଳ ବର୍ଷା ଓ ପବନ ଯୋଗୁ ବେହେରା ମୂଖ୍ୟ ଛକ ଓ ଗୋରୁ ବଜାର ନିକଟ ରେ ଗଛ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡି ଯାଇଛି । ଫଳ ରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଖବର ଲେଖା ହେବା ସୁଦ୍ଧା ବିଦ୍ୟୁତ ବିଭାଗ ପକ୍ଷରୁ ଉପୁଡ଼ି ପଡ଼ିଥିବା ଗଛ କଟା ଜାରି ରହିଥିବା ବେଳେ ବିଦ୍ୟୁତ ସରବରାହ ସ୍ଵାଭାବିକ ପ୍ରକ୍ରିୟା କୁ ଆସି ପାରି ନାହିଁ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।