ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ପ୍ରେସକ୍ଳବ ଠାରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ

ଫୁଲବାଣୀ ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ ଙ୍କର ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରେସକ୍ଳବ ଠାରେ ଗତକାଲି ବୁଧବାର ଦିନ ୫୬ ତମ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ “ଜନତା ର ସ୍ୱର କୁ ଶାଣିତ କରିବା କ୍ଷେତ୍ରରେ ମୁକ୍ତ ନିରପେକ୍ଷ ଭୂମିକା” ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଦିବସ ର ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କମାଡେଣ୍ଟ ନବୀନ କିଶ୍ଵର ପଣ୍ଡା ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଳବ ପ୍ରତିଷ୍ଠାତା ଡ଼ ଅରୂପ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗଣତନ୍ତ୍ର ର ଜଗୁଆଳ ହେଉଛନ୍ତି ସାମ୍ବାଦିକ। ସାମ୍ବାଦିକ ମାନଙ୍କ ମଧ୍ୟରେ ଏକତା ର ଜରୁରୀ ରହିଛି। ସରକାର ସାମ୍ବାଦିକ ମାନଙ୍କୁ ଯେଉଁ ରିହାତି ମୂଲ୍ୟରେ ଋଣ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ସରକାର ଋଣ ପ୍ରଦାନ ନିମନ୍ତେ ପଦକ୍ଷେପ ନେବା ଜରୁରୀ ବୋଲି କହିବା ସହ ତେବେ ଯାଇ ସାମ୍ବାଦିକ ନିରପେକ୍ଷ ହୋଇପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ପ୍ରେସକ୍ଳବ ସଭାପତି ଶିବ ପ୍ରସାଦ ତ୍ରିପାଠୀ ଗ୍ରାମାଞ୍ଚଳ ସାମ୍ବାଦିକ ମାନେ ଅବହେଳିତ ସେମାନଙ୍କ ପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ ରହିଛି ବୋଲି କହିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରେସକ୍ଳବ ଉପ ସଭାପତି ସନ୍ତୋଷ କୁମାର ଦିଗାଲ,କାର୍ଯ୍ୟକାରୀ ସଭାପତି ଅଶୋକ ପରିଡା,ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନେ କିଭଳି ।ସାମ୍ପ୍ରତିକ ପରିସ୍ଥିତି ନିଜ ଜୀବନ ଓ ପରିବାର ଜୀବନ କୁ ବାଜି ଲଗାଇ ପରିସ୍ଥିତି ସମ୍ନା କରି ଖବର ସଂଗ୍ରହ କରୁଛନ୍ତି। ଏବଂ ବିଭିନ୍ନ ସମୟରେ ପ୍ରଶାସନ ଓ ଅସାମାଜିକ ବ୍ୟକ୍ତି ମାନଙ୍କର ଆକ୍ରଶ ଶିକାର ହେଉଛନ୍ତି। ତତ ସହିତ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ସାମାଜିକ ସୁରକ୍ଷା ଏବଂ ନିରାପତ୍ତା ଓ ଅର୍ଥନୈତିକ ସମସ୍ୟା ପ୍ରତିଦୃଷ୍ଟି ଦେବା ନିମନ୍ତେ ଅତିଥି ମାନେ ଭାଷଣ ମାଧ୍ୟମରେ କହିଥିଲେ। ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ସାମ୍ବାଦିକ ମାନଙ୍କୁ ନେଇ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ କଲେ ସାମ୍ବାଦିକ ଅଭିଜ୍ଞତା ବୃଦ୍ଧି ପାଇବ। ଏବଂ ସାମ୍ବାଦିକ ମାନଙ୍କର ଆର୍ଥିକ ସମସ୍ୟା ର ସମାଧାନ କରିବା ହେଲେ ସରକାର ଙ୍କ ତରଫରୁ ବିଭିନ୍ନ ସମୟରେ ବସିଥିବା ମଜୁରୀ ବୋର୍ଡ ଯୋଜନା ମାଧ୍ୟମରେ ସାମ୍ବାଦିକ ମାନଙ୍କୁ ଦରମା ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ପ୍ରେସକ୍ଳବ ଉପ ସଭାପତି ତଥା କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ସଭାପତି ସୁନିଲ ବିଶ୍ୱାଳ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନେ କିପରି ସୁବିଧା ସୁଯୋଗ ପାଇ ପାରିବେ ସେଥିପାଇଁ ସମସ୍ତେ ପ୍ରୟାସ କରିବା ଦରକାର ବୋଲି କହିଥିଲେ ଶେଷରେ ପ୍ରେସକ୍ଳବ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରେସକ୍ଳବ ପକ୍ଷରୁ ଜିଲ୍ଲା ଓ କନ୍ଧମାଳ ବ୍ଲକ ର ଉପସ୍ଥିତ ସମସ୍ତ ସାମ୍ବାଦିକ ଙ୍କୁ ପେନ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପ୍ରେସକ୍ଳବ ର ଉପର ମହଲା ଛାତ ନିମନ୍ତେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବେଳେ ସମସ୍ତ ପ୍ରିଣ୍ଟ ମିଡ଼ିଆ ଓ ଇଲେକଟ୍ରି ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ସାମ୍ବାଦିକ ଆକ୍ରମଣ ଘଟଣା , ଖଡ଼ିଆଳ ପୋଲିସ ଥାନା ଘେରିଲେ ସାମ୍ବାଦିକ

ସବୁକିଛି ତ୍ୟାଗ କରି ଯୋଗୀ ହୁଅ ଅର୍ଜୁନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!