ମହାରାଷ୍ଟ୍ର ରୁ ମିଳିଲା ଦେଶର ସବୁଠାରୁ ବଡ଼ ଅଣ୍ଡା । ଭାରତୀୟ ପାଣିପାଗ ଓ ପରିବେଶ ଅନୁଯାୟୀ ଦେଶର ଅନେକ କୁକୁଡାମାନେ ଭିନ୍ନ ଭିନ୍ନ ଆକାର ଓ ଓଜନର ଅଣ୍ଡା ଦେଇଥାନ୍ତି । ହେଲେ ଭାରତୀୟ ପ୍ରଜାତିର କୁକୁଡା ଅଣ୍ଡାର ଓଜନ ସର୍ବାଧିକ ୧୦୦ ରୁ ୧୧୦ ଗ୍ରାମ ହୋଇଥାଏ । ହେଲେ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ତଲସାଣ୍ଡେ ଗାଁର ଏକ କୁକୁଡା ଫାର୍ମରେ ହାଇଲାଇନ ଡବ୍ଲ୍ୟୁ-୮୦ ପ୍ରଜାତିର ଏକ କୁକୁଡା ଅଣ୍ଡା ଏବେ ସମସ୍ତଙ୍କୁ ଚକିତ କରିଦେଇଛି ।
ଏହି ଅଣ୍ଡାଟିର ଓଜନ ରହିଛି ୨୧୦ ଗ୍ରାମ ଅର୍ଥାତ ସାଧାରଣ ଅଣ୍ଡାର ଓଜନ ତୁଳନାରେ ଏହା ଦୁଇଗୁଣ । ଏହାକୁ ଭାରତର ସବୁଠାରୁ ବଡ ଅଣ୍ଡା ବୋଲି କୁହାଯାଉଛି ।
ଏପର୍ଯ୍ୟନ୍ତ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ସବୁଠାରୁ ବଡ ଅଣ୍ଡାର ଓଜନ ରହିଛି ୧୬୨ ଗ୍ରାମ । ଏହାକୁ ପଞ୍ଜାବର ଏକ କୁକୁଡା ଦେଇଥିଲା । ସେପଟେ ମହାରାଷ୍ଟ୍ରରୁ ମିଳିଥିବା ଏହି ଅଣ୍ଡା ଭିତରେ ୨ ରୁ ୩ ଟି କେଶର ଥିବା ଅନୁମାନ କରାଯାଉଛି । ଏନେଇ ସଂପୃକ୍ତ କୁକୁଡା ଫାର୍ମର ମାଲିକ ଦିଲ୍ଲୀପ ଚୌହାଣ କହିଛନ୍ତି କି ସେ ଦୀର୍ଘଦିନ ହେବ କୁକୁଡା ଓ ଅଣ୍ଡା ବ୍ୟବସାୟରେ ଲିପ୍ତ ଥିଲେ ବି ଏତେବଡ ଅଣ୍ଡା କେବେ ଦେଖି ନଥିଲେ ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..