ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀ ସାର୍ଥକର ‘‘ରଜ କୁଇନ୍’’ ଗାଲା ରାଉଣ୍ଡ ଜୁନ୍ ୧୧ରୁ  

ଜୀ ସାର୍ଥକର ‘‘ରଜ କୁଇନ୍’’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । “ରଜ କୁଇନ୍ ଗାଲା ରାଉଣ୍ଡ” ଆସନ୍ତା ଜୁନ୍ ୧୧ ରାତି ୯ଟା ୩୦ରେ ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେବ । ‘‘ରଜ କୁଇନ୍’’ ଅଡିସନ ରାଉଣ୍ଡରେ ଓଡ଼ିଶାର ବିଭିନ୍ନ ସହରରୁ ବଛାଯାଇଥିବା ପ୍ରତିଯୋଗୀ ଗାଲା ରାଉଣ୍ଡକୁ ଆସିଛନ୍ତି । ପ୍ରତ୍ୟେକ ପ୍ରତିଯୋଗୀ ସେମାନଙ୍କର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି । ରଜ କୁଇନରେ ଜୀ ସାର୍ଥକ ଖୋଜିଥାଏ ଓଡ଼ିଶାର ପୁରପଲ୍ଲୀରେ ଲୁଚି ରହିଥିବା ଟ୍ୟାଲେଣ୍ଟ ମାନଙ୍କୁ । ସବୁବେଳେ ଓଡ଼ିଶାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଜୀ ସାର୍ଥକ ବିଭିନ୍ନ ସୋ ମାଧ୍ୟମରେ ପ୍ରୟାସ କରି ଦର୍ଶକମାନଙ୍କ ଦ୍ବାରା ଭୂୟସୀ ପ୍ରଶଂସା ପାଇଛି । ଏହି ଗାଲା ରାଉଣ୍ଡରୁ ବଛା ହେବେ ରଜ କୁଇନ୍-୨୦୨୨ ।

ପ୍ରଥମେ ଅଡିସନ ବିଭିନ୍ନ ସହରରେ ହେବା ପରେ ବଛାଯାଇଥିଲେ ଶ୍ରେଷ୍ଠ ପ୍ରତିଯୋଗୀ । ଅଡିସନ ରାଉଣ୍ଡରେ ବିଭିନ୍ନ ଟ୍ୟାଲେଣ୍ଟ ଦେଖାଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଲା ପରେ ପ୍ରର୍ଯ୍ୟାୟକ୍ରମେ ପ୍ରତିଯୋଗୀମାନେ ଗାଲା ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏଥର ଗାଲା ରାଉଣ୍ଡକୁ ଉନ୍ନିତ ହେଇଛନ୍ତି ୧୨ ଜଣ ସିନିଅର ଓ ୧୨ ଜଣ ଜୁନିଅର ପ୍ରତିଯୋଗୀ। ।ଏହି ରାଉଣ୍ଡରେ ହିଁ ଶ୍ରେଷ୍ଟ ପ୍ରଦର୍ଶନ କରି ସେମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ପିନ୍ଧିବେ ଏବର୍ଷର ରଜ କୁଇନ୍ ମୁକୁଟ ।

‘ରଜ କୁଇନ୍-୨୦୨୨’- ଉତ୍ସବ ଦଶ ବର୍ଷର ରଜ କୁଇନ୍ ଅଡିସନ୍ ରାଉଣ୍ଡରେ ପ୍ରତିଯୋଗୀଙ୍କ ପ୍ରତିଭା, ବ୍ୟକ୍ତିତ୍ବ, ଦୂରଦୃଷ୍ଟି ଓ ସ୍ମାର୍ଟନେସ୍ ଉପରେ ଗୁରୁତ୍ବ ପ୍ରଦାନ କରାଯାଇ ଗାଲା ରାଉଣ୍ଡକୁ ବଛାଯାଇଛି । ଗାଲା ରାଉଣ୍ଡରେ ଅଭିନେତ୍ରୀ ତମନ୍ନା, ଦିବ୍ୟା, ସୂର୍ଯ୍ୟମୟୀ, ଅଭିନେତା ଶ୍ରୀତମ ଦାସ, ରାକେଶ, ରିଷି ଓ ହରିହର ପ୍ରମୁଖ ଲୋକପ୍ରିୟ କଳାକାରମାନେ ବିଚାରକ ଭାବେରେ କାର୍ଯ୍ୟ କରୁଛନ୍ତି ।

ଭୁବନେଶ୍ବର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ।

Related posts

ନଙ୍ଗଳବେଡ଼ାରୁ ପତ୍ରାପଡ଼ାକୁ ରାସ୍ତା ନିର୍ମାଣ ଦାବି 

Sunil Chandra Nayak

କର୍ଲାମୁଣ୍ଡା ବ୍ଲକରେ ସ୍ୱଚ୍ଛଗ୍ରାମ ସବୁଜଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

Leave a Comment

error: Content is protected !!