ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ ଛାତ୍ର ର ମୃତ୍ୟୁ ର ପ୍ରକୃତ ରହସ୍ୟ କେବେ ଜଣା ପଡିବ ?

 ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କର ଇଂରାଜୀ ଶିକ୍ଷା ଜ୍ଞାନ ର ବୃଦ୍ଧି ନିମନ୍ତେ ସରକାର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ହଷ୍ଟେଲ ରଖି ମାଗଣାରେ ଖାଇବା, ପିଇବା ପିନ୍ଧିବା,ମାଖିବା କୁ ଦେବା ସହିତ ନିକଟସ୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ପାଠ ପଢିବା ପାଇଁ ରାଜ୍ୟ ସରକାର ଏକ ଅନ୍ଵେଷା ହଷ୍ଟେଲ ନାମକ ଯୋଜନା କରିଛନ୍ତି। ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ହଷ୍ଟେଲ ରେ ରହି ଇଂରାଜୀ ଜ୍ଞାନ ଆହରଣ କରିବା ପାଇଁ ଫୁଲବାଣୀ ଠାରେ ଅନ୍ୱେଷା ହଷ୍ଟେଲ ରହିଛି। କନ୍ଧମାଳ ଜିଲ୍ଲା ର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଫୁଲବାଣୀ ସଦର ମହକୁମା ନରାୟଣୀ ରୋଡ଼ ସ୍ଥିତ କାରମେଲ ଇଂଲିଶ ମିଡିୟମ ସ୍କୁଲ ନିକଟରେ ଥିବା ହରିଜନ ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଅନ୍ୱେଷା ହଷ୍ଟେଲ ରହୁଥିବା ସପ୍ତମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ର ର ମୃତ କୌଣସି କାରଣ ରୁ ହୋଇଥିବା ଘଟଣା କୁ ହଷ୍ଟେଲ ସୁପରିଟେଡେଣ୍ଟ ଓ କନ୍ଧମାଳ ଜିଲ୍ଲା ହରିଜନ ଆଦିବାସୀ ଉନ୍ନୟନ ବିଭାଗ ହଷ୍ଟେଲ ପକ୍ଷରୁ ଚୋପାଇ ଦେବାକୁ ଉଦ୍ୟମ କରୁଥିବାରୁ ଛାତ୍ର ମୃତ୍ୟୁ କୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ କୋଟଗଡ ବ୍ଲକ ଅନ୍ତର୍ଗତ ଓରା ଗ୍ରାମପଞ୍ଚାୟତ ର ସିନ୍ଧିଗୁଡା ଗ୍ରାମର ଆଦିବାସୀ କୋମଳ ମୋତି ନାବାଳକ ଛାତ୍ର ସୁମନଜିତ ବଳିୟାର ସିଂ ଫୁଲବାଣୀ ଅନ୍ୱେଷା ହଷ୍ଟେଲ ରେ ରହି ସପ୍ତମ ଶ୍ରେଣୀ ରେ ପାଠ ପଢୁଥିଲା। ସୁମନଜିତ ପରି ୫୦୦ ଛାତ୍ରଛାତ୍ରୀ ସେହି ଅନ୍ୱେଷା ହଷ୍ଟେଲ ରହି ପାଠ ପଢୁଛନ୍ତି। ତା ୨୧/୯/୨୦୨୨ ତାରିଖ ଦିନ ଛାତ୍ର ସୁମନଜିତ ର ମୁଣ୍ଡ ବଥା ହୋଇଥିଲା। ଅନ୍ୱେଷା ହଷ୍ଟେଲ ର ସୁପରିଟେଡେଣ୍ଟ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର କୁ ଚିକିତ୍ସା ନିମନ୍ତେ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ସେଠାରେ ଛାତ୍ରର ରୋଗର ଅବସ୍ଥା କୁ ଦେଖି ଡାକ୍ତର ବ୍ରହ୍ମପୁର ଏମ କେ ସି ଜି ମେଡ଼ିକାଲ କୁ ସ୍ଥାନାନ୍ତର କରିଥିଲେ। ଛାତ୍ର ର ଦେହ ଅସୁସ୍ଥ ହୋଇଥିବା ଖବର ହଷ୍ଟେଲ ସୁପରିଟେଡେଣ୍ଟ ଛାତ୍ର ର ବାପା ମାଆ ଙ୍କୁ ନଜଣାଇ ବ୍ରହ୍ମପୁର ନେଉଥିବା ବେଳେ ବାଟରେ ଛାତ୍ର ର ଅବସ୍ଥା ସଙ୍କଟାପନ୍ନ ହେବା ରୁ ଭଞ୍ଜନଗର ମେଡ଼ିକାଲ କୁ ନେଇ ଚିକିତ୍ସା କରାଇଥିଲେ। ଚିକିତ୍ସିତ ଅବସ୍ଥାରେ ଛାତ୍ର ସୁମନଜିତ ର ଭଞ୍ଜନଗର ମେଡ଼ିକାଲ ରେ ମୃତ୍ୟୁ ହୋଇଥିଲା। ଡାକ୍ତର ଛାତ୍ର ସୁମନଜିତ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ହଷ୍ଟେଲ ସୁପରିଟେଡେଣ୍ଟ ମୃତ ଛାତ୍ର ର ବାପା ମାଆ ଏବଂ ଘର ଲୋକଙ୍କୁ ଭଞ୍ଜନଗର ଡାକି ପୁଅର ମର ଶରୀର ନେବା କୁ କହିଥିଲେ। ହଷ୍ଟେଲ କତ୍ତୃପକ୍ଷ ପିଲା ତୋ ମଲା ଛାତ୍ର ର ମୃତ୍ୟୁ କଥା କାହାକୁ ଜଣାଇଲେ ଯେଉଁ ସରକାରୀ ସୁବିଧା ଓ ମୃତ୍ୟୁ କାଳୀନ ସହାୟତା ୨ ଲକ୍ଷ ଟଙ୍କା ପାଇବା କଥା ତାହା ପାଇବ ନାହିଁ ବୋଲି ମୃତ ଛାତ୍ର ର ବାପା ମାଆ ଓ ପରିବାର ଲୋକ ଙ୍କୁ କହି ମୃତ ଛାତ୍ର ର ଶବ କୁ ବ୍ୟବଚ୍ଛେଦ ନକରି ପରିବାର ଲୋକକୁ ହସ୍ତାନ୍ତର କରିଥିଲେ । ମୃତ ଛାତ୍ର ର ଅନ୍ତେଷ୍ଟି କ୍ରିୟା ସମ୍ପର୍ଣ୍ଣ କରିବା ପାଇଁ ସରକାର ଙ୍କ ପକ୍ଷରୁ କିଛି ଅର୍ଥ ଦେଇନାହାନ୍ତି। ପଞ୍ଚାୟତ ରୁ ମାତ୍ର ଦୁଇ ହଜାର ଟଙ୍କା ପାଇଛନ୍ତି ମୃତକ ଙ୍କ ପରିବାର । ଦୁଇ ଦିନ ତଳେ ଅର୍ଥାତ ତା ୧୨/୧୦/୨୦୨୨ ରିଖ ଦିନ ମୃତ ଛାତ୍ର ର ୫ ଜଣ ସମ୍ପର୍କୀୟ କୋଟଗଡ ସିନ୍ଧିଗୁଡା ରୁ ଅନ୍ୱେଷା ହଷ୍ଟେଲ କୁ ଯାଇ ସରକାରୀ ସହାୟତା ସମ୍ପର୍କରେ ପଚାରି ବୁଝିବାରୁ ଅନ୍ୱେଷା ହଷ୍ଟେଲ ର ଶତପଥୀ ନାମକ କର୍ମଚାରୀ ମୃତ ଛାତ୍ରର ସମ୍ପର୍କୀୟ ମାନଙ୍କୁ ତୁମେ ଯାହା କରିବାର ଅଛି କର । ତୁମେ ଶବ ପୋଷ୍ଟମୋର୍ଟାମ ନକରିବା ପାଇଁ ସତ୍ୟପାଠ ଦେଇଛ । ତୁମ କୁ ଯେଉଁ ସରକାରୀ ସୁବିଧା ମିଳିବାର ଥିଲା ତାହା କିଛି ମିଳିବ ନାହିଁ। ବୋଲି କହି ଧମକ ଦେଇ ଦୁର୍ବ୍ୟବହାର କରିଥିବା ପରିବାର ପକ୍ଷରୁ ଗଣମାଧ୍ୟମ କୁ ସୂଚନା ମିଳିଛି। ହଷ୍ଟେଲ ସୁପରିଟେଡେଣ୍ଟ ଛାତ୍ର ର ଦେହ ଅସୁସ୍ଥ ହେବା ଖବର ମାଆ ବାପା କୁ ଜଣାଇଲେ ନାହିଁ କାହିଁକି ? ଭଞ୍ଜନଗର ମେଡ଼ିକାଲ ରେ ହଷ୍ଟେଲ ଛାତ୍ରର ମୃତ୍ୟୁ ହୋଇଥିଲେ ମଧ୍ୟ ଚିକିତ୍ସା କରୁଥିବା ଡାକ୍ତର ପୋଲିସ କୁ ନଜଣାଇ ଶବ ବ୍ୟବଚ୍ଛେଦ ନକରି ହସ୍ତାନ୍ତର କଲେ କିପରି ? ଛାତ୍ର କୁ ଚିକିତ୍ସା କରୁଥିବା ଭଞ୍ଜନଗର ମେଡ଼ିକାଲ ଡାକ୍ତର ଙ୍କର କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ନ ମିଳିଲେ ମୃତକ ପରିବାର ଙ୍କୁ ସରକାର ଙ୍କର ମୃତ୍ୟୁ କାଳୀନ ସହାୟତା ମିଳି ପାରିବ ନାହିଁ ଏକଥା ଜାଣି ନ ଥିଲେ କି ହଷ୍ଟେଲ ସୁପରିଟେଡେଣ୍ଟ ? ଅନ୍ଵେଷା ହଷ୍ଟେଲ ର ସୁପରିଟେଡେଣ୍ଟ ଛାତ୍ର ମୃତ୍ୟୁ ସମ୍ପର୍କରେ ପୋଲିସ କୁ ନ ଜଣାଇବା ଏବଂ ଥାନା ରେ ମକଦ୍ଦମା ରୁଜୁ ନ କରିବା କି ଉଦେଶ୍ୟ ରହିଛି ? ଆଦିବାସୀ ଛାତ୍ର ର ମୃତ୍ୟୁ ଘଟଣା କୁ ଚୋପାଇ ଦେବାକୁ ହଷ୍ଟେଲ ସୁପରିଟେଡେଣ୍ଟ ଓ ହରିଜନ ଆଦିବାସୀ ଉନ୍ନୟନ ବିଭାଗ ଉଦ୍ୟମ କରିଥିଲେ କାହିଁକି ? ବିଗତ ଦିନରେ ବେଲପଦର ସେବା ଶ୍ରମ ହଷ୍ଟେଲ ରେ ଛାତ୍ର ର ବିବାଦୀୟ ମୃତ୍ୟୁ ତଥା ହତ୍ୟା ଅଭିଯୋଗ ଭଳି ଘଟଣା ର ପୁନରାବୃତ୍ତି ଅନ୍ଵେଷା ହଷ୍ଟେଲ ଛାତ୍ର ସୁମନ ଜିତ ବଳିୟାର ସିଂ ସହିତ ହୋଇ ନାହିଁ ତ ? ପିଲା ର କେଉଁ କାରଣରୁ ମୃତ୍ୟୁ ହେଲା ? ପିଲା ର ଶବ ବ୍ୟବଚ୍ଛେଦ କରାଗଲା ନାହିଁ କାହିଁକି ? ମୃତ ଆଦିବାସୀ ଛାତ୍ରର ବାପା ମାଆ କାହାର ଚାପରେ ପୋଷ୍ଟମୋର୍ଟାମ ନ କରିବା ପାଇଁ ସତ୍ୟପାଠ ଦାଖଲ କଲେ ? ହଷ୍ଟେଲ ସୁପରିଟେଡେଣ୍ଟ ଛାତ୍ର ର ପୋଷ୍ଟମୋର୍ଟାମ କରିଥିଲେ ଏହି ସମାହିତ ପ୍ରଶ୍ନ ସୃଷ୍ଟି ହୋଇନ ଥାନ୍ତା। ହଷ୍ଟେଲ ସୁପରିଟେଡେଣ୍ଟ ଙ୍କର କାର୍ଯ୍ୟକଳାପ ଏବଂ କୋମଳ ମୋତି ଛାତ୍ର ର ମୃତ ଦେହକୁ ବ୍ୟବଚ୍ଛେଦ କରିନ ଥିବାରୁ ଏହି ସବୁ ପ୍ରଶ୍ନ ବୁଦ୍ଧିଜୀବୀ ମନରେ ଉଙ୍କି ମାରୁଛି। ହଠାତ କୋମଳ ମତି ଛାତ୍ର ର ମୃତ୍ୟୁ କୁ ନେଇ ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ପୁଅର ମୃତ୍ୟୁ କୁ ନେଇ ବାପା ମାଆ ଭାଙ୍ଗି ପଡିଛନ୍ତି। ଶବ ବ୍ୟବଚ୍ଛେଦ ନକରି ହସ୍ତାନ୍ତର କରିବାକୁ ବାପା ମାଆ ପରିବାର ଲୋକ ଅନୁରୋଧ କରି ଲିଖିତ ସତ୍ୟପାଠ ଦାଖଲ କରିବାରୁ ଛାତ୍ରର ଶବ ବ୍ୟବଚ୍ଛେଦ ନକରି ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର ନିୟମ ଅନୁସାରେ କରାଯାଇଛି ବୋଲି ଗଣମାଧ୍ୟମ କୁ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଏବଂ ଫୁଲବାଣୀ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଣବ ପରିଡା ଗଣମାଧ୍ୟମ କୁ ସୂଚନା ଦେଇଥିଲେ । ମୃତ ଛାତ୍ର ର ବାପା ସୁକାନ୍ତ ବଳିଆର ସିଂ ହଷ୍ଟେଲ କତ୍ତୃପକ୍ଷ ମୋ ପୁଅକୁ ଜାଣି ଶୁଣି ମାରିଦେଲେ ବୋଲି ଅଭିଯୋଗ କରିଛନ୍ତି। ଛାତ୍ର ର ମୃତ୍ୟୁ ଘଟଣା କୁ ପ୍ରଶାସନ ଚୋପାଇ ଦେବ ନା ଗରିବ ଆଦିବାସୀ ଛାତ୍ର ମୃତ୍ୟୁ ର ପ୍ରକୃତ ରହସ୍ୟ ଖୋଲିବ ଦେଖିବାକୁ ବାକି ରହିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଦ୍ୱିତୀୟ ଥର ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ଚିଲିଗୁଡାର ସ୍ୱୟଂ ଶିବ ଯୋଶୀ

Sunil Chandra Nayak

ନର୍ଲା ବ୍ଲକ୍ ଅଧିନ ରୁପ୍ରାରେ ଶାନ୍ତି ପୂର୍ଣ୍ଣ ଭାବରେ କୋଶଲ ମହାବନ୍ଦକୁ ମିଳିଛି ସମର୍ଥନ 

Sunil Chandra Nayak

ଗୁରୁ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort