ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସବୁଠାରୁ ବଡ଼ ଅଣ୍ଡା.. ଅଣ୍ଡାଟିର ଓଜନ ରହିଛି ୨୧୦ ଗ୍ରାମ।

ମହାରାଷ୍ଟ୍ର ରୁ ମିଳିଲା ଦେଶର ସବୁଠାରୁ ବଡ଼ ଅଣ୍ଡା । ଭାରତୀୟ ପାଣିପାଗ ଓ ପରିବେଶ ଅନୁଯାୟୀ ଦେଶର ଅନେକ କୁକୁଡାମାନେ ଭିନ୍ନ ଭିନ୍ନ ଆକାର ଓ ଓଜନର ଅଣ୍ଡା ଦେଇଥାନ୍ତି । ହେଲେ ଭାରତୀୟ ପ୍ରଜାତିର କୁକୁଡା ଅଣ୍ଡାର ଓଜନ ସର୍ବାଧିକ ୧୦୦ ରୁ ୧୧୦ ଗ୍ରାମ ହୋଇଥାଏ । ହେଲେ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ତଲସାଣ୍ଡେ ଗାଁର ଏକ କୁକୁଡା ଫାର୍ମରେ ହାଇଲାଇନ ଡବ୍ଲ୍ୟୁ-୮୦ ପ୍ରଜାତିର ଏକ କୁକୁଡା ଅଣ୍ଡା ଏବେ ସମସ୍ତଙ୍କୁ ଚକିତ କରିଦେଇଛି ।

ଏହି ଅଣ୍ଡାଟିର ଓଜନ ରହିଛି ୨୧୦ ଗ୍ରାମ ଅର୍ଥାତ ସାଧାରଣ ଅଣ୍ଡାର ଓଜନ ତୁଳନାରେ ଏହା ଦୁଇଗୁଣ । ଏହାକୁ ଭାରତର ସବୁଠାରୁ ବଡ ଅଣ୍ଡା ବୋଲି କୁହାଯାଉଛି ।

ଏପର୍ଯ୍ୟନ୍ତ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ସବୁଠାରୁ ବଡ ଅଣ୍ଡାର ଓଜନ ରହିଛି ୧୬୨ ଗ୍ରାମ । ଏହାକୁ ପଞ୍ଜାବର ଏକ କୁକୁଡା ଦେଇଥିଲା । ସେପଟେ ମହାରାଷ୍ଟ୍ରରୁ ମିଳିଥିବା ଏହି ଅଣ୍ଡା ଭିତରେ ୨ ରୁ ୩ ଟି କେଶର ଥିବା ଅନୁମାନ କରାଯାଉଛି । ଏନେଇ ସଂପୃକ୍ତ କୁକୁଡା ଫାର୍ମର ମାଲିକ ଦିଲ୍ଲୀପ ଚୌହାଣ କହିଛନ୍ତି କି ସେ ଦୀର୍ଘଦିନ ହେବ କୁକୁଡା ଓ ଅଣ୍ଡା ବ୍ୟବସାୟରେ ଲିପ୍ତ ଥିଲେ ବି ଏତେବଡ ଅଣ୍ଡା କେବେ ଦେଖି ନଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜୟ କୁମାର ମିଶ୍ର ଙ୍କ କବିତା ଦେଶ ହେବ ରଙ୍ଗା, ଉଡିବ ତ୍ରିରଙ୍ଗା

Sunil Chandra Nayak

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗୁରୁ

Sunil Chandra Nayak

ମା ପେଣ୍ଡ୍ରାଣୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!