ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ଦ୍ବାରା ଜଳ ବିଶୋଧନ ଏବଂ ସ୍ବାସ୍ଥ୍ୟ ସଚେତନତା ର ବାର୍ତ୍ତା ପ୍ରଦାନ 

ଢେ଼ଙ୍କାନାଳ -:  ମାନବ ସେବା ହିଁ ମାଧବ ସେବା କୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ଗତ ମାର୍ଚ୍ଚ ୧ ତାରିଖ ରୁ ନବନିର୍ମିତ ବେସରକାରୀ ସ୍ବେଚ୍ଛାସେବୀ ସଂଗଠନ ନିରବଚ୍ଛିନ୍ନ ଭାବରେ ଜନ ମଙ୍ଗଳ କାରୀ କାର୍ଯ୍ୟ ସଫଳତା ର ସହ କରି ଆସୁଥିବା ବେଳେ ଗତ ଦୁଇ ଦିନ ହେଲା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ର ସଭାପତି ବିଭୁପ୍ରସାଦ ଶତପଥୀ ତଥା କୋଷାଧ୍ୟକ୍ଷ ଭରତ ମହାରଣା ଙ୍କ ତତ୍ବାବଧାନ ରେ ସଂଗଠନ ର ଉପଦେଷ୍ଟା ଡାକ୍ତର ଦୟାନିଧି ପୃଷ୍ଟି ଙ୍କ ର ନିର୍ଦ୍ଦେଶ କ୍ରମେ ସହ ସଂପାଦିକା ପ୍ରଭାସିନୀ ସାହୁ, ସଂଯୋଜକ ନିରାକାର ବୈଦ୍ୟ, ସହ ସଂଯୋଜକ ସୁନିଲ୍ ପାତ୍ର ତଥା ସେବକ ଭାଇ ବିଶ୍ବଜିତ୍ ସାହୁ,ବିଭୁତି ବୈଦ୍ୟ,କରୁଣା ନିଧାନ,ସଞ୍ଜୀବ ମହାପାତ୍ର,ସୁଦାମ ସେଠୀ ମାନଙ୍କର ନିସ୍ବାର୍ଥପର ସହାୟତା ରେ ରାସୋଳ ଗ୍ରାମ ପଞ୍ଚାୟତ ରେ ପ୍ରାୟ 40 ଟି ଏବଂ କୁନୁଆ ଗ୍ରାମ ପଞ୍ଚାୟତ ର ପ୍ରାୟ 25 ଟି ସର୍ବସାଧାରଣ କୂପ ରେ ବ୍ଲିଚଂ ପାଉଡର ବ୍ୟବହାର କରାଯାଇ ଜଳବିଶୋଧନ କରାଯାଇଛି ।ତତ୍ ସହିତ ସର୍ବ ସାଧାରଣ ଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଢେଙ୍କାନାଳ ତରଫରୁ ପ୍ରଦତ୍ତ ଲିଫ୍ ଲେଟ୍ ବଣ୍ଟନ କରାଯାଇ ସ୍ବାସ୍ଥ୍ୟ ସଚେତନତା ର ବାର୍ତ୍ତା ପ୍ରଦାନ କରିବା ସହିତ ପଧାନି ଗ୍ରାମ ର ଅନାଥ ତପସ୍ବିନୀ ନାଏକ ଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ସର୍ବସାଧାରଣ ଙ୍କୁ ଆର୍ଥିକ ସାହାଯ୍ୟ ନିମିତ୍ତ ପ୍ରାର୍ଥନା କରାଯାଇଛି ।ଏତାଦୃଶ ଜନ ମଙ୍ଗଳକାରୀ କାର୍ଯ୍ୟ ରେ କୁନୁଆ ସରପଞ୍ଚ ଙ୍କର ସ୍ବାମୀ ତଥା ସଂଗଠନ ର ଅନ୍ୟତମ ଉପଦେଷ୍ଟା ଶ୍ରୀଯୁକ୍ତ ନିରଞ୍ଜନ ସାମଲ ପ୍ରତ୍ଯକ୍ଷ ଭାବରେ ଜଡିତ ହୋଇ ସେବା କାର୍ଯ୍ୟ କୁ ତ୍ବରାନ୍ବିତ କରିଥିଲେ।ଗ୍ରାମବାସୀ ମାନେ ଏତାଦୃଶ କାର୍ଯ୍ୟକୁ ସ୍ବାଗତ କରିବା ସହିତ ଭୂୟସୀ ପ୍ରଶଂସା କରିଛନ୍ତି ।ସଂଗଠନ ର ଉତ୍ତରୋତ୍ତର ଉନ୍ନତି ର କାମନା ସହିତ ସମସ୍ତ ସେବକ ଏବଂ ସେବିକା ମାନଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରିଛନ୍ତି।ଆଗାମୀ ଦିନରେ ଏମିତି ଅନେକ ଜନ ମଙ୍ଗଳକାରୀ କାର୍ଯ୍ୟ ହାତ କୁ ନେଇ ସର୍ବସାଧାରଣ ରେ ଶ୍ରଦ୍ଧା ଭାଜନ ହେବ ବୋଲି ଆଶା ରଖନ୍ତି ସଂଗଠନ ର ଉପଦେଷ୍ଟା ମଣ୍ଡଳୀ ଓ ମୁଖ୍ୟ ସଂଗଠକ ତଥା ସଭାପତି ବିଭୁପ୍ରସାଦ ଶତପଥୀ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କମଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନରେ କବି ଗଙ୍ଗାଧର ମେହେର ଆଲୋଚନା

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ବିରହ 

Sunil Chandra Nayak

ନିରାଶ୍ରୟ ଙ୍କୁ ଆଶ୍ରୟ ପାଇଁ ଭୁମି ପୁଜନ

Leave a Comment

error: Content is protected !!