ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା କୃଷ୍ଣଚୂଡ଼ା

        କୃଷ୍ଣଚୂଡ଼ା 

 

    ବେଣୁଧର ସୂତାର

ମାଦକରେଭରା ସୌନ୍ଦର୍ଯ୍ୟ ପସରା
ଅଳିର ଅମରାବତୀ
ଅମୃତ ରାସର ମୁଁ ଯେ ଚାରୁଫୁଲ
ମଧୁଝରା ମଧୁ ପ୍ରୀତି ।।
ଅନନ୍ତଭୋଗ୍ୟା ମୁଁ ରୂପସୀ ଅନନ୍ୟା
ପ୍ରେମର କୁସୁମ କଳି
ମୋ ପରଶ ବିନା ପ୍ରୀତିର ଫଗୁଣ
ପାରେ ନାହିଁ ସୁର ତୋଳି ।।
ଚାରୁ ପ୍ରକୃତିର ଭବ୍ୟ ଉପହାର
ପ୍ରୀତିମୟ ସମ୍ମୋହନ
ମୋହିନୀମାୟାରେ ସ୍ଵପ୍ନିଳସମ୍ଭାରେ
ତୋଷେମୁଁ ନିଖିଳ ମନ ।।
ମୋ ବିନା ନବୀନା ହତମନା ସିନା
 ଅକୁହା ଅନ୍ତର ସୁର
ପ୍ରେମୀ ଜୀବନର କାଉଁରୀକଳା ମୁଁ
ପ୍ରୀତିର ଅମିୟ ଧାର ।।
 ବିଧୁର ପ୍ରାଣରେ ଭରେ ମୁଁ ମୂର୍ଛନା
ନୟନ କଟାକ୍ଷ ତୀରେ  
ଶାଶ୍ଵତ ପ୍ରେମର ମୁଁ ସୁମନ ସାର
ନବ ରସ ସମାହାରେ ।।
ମଧୁପ ଅଧର ମଧୁ ସୁଧା ଧାର
ମୋ ଅମିୟ ପ୍ରୀତିପୁର
ମୋସାଥି ଭ୍ରମର ରତି ଅଭିସାର
ମଦନର ଉପଚାର ।।
ତଥାପି ମୁଁସତୀ ଦେବଅଙ୍ଗ ଜ୍ୟୋତି
ପୁଣ୍ୟ ପବିତ୍ର ଦେହୀ
ପୂଜା ଉପଚାରେ ମଙ୍ଗଳବେଭାରେ
ଲୋଡା ରୂପଚର୍ଯ୍ୟା ପାଇଁ ।।
ଦେବ ଅର୍ଚ୍ଚନାର ମଙ୍ଗଳ ଅର୍ଘ୍ୟରେ
ସାର୍ଥକ ଜୀବନ ମୋର
ଭବ ଉପବନେ ଭାବ ସମ୍ମୋହନେ
ଜନ୍ମ ନେବି ବାରବାର ।।
ଭକ୍ତି ଆରାଧନା ଅମୃତ ଅର୍ଚ୍ଚନା
ମୋ ଜୀବନ ପୁଣ୍ୟ ବ୍ରତ
ଜନ ମଙ୍ଗଳର ପାବନ ପଥରେ
ହେଉଥିବି ସମର୍ପିତ ।।

କେଶଦୁରାପାଳ କେନ୍ଦୁଝର

Related posts

ମୁକ୍ତିରାଣୀ ଦେବତା ଙ୍କ ପ୍ରବନ୍ଧ ସାମାଜିକ ଗଣମାଧ୍ୟମ ଓ ଯୁବପିଢି

Sunil Chandra Nayak

ଇଡକୋ ପରିଚାଳନା ନିର୍ଦ୍ଦେଶକଙ୍କ ରାଉରକେଲା ଗସ୍ତ

Sunil Chandra Nayak

ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ପ୍ରସଙ୍ଗ କୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୫ ତାରିଖରେ ଦେଶବ୍ଯାପି ବିରୋଧ କାର୍ଯ୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!