ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପରିଷଦ ସଭାପତି ସରସ୍ଵତୀ ମାଝୀଙ୍କ ଦାୟିତ୍ଵ ଗ୍ରହଣ 

ରାୟଗଡ଼ା – ୧୩/୫ – ନିର୍ବାଚନର ୨ ମାସ ପରେ ଜିଲ୍ଲା ପରିଷଦ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସରସ୍ଵତୀ ମାଝୀ, ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା   ଓ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ସଭାପତି ସରସ୍ଵତୀ ମାଝୀ ନିଜ କାର୍ଯ୍ୟାଳୟ କୁ ଯାଇ ଦାୟିତ୍ଵ ଗ୍ରହଣ କରି ଥିଲେ। ମନ୍ତ୍ରୀ ଶ୍ରୀ ସ।ରକା ଓ ବିଧାୟକ ଶ୍ରୀ ମୁଦୁଲି ଜିଲ୍ଲା ପରିଷଦ ସଭାପତି ଙ୍କୁ ଫୁଲ ତୋଡା ଦେଇ ସ୍ବାଗତ ଜଣାଇବା ସହ ଜିଲ୍ଲା ର ବିକାଶରେ ନୂତନ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇ ଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଗମାନ ଗମନ ଭିତ୍ତିଭୂମିକୁ ସୁଦୃଢ କରିବା ,ମହିଳା ସଶକ୍ତି କରଣକୁ ଗୁରୁତ୍ଵ ଦେଇ ଜିଲ୍ଲା ବିକାଶ କୁ ଶୀର୍ଷ ରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା ବୋଲି ମତ ରଖିଛନ୍ତି। ସରସ୍ଵତୀ ମାଝୀ ତାଙ୍କର ଏହି ଦାୟିତ୍ଵ ଗ୍ରହଣ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିଭୀଷଣ ମାଝୀ ଜିଲ୍ଲା ପରିଷଦ ସଭ୍ୟ ସନ୍ଧ୍ୟା ରାଣୀ ଫୁଲକା ସମେତ ଅନ୍ୟ ସମିତି ସଭ୍ୟ ସରପଞ୍ଚ ଏବଂ ଅଞ୍ଚଳ ବାସୀଙ୍କ ତରଫରୁ ସଭାପତି ଙ୍କୁ ଫୁଲ ତୋଳା ଦେଇ ଶୁଭେଚ୍ଛା ଜଣାଇ ଥିଲେ।

ରାୟଗଡ ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଗଣେଶ ଚତୁର୍ଥୀ ଓ ନୁଆଁ ଖାଇରେ ଲୋକପ୍ରିୟ ବିଧାୟକ ଗାଁ ଗାଁ ବୁଲି ଭେଟିଲେ ଛାତ୍ର/ଛାତ୍ରୀ ଓ ଆଦିବାସୀ ପରିବାରକୁ , ସେମାନଙ୍କ ସାଙ୍ଗେ ସାମିଲ୍ ହୋଇ ଆନନ୍ଦ ବିଭୋର ହୋଇ ନାଚିଲେ

Sunil Chandra Nayak

ନଦୀରେ ଭାସି ଯାଇଥିବା ବ୍ଯକ୍ତିଙ୍କ ଶବ ଉଦ୍ଧାର

Sunil Chandra Nayak

ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶରୀ ଙ୍କ ଦଶହରା ପର୍ବ ଓ ଛତର ଯାତ୍ରା ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!