ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ସମାଜସେବୀ ଅମର କୁମାର ପାଳଙ୍କୁ ମିଳିଲା ପୁରସ୍କାର 

ବାଲେଶ୍ଵର,୧୫/୯/୨୨- ବାଲେଶ୍ଵର ଜିଲ୍ଲା ଵସ୍ତା ଅଞ୍ଚଳର ଯୁବ ସମାଜସେବୀ ଅମର କୁମାର ପାଳଙ୍କୁ ମିଳିଲା ରାଜ୍ୟସ୍ତରୀୟ ପୁରସ୍କାର । ନିକଟରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଠାରେ ଅନୁଷ୍ଠିତ ବାଣୀପୀଠ ମହୋତ୍ସବ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଭା ସମରୋହରେ ଅମର ପାଳ ଏହି ପୁରସ୍କାର ପାଇ ବସ୍ତା ବ୍ଲକ ଅଧିନସ୍ଥ ମଥାନି ପଞ୍ଚାୟତର ଶ୍ରୀ ବୃଦ୍ଧି କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଆଜି ସାନଖୁଡିସ୍ଥ ” ଆଶା ” ସ୍ବେଛାସେବୀ ସଂଗଠନ ପକ୍ଷରୁ ଲକ୍ଷ୍ମୀ ବାସନ୍ତି ସ୍ବତନ୍ତ୍ର ଆବାସିକ ବିଦ୍ଯାଳୟ ସଭାଗୃହରେ ଶ୍ରୀ ପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରକାଶଥାଉକି ପାଳଙ୍କ ଦିବ୍ୟାଙ୍ଗ ମାତା ଶ୍ରୀମତୀ ବାସନ୍ତୀ ଲତା ପାଳ ଏବଂ ପିତା ସ୍ବର୍ଗତ ଶମ୍ଭୁନାଥ ପାଳ ଙ୍କ କନିଷ୍ଠ ପୁତ୍ର ଅଟନ୍ତି । ସେ ପେସାରେ ଜଣେ ଆଇନଜୀବି ହେଲେ ମଧ୍ୟ ନିଶା ତାଙ୍କର ସମାଜସେବା କରିବା । ସେ ନିରବଛିନ୍ନ ଭାବେ ୨୦୦୧ ମସିହା ଠାରୁ ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା କରି ବହୁ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ କ୍ରମେ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ପାରିଛନ୍ତି । ଏଥିସହ ତାଙ୍କ ପ୍ରଚେଷ୍ଟାରେ ଏକ ମାନସିକ ଅନଗ୍ରସର ପିଲା ମାନଙ୍କ ପାଇଁ ଏଲିନା ,”ଏଲିଶା ମାନସିକ ଅନଗ୍ରସର ବିଦ୍ୟାଳୟ ” ଏବଂ ଭୌତିକ ଚିକିତ୍ସା ନିମିତ୍ତ ” ଆଶା ଫିଜିଓ ଥିଓରାପି ସେଣ୍ଟର୍ ” କରିବାରେ ସକ୍ଷମ ହୋଇଛନ୍ତି । ଏଥିସହିତ ସମାଜର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ଏହା ତାଙ୍କର ମହାନ ବ୍ୟକ୍ତିତ୍ୱର ଚରମ ନିଦର୍ଶନ । ମାଗଣାରେ ବିଭିନ୍ନ ପ୍ରକାର ସମାଜ ସେବା କରି ସମ୍ପୃକ୍ତ ଅଞ୍ଚଳ ତଥା ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି । ଡିବ୍ୟାଙ୍ଗ ପିଲା ମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ତାଙ୍କର ଏହି ମହାନତା ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମଣ୍ଡାଠାକୁରା ଗ୍ରାମରେ ୨୩ ତମ ସାର୍ବଜନୀନ ଲକ୍ଷ୍ମୀପୂଜା

Sunil Chandra Nayak

ମଦ କୋଠୀ ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ନିର୍ମିତ ଗୃହ !

ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶରୀ ଙ୍କ ଦଶହରା ପର୍ବ ଓ ଛତର ଯାତ୍ରା ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!