ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୱ।ଲର୍ଡ ଭିଜନର ବିଦ୍ୟାଳୟ ରୂପାନ୍ତରିତ ବିକାଶ କାର୍ଯ୍ୟକ୍ରମ

ନର୍ଲା (ମନିସ) ଶିକ୍ଷାର ଉନ୍ନତି ଓ ଶିଶୁ ଜୀବନର ଲକ୍ଷ୍ୟକୁ ନେଇ ୱ।ଲର୍ଡ ଭିଜନ ସଂଗଠନ ପକ୍ଷରୁ ଜୀବନ ବିଦ୍ୟାଳୟର ରୂପାନ୍ତରିତ ବିକାଶ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଅନ୍ତର୍ଗତ ଗାଡେବନ୍ଧ ଓ ଘଣ୍ଟମାଳ ପଞ୍ଚାୟତର ୪୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଘଣ୍ଟମାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ହୋଇଥିବା ବେଳେ ୧୪ ଗୋଟି ଦଳରେ ଶିଶୁମାନେ ଅଂଶଗ୍ରହଣ କରିଥିଲେ। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡିଏସପି ସମ୍ବିତ ପାତ୍ର, ଘଣ୍ଟମାଳ ସରପଂଚ ଦେବେନ୍ଦ୍ର କୁମାର ସା,ଗାଡେବନ୍ଧ ସରପଂଚ କବିତା ବାଗ ଓ ଗାଡେବନ୍ଧ ନାଏବ ସରପଞ୍ଚ ଅଲିସା ବିଭାର ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ତରୁଣ କୁମାର ନାଏକ ଯୋଗଦାନ କରି ଥିବା ବେଳେ ୱ।ଲର୍ଡ ଭିଜନ ସଂଗଠନ ତରଫରୁ ସିଡିଏଫ ସମନ ପାଣି,ଡେଭିଡ ଜନ୍ସ ଦାଶ,ଏସସିସି ରାଜ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ୧୦ ତାରିଖ ଦିନ ଏହି କାର୍ଯ୍ୟକ୍ରମ ସମାପ୍ତ ହେବାକୁ ସ୍ଥିର କରାଯାଇଛି। ଉଦଘାଟନୀ ସମାରୋହରେ ମଞ୍ଚ ପରିଚାଳନା ସମାଜସେବୀ ନରୋତ୍ତମ କରୁଆଁ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଆପଣଙ୍କ ନାଁରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ହୋଇଛି, ଜାଣିବେ ଆଉ ବ୍ଲକ ମଧ୍ଯ କରିପାରିବେ

Sunil Chandra Nayak

ଓବିଶି ଏସଟି ଏସ୍ସି ପଞ୍ଚାୟତ ସ୍ତରିୟ କମିଟି ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ସତ୍ୟ ନାରାୟଣ ମନ୍ଦିରରେ ଧୁମଧାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!