ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖ୍ୟାତିନାମା ଯୁବ ସାମ୍ବାଦିକ ଜଗଦିଶ୍ ନାଏକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି

ଭବାନୀପାଟଣା – ୧୭/୦୩ : କଳାହାଣ୍ଡି ଜିଲ୍ଲା ତଥା କର୍ଲାମୁଣ୍ଡା ବ୍ଲକ୍ ର ଖ୍ୟାତିନାମା ଯୁବ ସାମ୍ବାଦିକ ଜଗଦିଶ ନାଏକଙ୍କ ଆଜି ହେଉଛି ପ୍ରଥମ ବାର୍ଷିକି ଶ୍ରାଦ୍ଧ ଦିବସ । ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ୧ ମାସ ୨୪ ଦିନ ହୋଇଥିଲା । ଜଗଦିଶ୍‌ଙ୍କ ମୃତ୍ୟୁର କିଛି ମାସ ପୂର୍ବରୁ ତାଙ୍କର ଶରୀର ଅସୁସ୍ଥତା ରହୁଥଲା । ସମସ୍ତଙ୍କ ଆଶାଥିଲା ସେ ଶୀଘ୍ର ଆରୋଗ୍ୟ ହୋଇଯିବେ । ବୁଧବାର ଦିନ ସେ ହଠାତ ଅଧିକ ଗୁରୁତର ହୋଇଯାଇଥିଲେ । ପରେ ତାଙ୍କୁ କର୍ଲାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ମହାନ ଯୁବ ସାମ୍ବାଦିକ ୨୧ ଜାନୁୟାରୀ ୧୯୮୭ ମସିହାରେ କର୍ଲାମୁଣ୍ଡା ବ୍ଲକ୍ ତେରେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିନ୍ଧାଣି ଗ୍ରାମରେ ଜନ୍ମ ଗ୍ରଣହ କରିଥିଲେ । ୨୦୨୧ ମସିହା ମାର୍ଚ୍ଚ ୧୭ ତାରିଖ ଅର୍ଥାତ୍ ଆଜିର ଦିନରେ ତାଙ୍କର ପରଲୋକ ହୋଇଯାଇଥିଲା ।

ସେ ଥିଲେ ଜଣେ ଏକାଧାରରେ କର୍ତ୍ତବ୍ୟନିଷ୍ଠା, ପରିଶ୍ରମି ଓ ମେଳାପି ମଣିଷ । କେବଳ ଖାଳି କର୍ଲାମୁଣ୍ଡା ବ୍ଲକ୍ ନୁହଁ ଜିଲ୍ଲାରେ ଥିବା ବିଭିନ୍ନ ସମାଜ ସେବା ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଦିର୍ଘ ବର୍ଷ ଧରି ସାମ୍ବାଦିକତା କରୁଥିଲେ ମଧ୍ୟ ସାଧାରଣ,ଗରୀବ,ଅବହେଳିତଙ୍କ ପାଇଁ କାମ କରିବା ତାଙ୍କର ନିଶାଥିଲା । ପଛୁଆ ଅଞ୍ଚଳର ଅଭାବ ଅସୁବିଧା ସମ୍ପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଦଗଦିଶ କେବେବି ହେଲା କରୁନଥିଲେ । ଆଜିବି ତାଙ୍କ ଏହି ବାର୍ଷିକ ଶ୍ରାଦ୍ଧ ଦିବସରେ ଜିଲ୍ଲା ର ବିଭିନ୍ନ ସାମ୍ବାଦିକ ମହଳରେ ବାର୍ଷିକ ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳନ କରିବା ସହ ସେ ଯେଉଁଠି ଥିଲେ ମଧ୍ୟ ଭଗବାନ୍ ତାଙ୍କର ଅମର ଆତ୍ମାର ସଦ଼୍ଗତି ପ୍ରଦାନ କରିବା ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମ ନି ସ 

Related posts

ଖଲିଆକାନୀ ନିକଟସ୍ଥ ସୁକୁନିମୁଣ୍ଡା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପୂଜାରିଗୁଡା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ‘କୃମି ନାଶକ’ ଦିବସ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!