ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ ତମ ଜାତୀୟ ପ୍ରେସ ଦିବସ ୨୦୨୨ ପାଳିତ

ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ୫୬ ତମ ଜାତୀୟ ପ୍ରେସ ଡେ ୨୦୨୨ ପାଳନ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷର ଆଲୋଚ୍ୟ ବିଷୟ ରାଷ୍ଟ୍ର ଗଠନ ରେ ଗଣମାଧ୍ୟମ ର ଭୂମିକା ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି ଜାତୀୟ ପ୍ରେସ ଦିବସ ର ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇ ସାମ୍ବାଦିକ ମାନେ ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ ।ଦୁର୍ନୀତି ,ଭ୍ରଷ୍ଟାଚାର ଦୂର କରିବା ସହିତ ସୁସ୍ଥ ସମାଜ ଗଠନ ରେ ସାମ୍ବାଦିକ ମାନଙ୍କର ପ୍ରମୁଖ ଭୂମିକା ରହିଛି। ସାମ୍ବାଦିକ ନିଜକୁ ସୁରକ୍ଷିତ ରଖି ସତ୍ୟ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଉପରେ ଗୁରତ୍ୱ ଦେବା କୁ ପରାମର୍ଶ ଦେଇଥିଲେ। ଏହି ଦିବସ ର ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡ଼ ଅରୁପ ଜେନା, ଅନ୍ୟତମ ଅତିଥି ଭାବେ ଆଡିସନାଲ ଏସ ପି ଲଳିତ କୁମାର ପଟ୍ଟନାୟକ , ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ ଏବଂ ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ କନ୍ଧମାଳ ଶାଖା ସଭାପତି ସନ୍ତୋଷ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସତ୍ୟ ନିରପେକ୍ଷ ଓ ବୃତ୍ତିଗତ ସୁରକ୍ଷା କୁ ନେ ମତ ବ୍ୟକ୍ତ କରିଥିବା କହିଥିବା ବେଳେ ଜିଲ୍ଲାପାଳ ଜିଲ୍ଲା ସମସ୍ୟା ସୁଧାରିବା ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ର ସମସ୍ୟା ବୁଝୁଥିବା ହେତୁ ଆମେ ଗୋଟିଏ ଦକ୍ଷ ଜିଲ୍ଲାପାଳ ପାଇଛୁ। ଜିଲ୍ଲା ଉନ୍ନତି ରେ ସହାୟକ ହୋଇ ପାରିବେ ବୋଲି କହିଥିଲେ। ପ୍ରେସକ୍ଳବ ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ସଭାପତି ସୁନିଲ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା।ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା…. ତୃତୀୟ ଥର ପାଇଁ ଧର୍ମଗଡ ଜୁନାଗଡ ଯାତାୟତ ଠପ୍

Sunil Chandra Nayak

କାଞ୍ଚନଗଡିଆ ଗ୍ରାମ ରେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ ଗାଡ଼ି ଉପରକୁ ବୋମା ମାଡ 

Sunil Chandra Nayak

Leave a Comment

error: Content is protected !!