ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସାରଦୋକାନ ପରିଦର୍ଶନ 

ଚନ୍ଦାହାଣ୍ଡି – (8/8 ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସାର ଦୋକାନକୁ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ଆୟୂର୍ଦେହି ମିଶ୍ର,ବ୍ଲକ କୃଷି ଅଧିକାରୀ ଗଜାନନ ସାହୁ, ସହକାରୀ କୃଷି ଅଧିକାରୀ ଅମିତ କୁମାର ମଲିକ ଏକ ଟିମ ସହ ତନଖି କରିଥିଲେ l ଉକ୍ତ ଟିମ ମହମ୍ମଦ ଏଜାଜ ଙ୍କ ସାର ଦୋକାନ ପରିଦର୍ଶନ କରିଥିଲେ l ପରିଦର୍ଶନ ପରେ ସାର ଦୋକାନୀ ଦୋକାନ ସମ୍ମୁଖରେ ସାଇନ ବୋର୍ଡ, ଦର ତାଲିକା, ଷ୍ଟକ ପୋଜିସନ,ଲାଇସେନ୍ସ କପି ଟାଙ୍ଗୀବାରେ ଅନିୟମିତତା ଲକ୍ଷକରି ଅସନ୍ତୋଷ ପ୍ରକାଶ କରିବା ସହ ଦୋକାନୀଙ୍କୁ ତାଗିଦ କରିଥିଲେ l କେତେକ ଦୋକାନରେ ଷ୍ଟକ ଖାତା ଓ ବିକ୍ରୟ ଖାତା ଠିକ ନଥିବାରୁ ପରବର୍ତୀ ପରିଦର୍ଶନ ସମୟରେ ଠିକ କରିବା ପାଇଁ ପରାମର୍ଶ ଦେଇଥିଲେ l ପ୍ରକାଶ ଯେ ଚନ୍ଦାହାଣ୍ଡି ବ୍ଲକ ରେ ଚାଷୀମାନେ ସାର ବ୍ୟବହାର ଅଧିକ କରୁଥିବା ସହ ଜଙ୍ଗଲ ଜମିରେ ମକା ଚାଷ କରୁଥିବାରୁ ଆବଶ୍ୟକ ପରିମାଣରୁ ଅଧିକ ସାର ଦରକାର ପଡୁଛି l ସରକାର କୃଷି ବିଭାଗ ର ଚାଷ ଅନୁସାରେ ସାର ଯୋଗାଉ ଥିବାବେଳେ, ଜଙ୍ଗଲ ଜମିରେ ଚାଷ ପାଇଁ ସାର ଯୋଗାଉ ନାହାନ୍ତି l ତେଣୁ ସମସ୍ତ ଚାଷୀ ଙ୍କୁ ନିଜ ଆଧାର କାର୍ଡ ରେ ସରକାରୀ ମୂଲ୍ୟ ରେ ସାର ଦେବା ପାଇଁ ଦୋକାନୀ ଙ୍କୁ କହିଥିଲେ l

ଚନ୍ଦାହାଣ୍ଡି ରୁ  ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ସଚେତନତା କାର୍ମଶାଳା

Sunil Chandra Nayak

ପାନୀୟ ଜଳ ଯୋଗାଣ ରେ ଅବ୍ୟବସ୍ଥା – ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଡୁମେରଗୁଡା ବାସୀ 

ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରକ୍ଷକ-୨ ସଚେତନତା କାର୍ଯ୍ୟକ୍ରମ

Leave a Comment

error: Content is protected !!