ରୁପ୍ରା, (ମନିସ ) : ରବିବାର ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପରିବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ସହ ଅନୁବନ୍ଧିତ ନର୍ଲା ବ୍ଲକ୍ ଅଧିନ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ , ଜୁନାଗଡ଼ର ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ମୁଣ୍ଡରାଗୁଡା , କେସିଙ୍ଗା ର ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗା ଓ ଭବାନୀପାଟଣା ରବାଲଗୋପାଲ୍ ଶିକ୍ଷାନିକେତନ ଭବାନୀପାଟଣା ଙ୍କୁ ପ୍ରକୃତି ମିତ୍ର” ପୁରସ୍କାର ସହିତ ୨୦,୦୦୦ (କୋଡିଏ ହଜାର ଟଙ୍କା) ଅର୍ଥ ରାଶି ପ୍ରଦାନ କରାଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ଼. ମୋନା ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା , ସମ୍ମାନିତ ଅତିଥି ଭାବରେ ରାଜୀବ ନିର୍ଦ୍ଦେଶକ ସେଣ୍ଟର ଫର ଏନଭରମେଣ୍ଟାଲ ଷ୍ଟଡିଜ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ଓ ସୁଶାନ୍ତ ନନ୍ଦ ନିର୍ଦ୍ଦେଶକ ପରିବେଶ ତଥା ସ୍ୱତନ୍ତ୍ର ଶାସନ ସଚିବ ସ୍ୱତନ୍ତ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ପ୍ରମୁଖ ଉପସ୍ଥିତ ରହି ପ୍ରକୃତି ମିତ୍ର” ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ନର୍ଲା ବ୍ଲକ ଅଧିନ ଭାବନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ର ସମ୍ପାଦକ ମିଲନ ଭୋଇ, ସଦସ୍ୟ ସୌରଭ ଭୋଇ, ମୁଣ୍ଡରାଗୁଡା ର ଅଭିନାଶ ମୁଣ୍ଡ, କେସିଙ୍ଗା ର ହେମନ୍ତ ବାଗ ଓ ଭାବନୀପାଟଣାର ହେମନ୍ତ ମୁଣ୍ଡ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ ।
ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।